ମସଜିଦରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ; ୬୩ ମୃତ, ୧୫୦ରୁ ଉର୍ଦ୍ଧ୍ୱ ଗୁରୁତର...

bomb blast in mosque kills 63 people in Pakistan

ଓଡ଼ିଆ ଗସିପ ବ୍ୟୁରୋ: ପାକିସ୍ତାନର ପେଶାୱାରରେ ଥିବା ଏକ ମସଜିଦରେ ବଡ଼ ଧରଣ ଆତ୍ମଘାତୀ ବିସ୍ଫୋରଣ । ବିସ୍ଫୋରଣରେ ପ୍ରାୟ ୬୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ ମସ୍‌ଜିଦ୍‌ରେ ମଧ୍ୟାହ୍ନ ପ୍ରାର୍ଥନା ଚାଲିଥିବା ବେଳେ ଜଣେ ଆତଙ୍କବାଦୀ ଆତ୍ମଘାତୀ ହାମଲାରେ ନିଜକୁ ଉଡ଼ାଇ ଦେବାରୁ ଏପରି ଭୟଙ୍କର ବିସ୍ଫୋରଣ ଘଟିଛି । ବିସ୍ଫୋରଣର ତୀବ୍ରତା ଏତେ ଭୟଙ୍କର ଥିଲା ଯେ ନିମିଷେକ ମଧ୍ୟରେ ମସ୍‌ଜିଦ୍‌ଟି ଧ୍ୱସଂସ୍ତୁପରେ ପାଲଟି ଯାଇଥିଲା ଏବଂ ତା’ ଭିତରେ ବହୁ ସଂଖ୍ୟାରେ ଲୋକେ ଚାପି ହୋଇ ଯାଇଥିଲେ ।

ପୋଲିସ ଓ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିଲା ବେଳେ ମୃତକଙ୍କ ମଧ୍ୟରେ ସର୍ବାଧିକ ସୁରକ୍ଷାକର୍ମୀ ରହିଥିବା ଜଣାପଡିଛି । ଘଟଣା ପରେ ପୂରା ସହରରେ ମେଡିକାଲ ଏମରଜେନ୍ସି ଘୋଷଣା କରାଯାଇଛି । ବିସ୍ଫୋରଣ ପରେ ପାକିସ୍ତାନରେ ହାଇଆଲର୍ଟ ଜାରି ହୋଇଛି ।

ଅଧିକ ପଢ଼ନ୍ତୁ : ନବ ଦାସଙ୍କୁ ରାସ୍ତାରୁ କିଏ ଓ କାହିଁକି ହଟାଇଲା ? ଏହା ସୁଚିନ୍ତିତ ରାଜନୈତିକ ଚକ୍ରାନ୍ତ ନାଁ ଅନ୍ୟ କିଛି ? ୨୯ ତାରିଖ ଦଳ ପାଇଁ କଳାଦିନ...

ଏହି ଜଘନ୍ୟ ଓ ବର୍ବର ହମଲା ପାଇଁ ଆତଙ୍କବାଦୀ ସଂଗଠନ ତେହରିକ୍‌-ଇ-ତାଲିବାନ ପାକିସ୍ତାନ ନିଜକୁ ଦାୟୀ କରିଛି । ଗତବର୍ଷ ଅଗଷ୍ଟରରେ ଟିଟିପିର ଜଣେ କମାଣ୍ଡରଙ୍କୁ ପାକିସ୍ତାନ ସେନା ହତ୍ୟା କରିଥିବା ବେଳେ ଏହାର ପ୍ରତିଶୋଧ ନେବା ପାଇଁ ଏଭଳି ଆକ୍ରମଣ କରାଯାଇଛି । ବିସ୍ଫୋରଣ ପରେ ପେଶାଓ୍ଵର ସହରବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

ତେବେ ଆକ୍ରମଣକାରୀ କିଭଳି ସୁରକ୍ଷାକର୍ମୀଙ୍କ ନଜରରୁ ଖସି ଏଭଳି କାଣ୍ଡ କଲା ତାକୁ ନେଇ ପ୍ରଶ୍ନ ଉଠିଛି । ପ୍ରଧାନମନ୍ତ୍ରୀ ଶେହବାଜ ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ।

Share this story