ପ୍ରଥମ ଥର ପାଇଁ କଲେଜ ଛାତ୍ରୀ ହେଲେ ମହିଳା ମୁଖ୍ୟମନ୍ତ୍ରୀ !, ପୁରା ଘଟଣା ପଢି ଆପଣ ତାଯୁବ ରହିଯିବେ, ଜାଣନ୍ତୁ ସେ କିଏ ?

24 year old college student became the Chief Minister of State in India

ଓଡ଼ିଆ ଗସିପ୍ ବ୍ୟୁରୋ: ନାୟକ ଫିଲ୍ମର ରୋମାଞ୍ଚକର କାହାଣୀ, ସତ ହୋଇଛି ହରିଦ୍ୱାରର କଲେଜ ଛାତ୍ରୀ ସୃଷ୍ଟି ଗୋସ୍ୱାମୀଙ୍କ ଜୀବନରେ । ଆଜି ଦିନକ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ବନିଛନ୍ତି ୨୦ ବର୍ଷୀୟା ସୃଷ୍ଟି । ବିଧାନସଭାରେ ସମୀକ୍ଷା କରିଛନ୍ତି ବିଭିନ୍ନ ବିଭାଗର ବିକାଶମୂଳକ କାର୍ଯ୍ୟର ।

ରୁର୍କିରେ କୃଷିରେ ସ୍ନାତକ କରୁଥିବା ସ୍ରିଷ୍ଟିଙ୍କ ବାପା ଜଣେ ତେଜରାତି ଦୋକାନୀ, ମା ଗୃହିଣୀ ହେଲେ ଝିଅ ନିଜ ମେଧା, ପ୍ରତିଭା ଓ ଆତ୍ମବିଶ୍ୱାସ ବଳରେ ଏଭଳି ବିରଳ ସୁଯୋଗ ପାଇବା ପରେ, ସେମାନଙ୍କ ଛାତି କୁଣ୍ଢେମୋଟ ।

ଆହୁରି ପଢ଼ନ୍ତୁ : ପୁଣି ସୋସିଆଲ ମିଡିଆରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେହୁରା ହେଲେ ଅନୁଭବ ମହାନ୍ତି , କହିଲେ ମୋ ଜୀବନରୁ ଦୁରେଇ ଯାଅ...

ବାଳିକାଙ୍କ ଶିକ୍ଷା ଓ ସଶକ୍ତୀକରଣର ପ୍ରୋତ୍ସାହନ ପାଇଁ ଜାତୀୟ କନ୍ୟା ଦିବସରେ ସୃଷ୍ଟିଙ୍କୁ ଦିନକ ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଉଷା ନେଗୀ । ପ୍ରତୀକାତ୍ମକ ଭାବେ ହେଲେ ବି, ସୃଷ୍ଟି ଉତ୍ତରାଖଣ୍ଡର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ।

ଏମାନେ ବି ଜଣେ ଜଣେ ସୃଷ୍ଟି । ମେଧା ଅଛି, ପ୍ରତିଭା ଅଛି, ଆଗକୁ ପଢ଼ିବାର-ବଢ଼ିବାର ସ୍ୱପ୍ନ ବି ଅଛି ଦିନେ ସମୟ ଚକ୍ରାନ୍ତ କରିଥିଲା, ଏ କଅଁଳ ହାତରୁ ବହି କଲମ ଛଡ଼ାଇ ନେଇ, ଶଙ୍ଖା ଚୁଡ଼ିର ଶିକୁଳିରେ ବାନ୍ଧି ଦେବାକୁ ହେଲେ ସମୟ ସହିତ, ପରିବାର ଓ ଆତ୍ମୀୟସ୍ୱଜନଙ୍କ ସହିତ ଲଢ଼େଇ କରି ଏମାନେ ଖସି ଆସିଥିଲେ, ବାଲ୍ୟ ବିବାହ ଭଳି ଚକ୍ରବ୍ୟୁହରୁ ୧୭ ବର୍ଷୀୟା ଫୁଲମଣି ବଡ଼ ଭଉଣୀ ଓ ପ୍ରଶାସନ ସହାୟତାରେ ନିଜ ବିବାହ ବନ୍ଦ କରାଇଥିଲେ ।

ଆହୁରି ପଢ଼ନ୍ତୁ : ବଦଳିଲା ପାଣିପାଗ ରିପୋର୍ଟ : ପଶ୍ଚିମା ଝଡ ପ୍ରଭାବ ଯୋଗୁ ରାଜ୍ୟରେ ଆଗାମୀ ୫ ଦିନ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଦଶମରେ ପଢ଼ିବା ବେଳେ କାଞ୍ଚନଙ୍କ ବାହାଘର ରୋକିଥିଲେ ଆଶା ଦିଦି । ଆଉ ୧୪ ବର୍ଷୀୟା ଚାନ୍ଦକୁ ସ୍କୁଲ ଦିଦି ବେଦୀରୁ ଉଦ୍ଧାର କରି ନିଜ ଘରେ ରଖି ପଢ଼ାଉଛନ୍ତି । ମୟୂରଭଞ୍ଜର ଏଭଳି ୧୧ ଜଣ କନ୍ୟା ରତ୍ନଙ୍କୁ ଆଜି ସମ୍ବର୍ଦ୍ଧିତ କରିବା ସହ ୨୦୭ ଗାଁ ୩ଟି ପଞ୍ଚାୟତକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲ୍ୟ ବିବାହ ମୁକ୍ତ ଗାଁ ଭାବେ ଘୋଷଣା କରାଯାଇଛି ।

ଜାତୀୟ କନ୍ୟା ଦିବସରେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଛି ଦେଶ୍ କୀ ବେଟି ହାଶଟ୍ୟାଗ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରହ୍ଲାଦ ଯୋଶୀ, ସ୍ମୃତି ଇରାନୀ, ଡାକ୍ତର ହର୍ଷବର୍ଦ୍ଧନ, ରମେଶ ପୋଖରିୟାଲ ନିଶଙ୍କ ପ୍ରମୁଖ କନ୍ୟାରତ୍ନଙ୍କ ସହ ଫଟୋକୁ ଟୁଇଟ୍ କରିଛନ୍ତି ।

Share this story

World Odia Language Conferene