ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଛି ଜଣେ ପୁଲିସ ଏଏସଆଇ; ଖୋଜା ଚାଲିଛି କାରଣ, ସୂଚନା ଦେଲେ ଏସଡିପିଓ...

Police ASI shot at health minister Naba Das

ଓଡ଼ିଆ ଗସିପ ବ୍ୟୁରୋ: ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣା । ତେବେ ଏହି ଗୁଳିମାଡ ପୁଲିସ କରିଛି । ତେବେ କାହିଁକି ପୁଲିସ ଜଣଙ୍କ ଏମିତି କାଣ୍ଡ ଭିଆଇଲେ ସେ ନେଇ ତଥ୍ୟ ମିଳିପାରି ନାହିଁ ।

ଏନେଇ ବ୍ରଜରାଜନଗର ଏସଡିପିଓ କହିଛନ୍ତି ଯେ, ଗାନ୍ଧୀଛକ ଫାଣ୍ଡିରେ ପୁଲିସ କର୍ମୀ ଗୋପାଳ ଦାସ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ଼ କରିଛନ୍ତି । ଅଭିଯୁକ୍ତଙ୍କୁ କାବୁ କରାଯାଇଛି ।

ସୂଚନା ଅନୁଯାୟୀ, ନବ ଦାସ ସାଧାରଣ ସଭାରେ ଯୋଗଦେବାକୁ ଯାଇଥିବା ବେଳେ ଦୁର୍ବୃତ୍ତ ଗୁଳିମାଡ କରିଥିଲେ । ବ୍ରଜରାଜନଗର ଗାନ୍ଧି ଛକରେ ଏହି ଗୁଳିମାଡ ହୋଇଥିଲା ।

ପ୍ରାଥମିକ ଖବରରୁ ୩ ଜଣ ଦୁର୍ବୃତ୍ତ ଅତର୍କିକ ଗୁଳିମାଡ କରିଥିବା ସୂଚନା ମିଳିଥିଲା । ତାଙ୍କ ଉପରକୁ ୫ ରାଉଣ୍ଡ ଗୁଳିମାଡ କରାଯାଇଥିବା ଜଣାପଡିଥିଲା ।

ଗୁଳିମାଡ ପରେ ସେ ଅଚେତ ହୋଇପଡିଥିଲେ । ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଅବସ୍ଥା ଗୁରୁତର ରହିଛି ।

Share this story

World Odia Language Conferene