World Odia Language Conferene

ନବ ଦାସଙ୍କୁ ଗୁଳିମାଡ ଘଟଣା : ଏଏସଆଇ ଗୋପାଳ ଦାସଙ୍କୁ ନେଇ ଆସିଲା ରୋଚକ ଖବର, ସେ 'ଗୁଡ୍' ଥିଲେ...

The cop who gunned down odisha health minister had service record good

ଓଡ଼ିଆ ଗସିପ ବ୍ୟୁରୋ: ନବ ଦାସଙ୍କୁ ଗୁଳିମାଡ ଘଟଣା କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି । କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ଏହାପରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେ ଘଟଣାସ୍ଥଳ ବୁଲି ଦେଖିଛନ୍ତି । କ୍ରାଇମବ୍ରାଞ୍ଚର ଏକ ଟିମ ମଧ୍ୟ ଯାଇଛି ।

କାହିଁକି ନବଦାସଙ୍କୁ ଗୁଳିମାଡ ହେଲା । ଗୁଳିମାଡ ପଛର ରହସ୍ୟ କ’ଣ ତାର କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ । ତେବେ ଏହାରି ଭିତରେ ଏଏସଆଇ ଗୋପାଳ ଦାସଙ୍କୁ ନେଇ ରୋଚକ ଖବର ସାମ୍ନାକୁ ଆସିଛି ।

ଅଧିକ ପଢ଼ନ୍ତୁ : ନବ ଦାସଙ୍କୁ ଗୁଳିମାଡ଼ ଘଟଣାରେ ନୂଆ ମୋଡ: ଏତଲା ଦେଲେ ଥାନା ଅଧିକାରୀ (IIC), କହିଲେ- ‘ହତ୍ୟା ଉଦ୍ଦେଶ୍ୟରେ ଫାୟାରିଂ କରିଥିଲେ ASI’

ସର୍ଭିସ ବୁକରେ ଗୋପାଳ 'ଗୁଡ୍' ବୋଲି ଦର୍ଶିତ ହୋଇଛି । ୨୮ ବର୍ଷ ହେବ ସେ ପୋଲିସ ଚାକିରି କରିଛନ୍ତି । ଗଞ୍ଜାମରେ ସେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ । ୮ଜୁଲାଇ ୧୯୯୨ରେ ପ୍ରଥମେ ନିଯୁକ୍ତି ପାଇଥିଲେ । ବରିଷ୍ଠ ହାବିଲଦାରରୁ ଏଏସଆଇକୁ ପଦୋନ୍ନତି ମିଳିଥିଲା । ସେପ୍ଟେମ୍ବର ୯, ୨୦୦୯ରେ ଏସଆଇକୁ ପଦୋନ୍ନତି ପାଇଥିଲେ ।

ପ୍ରଥମେ ଗଞ୍ଜାମ ପରେ ବ୍ରହ୍ମପୁରରେ ନିଯୁକ୍ତ ହୋଇଥିଲେ । ଏବେ ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡିରେ ନିଯୁକ୍ତ ଥିଲେ । ତାଙ୍କ ସର୍ଭିସ ବୁକ୍ କହୁଛି ଭଲ କାମ ପାଇଁ ସେ ୧୨ ଥର ପୁରସ୍କାର ପାଇଛନ୍ତି ।

ସଠିକ ତଦନ୍ତ ପ୍ରକ୍ରିୟା ପାଇଁ ୧୮ଟି ମେଡାଲ ପାଇଛନ୍ତି । କେବଳ ସେତିକି ନୁହେଁ ୮ଥର ତାଙ୍କୁ ଆର୍ଥିକ ସହାୟତା ସହ ପୁରସ୍କାର ପାଇଛନ୍ତି । ଥରେ ମାତ୍ର ଛୋଟିଆ ଭୁଲ ପାଇଁ ଚେତାବନୀ ପାଇଥିଲେ । କିନ୍ତୁ ସେ ମାନସିକ ରୋଗରେ ପୀଡିତ ଥିଲେ ବୋଲି ସର୍ଭିସ ବୁକରେ ଉଲ୍ଲେଖ ନାହିଁ । ହେଲେ ସେ ମନ୍ତ୍ରୀଙ୍କୁ ଗୁଳି ମାଡ କାହିଁକି କଲେ ତାହା ତଦନ୍ତ ସାପେକ୍ଷ ।

Share this story