ନବ ଦାସଙ୍କୁ ରାସ୍ତାରୁ କିଏ ଓ କାହିଁକି ହଟାଇଲା ? ଏହା ସୁଚିନ୍ତିତ ରାଜନୈତିକ ଚକ୍ରାନ୍ତ ନାଁ ଅନ୍ୟ କିଛି ? ୨୯ ତାରିଖ ଦଳ ପାଇଁ କଳାଦିନ...

Health Minister Naba das death and history behind it

ଓଡ଼ିଆ ଗସିପ ବ୍ୟୁରୋ: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିକରି ହତ୍ୟା ଓ ଏହାର ଆଗ ପଛର ଘଟଣାବଳୀକୁ ଯଦି ଆମେ ତର୍ଜମା କରିବା ତାହାଲେ ଏହା ପଛପଟରେ ଅନେକ କଥା ସ୍ପଷ୍ଟ ବାରି ହୁଏ, ଯାହା ଏଠାରେ ଉଲ୍ଲେଖ କରିବା ନିହାତି ଆବଶ୍ୟକ । ନବ କିଶୋର ଦାସ ଖଣି, ଗାଡ଼ି ସମେତ ଅନ୍ୟାନ୍ୟ ବ୍ୟବସାୟରେ ଶିଳ୍ପାଞ୍ଚଳ ଝାରସୁଗୁଡ଼ା ଜିଲ୍ଲାର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ବେଶ୍ ଜଣାଶୁଣା ।

ଖାଲି ଏତିକି ନୁହେଁ ଓଡ଼ିଶାରେ ମନ୍ତ୍ରୀଙ୍କ ମଧ୍ୟରୁ ଜଣେ ଶକ୍ତିଶାଳୀ ଏବଂ ଧନୀ ମନ୍ତ୍ରୀ ଭାବେ ଗଣା ଯାଉଥିଲେ । ତେଣୁ ତାଙ୍କର ସେହିପରି ବହୁ ଶତ୍ରୁ ଥିବା କଥାକୁ ଏଡାଇ ହେବ ନାହିଁ । ଚାଲନ୍ତୁ ନଜର ପକାଇବା କଣ ହୋଇଥାଇ ପରେ ଷଡଯନ୍ତ୍ରର ପ୍ଲାନ ସ୍କ୍ରିପ୍ଟ ।

ଆମେ କଥା ହଉଛୁ ମେ ୨୯ ,୨୦୧୨ ପରେ ଜାନୁଆରୀ ୨୯ ,୨୦୨୩ ଏବେ ଓଡ଼ିଶା ରାଜନୀତିର ଏକ ଅଭୁଲା ଦିନ ହୋଇ ରହିବ । କାରଣ ଏହି ଦୁଇଟି ଦିନ ଶାସକ ଦଳ ପାଇଁ କାଳ ଦିନ ଭାବେ ଗାନ ଯିବ । କାହିଁକି ନା ଉଭୟ ତାରିଖ ୨୯ । ମେ ୨୯ ,୨୦୧୨ ର ମିଡ୍ ନାଇଟ ଅପରେସନ ଓ ବିଜୁ ଜନତା ଦଳର ତତ୍କାଳୀନ ରାଜନୈତିକ ଚାଣକ୍ୟ ବୋଲାଉଥିବା ପ୍ୟାରୀ ମୋହନ ମହାପାତ୍ରଙ୍କ ବିଜେଡି ରାଜନୈତିକ କାର୍ଯ୍ୟରୁ ପୂର୍ଣ୍ଣଛେଦ ଘଟିଥିଲା । ଓଡ଼ିଶା ରାଜନୀତିରେ ରହିଛି ଏକ ଅଭୁଲା ସ୍ମୃତି ।

ଅଧିକ ପଢ଼ନ୍ତୁ : କିଛି ଦିନ ତଳେ ଶନି ଠାକୁରଙ୍କୁ ସୁନା କଳସ ଦାନ କରି ଚର୍ଚ୍ଚାରେ ଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ହେଲେ ଗୁଳି ବାଜିବା ପରେ ପ୍ରାଣ ହରାଇଲେ ଏହି ଟାଣୁଆ ନେତା

ଅନ୍ୟପଟେ ସମାନ ଦିନ ଓଡ଼ିଶା ରାଜନୀତିରେ ଏକ ଯୁବ ଅଧିକାରୀ ଭାବେ ବର୍ତ୍ତମାନର 5T ସଚୀବ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିୟାନଙ୍କ ଆରମ୍ଭ ହୋଇଥିଲା ଉତ୍ଥାନ । ଯାହା ତାଙ୍କର ଜନ୍ମଦିନ ହୋଇଥିବା ବେଳେ ସମାନ ମେ ୨୯ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା, ଉକ୍ତ ଦିନକୁ ରାଜ୍ୟ ରାଜନୀତିରେ କଳା ଦିବସ ରୂପେ ପାଳନ କରାଯିବାକୁ ପକାଇଥିଲା ପୂର୍ଣ୍ଣଛେଦ ।

ଅନୁରୂପ ଭାବେ ଜାନୁଆରୀ ୨୯, ୨୦୨୩ ମଧ୍ୟ ଓଡ଼ିଶାର ରାଜନୈତିକ ଦୃଷ୍ଟିକୋଣରୁ ବହନ କରିବ ବେଶ୍ ଗୁରୁତ୍ଵ । କାରଣ ଏହିଦିନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ, ତଥା ରାଜ୍ୟ ଏବଂ ପଶ୍ଚିମ ଓଡ଼ିଶାର ବରିଷ୍ଠ ଲୋକପ୍ରିୟ ନେତା ନବ କିଶୋର ଦାସଙ୍କୁ ଜଣେ ପୋଲିସ ASI ଙ୍କ ଦ୍ଵାରା ଗୁଳିକରି ହତ୍ୟା, ଓଡ଼ିଶା ରାଜନୀତିରେ ଏକ କଳା ଦିବସ ରୂପେ ଅଭିହତ୍ କରିବା ସ୍ଵାଭାବିକ । ତେବେ କେଉଁ କାରଣକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଛି ତାହା ତଦନ୍ତ ସାପେକ୍ଷ ରହିଥିବା ବେଳେ, ଜଣେ ପୋଲିସ କର୍ମୀଙ୍କ ଦ୍ଵାରା ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରକୁ ଖୁଲମଖୁଲା ଗୁଳିକରି ହତ୍ୟା ରାଜ୍ୟ ଇତିହାସରେ ପ୍ରଥମ, ଯାହା ସ୍ଵାଭାବିକ ଭାବେ ସୃଷ୍ଟି କରୁଛି ଅନେକ ପ୍ରଶ୍ନ ।

ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିକରି ହତ୍ୟା ଓ ଏହାର ଆଗ ପଛର ଘଟଣାବଳୀକୁ ଅନୁଧ୍ୟାନ କଲେ ଅନେକ କଥା ସ୍ପଷ୍ଟ ବାରି ହୁଏ, ଯାହା ଏଠାରେ ଉଲ୍ଲେଖ କରିବା ନିହାତି ଆବଶ୍ୟକ । ନବ କିଶୋର ଦାସ ଖଣି, ଗାଡ଼ି ସମେତ ଅନ୍ୟାନ୍ୟ ବ୍ୟବସାୟରେ ଶିଳ୍ପାଞ୍ଚଳ ଝାରସୁଗୁଡ଼ା ଜିଲ୍ଲାର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ବେଶ୍ ଜଣାଶୁଣା । ୨୦୦୯ ମସିହାରେ ସେ ପ୍ରଥମ ଥର ଲାଗି କଂଗ୍ରେସ ପାର୍ଟିରୁ ନିର୍ବାଚନ ଲଢ଼ି ଜିତିବା ସହିତ ଲଗାତାର ଦୁଇ ଦୁଇ ଥର କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ଅଧିକ ପଢ଼ନ୍ତୁ : ନବ ଦାସଙ୍କୁ ଗୁଳି ମାରିଥିବା ଗୋପାଳ ଦାସ କିଏ ? ବ୍ରଜରାଜନଗର ଗାନ୍ଧି ଛକ ଫାଣ୍ଡିରେ ଥିଲେ ପୋଲିସ ASI…

ତେବେ ୨୦୧୯ ମସିହାରେ ସେ ଦଳ ବଦଳାଇ ବିଜେଡିରୁ ପୁନଃ ନିର୍ବାଚିତ ହେବା ସହିତ ପାଇଥିଲେ ମନ୍ତ୍ରୀ ପଦ । ରାଜ୍ୟର ସବୁଠାରୁ ଧନୀ ମନ୍ତ୍ରୀମାନଙ୍କ ମଧ୍ୟରେ ଜଣେ । ତାଙ୍କର ରହିଥିଲା ଅନ୍ୟ ଏକ ପ୍ରଭାବ । ନିଜ ନିର୍ବାଚନ ମଣ୍ଡଳୀ ଝାରସୁଗୁଡ଼ା ସମେତ ସମ୍ପୂର୍ଣ ଜିଲ୍ଲାରେ ତାଙ୍କର ରହିଥିଲା ବେଶ୍ ଖାଦୀ । ଏପରିକି ଶିଳ୍ପ ବହୁଳ ଝାରସୁଗୁଡ଼ା ଜିଲ୍ଲାରେ ତାଙ୍କ ନିୟନ୍ତ୍ରଣରେ ରହିଥିଲା ସମ୍ପୂର୍ଣ ଶିଳ୍ପ । ଯାହା ସ୍ଥାନୀୟ କିଛି ନେତାଙ୍କ ସମେତ ରାଜ୍ୟ ରାଜଧାନୀରେ ରହି ଗୋଟି ଚଳାଉଥିବା କିଛି ମୁଖିଆଙ୍କ ପାଇଁ ସାଜିଥିଲା ମୁଣ୍ଡବ୍ୟଥାର କାରଣ ।

ଅନ୍ୟପଟେ ସମଗ୍ର ରାଜ୍ୟର ପ୍ରାୟତଃ ଅଧିକାଂଶ ନେତା । ମାତ୍ର କିଛି ଜଣଙ୍କ ଆଙ୍ଗୁଳି ନିର୍ଦ୍ଦେଶରେ ନାଚୁଥିବା ବେଳେ ନବ ଦାସ ଥିଲେ ଏହାର ବ୍ୟତିକ୍ରମ । ଯାହା ତାଙ୍କୁ ରାସ୍ତାରୁ ହଟାଇବାର ଏକ କାରଣ ହୋଇଥାଇପାରେ ବୋଲି କରାଯାଉଛି ଆଶଙ୍କା । ତେବେ ଏସବୁ ନେଇ ତାଙ୍କୁ କୌଣସି ପୂର୍ବାନୁମାନ ଥିବା ଓ ଶନିଦେବଙ୍କ କୋପରୁ ରକ୍ଷା ପାଇବା ପାଇଁ ମାତ୍ର ସପ୍ତାହେ ପୂର୍ବରୁ ବହୁମୂଲ୍ୟର ସୁନା ରୂପା କଳସ ଦାନ ସାଜିଥିଲା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ।

ତେବେ ଜାନୁଆରୀ ୨୯ ,୨୦୨୩ ର ଘଟଣାବଳୀକୁ ଅନୁଧ୍ୟାନ କଲେ ମଧ୍ୟ ଅନେକ କିଛି ଅନୁମେୟ । ରବିବାର ସକାଳୁ ନିଜ ନିର୍ବାଚନ ମଣ୍ଡଳୀ ଝାରସୁଗୁଡ଼ାରୁ ବ୍ରଜରାଜନଗର ନିର୍ବାଚନୀ ମଣ୍ଡଳୀ ଗାନ୍ଧୀ ଛକ ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ଗାଡିରୁ ଓହ୍ଲାଇବା ସମୟରେ ତାଙ୍କ ଉପରକୁ ସାମ୍ନାରୁ ଗୁଳି ଚଳାଇଥିଲେ ଖାକି ବର୍ଦିରେ ଥିବା ପୋଲିସ ASI ଗୋପାଳ ଦାସ । ଗୋପାଳଙ୍କ ଗୋଟିଏ ଗୁଳି ସିଧାସଳଖ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଛାତିରେ ଲାଗିଥିବା ବେଳେ ଅନ୍ୟ ଗୋଟେ ଗୁଳି ଅନ୍ୟ ଜଣଙ୍କ ଦେହରେ ଲାଗିଥିବା ସୂଚନା ରହିଛି ।

ସେଠାରୁ ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ପ୍ରଥମେ ଝାରସୁଗୁଡ଼ା ଓ ପରେ ସେଠାରୁ ଏୟାର ଆମ୍ବୁଲାନ୍ସ ଦ୍ଵାରା ଲିଫ୍ଟ କରି ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସଂପୃକ୍ତ ASI ଗୋପାଳ ଦାସଙ୍କୁ ଅନ୍ୟ ପୋଲିସ ଅଧିକାରୀମାନେ ଘଟଣା ସ୍ଥଳରେ କାବୁ କରି ନେଇଥିବା ବେଳେ ଘଟଣାର କ୍ରାଇମବ୍ରାଞ୍ଚ୍ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଅଧିକ ପଢ଼ନ୍ତୁ : ନବ ଦାସଙ୍କୁ ଗୁଳିମାଡ ଘଟଣା : ଏଏସଆଇ ଗୋପାଳ ଦାସଙ୍କୁ ନେଇ ଆସିଲା ରୋଚକ ଖବର, ସେ 'ଗୁଡ୍' ଥିଲେ...

ତେବେ ଘଟଣାର ମାତ୍ର କେଇ ମିନିଟ ପରେ ASI ଗୋପାଳ ଦାସ ମାନସିକ ରୋଗୀ ବୋଲି ପ୍ରଚାରର ସତ୍ୟତା ଓ ଉଦ୍ଦେଶ୍ୟ କଣ ବୋଲି ସୃଷ୍ଟି ହେଉଛି ପ୍ରଶ୍ନବାଚୀ । କାରଣ ASI ଗୋପାଳ ଦାସଙ୍କୁ ଫାଣ୍ଡି ଅଧିକାରୀ ଭାବରେ ଦାୟିତ୍ୱ ମିଳିଥିବା ବେଳେ ତାଙ୍କର ରହିଥିଲା ବନ୍ଧୁକ ରଖିବାର କ୍ଷମତା । କେଉଁ କାରଣକୁ ନେଇ ଅଥବା କାହା ଇଙ୍ଗିତରେ ASI ଗୋପାଳ ଦାସ ଏଭଳି ଜଘନ୍ୟ କାଣ୍ଡ ଘଟାଇବାକୁ ସାହସ କଲେ ତାହା ତଦନ୍ତ ପରିସରଭୁକ୍ତ ।

କିନ୍ତୁ ଗୋଟେପଟେ ରାଜ୍ୟ ପୋଲିସ ବିଭାଗ ଗୃହ ବିଭାଗ ଅଧିନରେ ରହିଥିବା ବେଳେ, ପୋଲିସ ବାହିନୀ ଅନ୍ୟ କାହା ଇଶାରାରେ ପରିଚାଳିତ ହେଉଥିବା ଏହି ଘଟଣା ପରେ ଅଧିକ ଆଲୋଚନା ହେଉଛି । ଓଡ଼ିଶା ରାଜନୀତିରେ ଏହି କଳା ଦିବସ ଇତିହାସର ପୃଷ୍ଠାରେ ଲିପିବଦ୍ଧ ହେବାର ଅନେକ କାରଣ ରହିଥିବା ବେଳେ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର କାରଣ । ASI ଗୋପାଳ ଦାସଙ୍କ ସଂପୃକ୍ତି ଓ ନବଙ୍କୁ ରାସ୍ତାରୁ ହଟାଇବାକୁ ହୋଇଥିବା ପ୍ରକୃତ କାରଣ ଉପରୁ କେତେ ଦୂର ପରଦା ଉଠାଇବାରେ ସକ୍ଷମ ହେଉଛି କ୍ରାଇମବ୍ରାଞ୍ଚ ତାହା ଉପରେ ରହିଛି ସଭିଙ୍କ ନଜର । ଅନ୍ୟପଟେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରକୁ ପୋଲିସର ଗୁଳିମାଡ ଓ ହତ୍ୟା ପରେ ରାଜ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଉଠିଛି ପ୍ରଶ୍ନ ।

Share this story

World Odia Language Conferene