World Odia Language Conferene

ନବ ଦାସଙ୍କୁ ଗୁଳି ମାରିଥିବା ଗୋପାଳ ଦାସ କିଏ ? ବ୍ରଜରାଜନଗର ଗାନ୍ଧି ଛକ ଫାଣ୍ଡିରେ ଥିଲେ ପୋଲିସ ASI…

Who is Gopal Das the accused killed health minister naba das

ଓଡ଼ିଆ ଗସିପ ବ୍ୟୁରୋ: ସ୍ବାସ୍ଥ୍ୟ ମନ୍ତ୍ରୀ ନବଙ୍କୁ ଆଜି ଅପରାହ୍ନରେ ବ୍ରଜରାଜନଗର ଅଂଚଳରେ ଗୁଳିମାଡ଼ ହୋଇଛି । ଜଣେ ପୁଲିସ କର୍ମଚାରୀଙ୍କ ଗୁଳିମାଡ଼ର ଶିକାର ହେଲା ପରେ ମନ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଏୟାରଲିଫ୍ଟ କରି ଭୁବନେଶ୍ବର ଅଣାଯାଇଥିଲା । ହେଲେ ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଯାଇଛି ।

ତେବେ ନବ ଦାସଙ୍କୁ ବିମାନବନ୍ଦରରୁ ଗ୍ରୀନ୍ କରିଡ଼ରରେ ନିଆଯାଇ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମନ୍ତ୍ରୀ ନବ ଦାସଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତେବେ ଗୁଳିମାଡ଼ କରିଥିବା ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ କିଏ ?

ଅଧିକ ପଢ଼ନ୍ତୁ : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଛି ଜଣେ ପୁଲିସ ଏଏସଆଇ; ଖୋଜା ଚାଲିଛି କାରଣ, ସୂଚନା ଦେଲେ ଏସଡିପିଓ...

ମିଳିଥିବା ସୂଚନା ମୁତାବକ, ପୋଲିସ ଏଏସଆଇ ଗୋପାଳ ଦାସ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସ୍ଥିତ ଗାନ୍ଧି ଛକ ଫାଣ୍ଡିରେ ଇନଚାର୍ଜ ଭାବେ ମୁତୟନ ଥିଲେ । ସେ ବ୍ରଜରାଜନଗରରେ ରହୁଥିବା ବେଳେ ଗଂଜାମ ଜିଲ୍ଲା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ଶିଳ୍ପାଞ୍ଚଳରେ ଗୋପାଳ ଦାସଙ୍କ ପରିବାର ରହୁଛନ୍ତି ।

ଗଞ୍ଜାମ ଜିଲ୍ଲା ଜଳେଶ୍ବରଖଣ୍ଡିରେ ସେ ଜନ୍ମ ହୋଇଥିଲେ ବୋଲି ସୂଚନା ମିଳିଛି । ଚାକିରି ଜୀବନ ଆରମ୍ଭ କରିବା ସମୟରେ ସେ କନେଷ୍ଟବଳ ଥିଲେ । ବିଗତ କିଛି ବର୍ଷ ପୂର୍ବରୁ କନଷ୍ଟେବଳରୁ ପଦୋନ୍ନତି ପାଇ ଏଏସଆଇ ପଦରେ ଅବସ୍ଥାପିତ ହୋଇଥିଲେ । ତେବେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଥାନାରେ ସେ ମୁତୟନ ହୋଇଥିଲେ ।

ତେବେ ଗୋପାଳ ଦାସଙ୍କ ପତ୍ନୀ ଜୟନ୍ତୀ ଦାସ କହିଛନ୍ତି, ମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣା ସଂପର୍କରେ ସେ କିଛି ଜାଣି ନାହାଁନ୍ତି । ଝିଅଙ୍କ ସହିତ ଆଜି ଭିଡିଓ କଲିଂରେ କଥା ହୋଇଥିଲେ । ଅଚାନକ କାମ ଅଛି କହି କଲ୍ କାଟି ଦେଇଥିଲେ । ତେଣୁ ତାଙ୍କ ସହିତ ମୁଁ ମୋବାଇଲ୍ ଫୋନରେ କଥା ହୋଇ ପାରିନାହିଁ ।

ଅଧିକ ପଢ଼ନ୍ତୁ : କିଛି ଦିନ ତଳେ ଶନି ଠାକୁରଙ୍କୁ ସୁନା କଳସ ଦାନ କରି ଚର୍ଚ୍ଚାରେ ଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ହେଲେ ଗୁଳି ବାଜିବା ପରେ ପ୍ରାଣ ହରାଇଲେ ଏହି ଟାଣୁଆ ନେତା

୪ରୁ ୫ ମାସ ଆଗରୁ ଘରକୁ ଆସିଥିଲେ । ସେ ମାନସିକ ରୋଗର ଶିକାର ଥିଲେ । ମନ୍ତ୍ରୀଙ୍କ ସହିତ ଶତ୍ରୁତା ନେଇ ମୁଁ କିଛି ଜାଣି ନଥିଲି ବୋଲି ଅଭିଯୁକ୍ତ ପୋଲିସ ବାବୁଙ୍କ ପତ୍ନୀ କହିଛନ୍ତି । ଏବେ ମୋ ପିଲାମାନେ ଚିନ୍ତାରେ ଅଛନ୍ତି । ଘଟଣାର ତଦନ୍ତ ହେବା ଦରକାର ।

ତେବେ ମାସକ ତଳେ ମନ୍ତ୍ରୀ ନବ ଦାସ ଗାଳି ଦେଇଥିଲେ ବୋଲି କୁହାଯାଉଛି । ଯଦି ଏହି ଘଟଣା ସତ ହୋଇଥିବ, ତା’ହେଲେ ଏଥିରେ ଗୋପାଳ ଦାସ ପ୍ରତିକ୍ରିୟାଶୀଳ ହୋଇ ଏହି କାଣ୍ଡ ଘଟାଇଥାଇ ପାରନ୍ତି ବୋଲି ମଧ୍ୟ ଅନୁମାନ କରାଯାଉଛି । କିନ୍ତୁ ଏପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ କୌଣସି ଠୋସ୍ କଥା ସାମ୍ନାକୁ ଆସିନାହିଁ । ତେଣେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Share this story