ବାସ୍ତୁ ଟିପ୍ସ : ଘରେ ଭଗବାନ ଶିବଙ୍କ ଫଟୋ ବା ମୂର୍ତ୍ତି କିପରି ରଖିବେ, ଆଜି ହିଁ ଦୂର କରନ୍ତୁ ନକାରାତ୍ମକ ଶକ୍ତି...

Keep the photos of Lord Shiva in these direction at home

ଓଡ଼ିଆ ଗସିପ ବ୍ୟୁରୋ: ଶିବଙ୍କର ଏହି ଦୁଇଟି ରୂପର ଫଟୋ ବା ମୂର୍ତ୍ତି ରଖିବା ପାଇଁ କେତେଗୁଡ଼ିଏ ନିୟମ ରହିଛି । ଯଦି ଭୁଲ୍‌ ଦିଗରେ ଶିବଙ୍କ ମୂର୍ତ୍ତି ବା ଫଟୋ ରଖନ୍ତି, ତେବେ ସକାରାତ୍ମକ ଶକ୍ତି ପରିବର୍ତ୍ତେ ନକାରାତ୍ମକ ଶକ୍ତିର ପ୍ରାଦୁର୍ଭାବ ବଢ଼ିଚାଲେ । ତେଣୁ କିଛି ପୂଜା ନିୟମକୁ ମାନିବା ଶୁଭ ହୋଇଥାଏ । ଯେମିତି କି:

୧. ଭଗବାନ ଶିବ, ମା’ ପାର୍ବତୀ, ଶ୍ରୀଗଣେଶ ଓ କାର୍ତ୍ତିକେୟଙ୍କ ଚିତ୍ର ଥିବା ଫଟୋ ଘରେ ଲଗାନ୍ତୁ । ଏହାଦ୍ବାରା ଘରେ କଳହର ବାତାବରଣ ସୃଷ୍ଟି ହୋଇନଥାଏ ଏବଂ ପିଲାମାନେ ଆଜ୍ଞାକାରୀ ହୋଇଥା’ନ୍ତି ବୋଲି ବିଶ୍ବାସ ରହିଛି ।

୨. ଶିବପୁରୀ ବା କୈଳାସ ପର୍ବତ ଉତ୍ତର ଦିଗରେ ଅବସ୍ଥିତ । ତେଣୁ ଶିବଙ୍କ ଫଟୋ ବା ମୂର୍ତ୍ତି ଉତ୍ତର ଦିଗରେ ରଖିବା ଶ୍ରେଷ୍ଠ ହୋଇଥାଏ । ଏମିତି ଏକ ସ୍ଥାନରେ ଲଗାନ୍ତୁ, ଯେଉଁଠି ପରିବାର ସଦସ୍ୟଙ୍କ ନଜର ସବୁବେଳେ ଶିବଙ୍କ ଉକ୍ତ ଫଟୋ ଉପରେ ପଡ଼ିବ ।

ଆହୁରି ପଢ଼ନ୍ତୁ : ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ଓଲଟିଲା ‘ଇନ୍ଦ୍ରାଣୀ’ ବସ୍ : ଭୁବନେଶ୍ୱର ଆସୁଥିଲେ ୫୦ରୁ ଅଧିକ ଯାତ୍ରୀ

୩. ରୁଦ୍ରାବତାରର ଫଟୋ କେବେ ମଧ୍ୟ ଘରେ ଲଗାନ୍ତୁ ନାହିଁ ।

୪. ଶିବଙ୍କ ସୌମ୍ୟ ରୂପର ଚିତ୍ର ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ ।

୫. ନନ୍ଦୀ ଉପରେ ଶିବ ବିରାଜମାନ କରିଥିବା ଫଟୋ ରଖିବା ଦ୍ବାରା ପିଲାମାନଙ୍କ ଧ୍ୟାନ ଓ ଏକାଗ୍ରତା ବଢ଼ିଥାଏ ।

୬. ଯେଉଁ ସ୍ଥାନରେ ଶିବଙ୍କ ଫଟୋ ବା ମୂର୍ତ୍ତି ଅଛି, ସେ ସ୍ଥାନକୁ ସବୁବେଳେ ସଫାସୁତରା ରଖନ୍ତୁ ।

୭. ଦଣ୍ଡାୟମାନ ମୁଦ୍ରାରେ ଥିବା ଶିବଙ୍କ ଫଟୋ କେବେ ମଧ୍ୟ ଘର କିମ୍ବା କାର୍ଯ୍ୟାଳୟରେ ଲଗାନ୍ତୁ ନାହିଁ ।

Share this story

World Odia Language Conferene