ମୁଖ୍ୟମନ୍ତ୍ରୀ, ଅନ୍ୟ ମନ୍ତ୍ରୀଙ୍କ ହେଲିକପ୍ଟର ଗସ୍ତ : ଦୁଇ ବର୍ଷରେ ରାଜ୍ୟ ରାଜକୋଷରୁ ୧୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ

Total of more than Rs 17 crore spent on airfare during Chief minister and other ministers visit

ଓଡ଼ିଆ ଗସିପ୍ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନ୍ୟ ମନ୍ତ୍ରୀମାନେ ହେଲିକପ୍ଟରରେ ମୋଟ୍‌ ୭୬ଟି ଗସ୍ତ କରିଛନ୍ତି । ଏଥିପାଇଁ ରାଜ୍ୟ ରାଜକୋଷରୁ ୧୭ କୋଟି ୮୯ ଲକ୍ଷ ୧୩ ହଜାର ୭୧୩ ଟଙ୍କା ଖର୍ଚ୍ଚ ହୋଇଛି । ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ତଥ୍ୟ ରଖିଛନ୍ତି ।

ଯେଉଁଥିରେ ଗତ ମାର୍ଚ୍ଚ ୨୦୨୧ ମସିହାରୁ ୨୦୨୩ ମସିହା, ଜାନୁଆରୀ ୧୪ ମଧ୍ୟରେ ଏୟାରକ୍ରାଫ୍ଟ ଯୋଗେ ରାଜ୍ୟ ଭିତରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କ ଗସ୍ତ ବାବଦକୁ ୭ କୋଟି ୯୩ ଲକ୍ଷ ୬ ହଜାର ୪୫୧ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି । ଏହି ସମୟରେ ମୋଟ ୨୨ଥର ଏୟାରକ୍ରାଫ୍ଟ ଯୋଗେ ଯାତାୟାତ କରାଯାଇଛି ।

ସେହିପରି ରାଜ୍ୟ ବାହାରକୁ ୨୦୨୨ ମସିହା ମାର୍ଚ୍ଚ ୨୮ରୁ ୨୦୨୨ ମସିହା ଡିସେମ୍ବର ୬ ମଧ୍ୟରେ ଏୟାରକ୍ରାଫ୍ଟ ଯୋଗେ କେବଳ ମୁଖ୍ୟମନ୍ତ୍ରୀ ୧୬ ଥର ଗସ୍ତ କରିଛନ୍ତି । ଏଥିଲାଗି ରାଜ୍ୟ ରାଜକୋଷରୁ ୪ କୋଟି ୪୮ ଲକ୍ଷ ୯୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି ।

ଆହୁରି ପଢ଼ନ୍ତୁ : ଚାଲିଥିଲା କାନ ଅପରେସନ ହେଲେ ଯୁବତୀଙ୍କ ଜୀବନ ନେଇଗଲେ ସମ୍ ଡାକ୍ତର: ନ୍ୟାୟ ଦାବି କଲେ ସୈନିକ ବାପା

୨୦୨୧ ମସିହା ମାର୍ଚ୍ଚରୁ ୨୦୨୩ ମସିହା  ଫେବୃଆରୀ ମଧ୍ୟରେ ହେଲିକପ୍ଟର ଏବଂ ବିମାନ ଯୋଗେ  ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରକୁ ଯେଉଁ ଗସ୍ତ କରିଛନ୍ତି, ଏବାବଦରେ ମୋଟ୍‌ ୩୧ କୋଟି ୩୮ ଲକ୍ଷ ୭୮ ହଜାର ୨୭୫ ଟଙ୍କା ଖର୍ଚ୍ଚ ହୋଇଛି ।

ଏପରିକି କଟକ ଓ ପୁରୀ ଯିବାକୁ ମଧ୍ୟ ଭୁବନେଶ୍ୱରରୁ ହେଲିକପ୍ଟରର ବ୍ୟବହାର ହୋଇଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ଏଭଳି ସୂଚନା ଦେଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ।

Share this story

World Odia Language Conferene