ନବ ଦାସଙ୍କୁ ଗୁଳିମାଡ଼ ଘଟଣାରେ ନୂଆ ମୋଡ: ଏତଲା ଦେଲେ ଥାନା ଅଧିକାରୀ (IIC), କହିଲେ- ‘ହତ୍ୟା ଉଦ୍ଦେଶ୍ୟରେ ଫାୟାରିଂ କରିଥିଲେ ASI’

ASI Gopal Das fired at Health Minister with intention to murder him

ଓଡ଼ିଆ ଗସିପ ବ୍ୟୁରୋ: ନବକିଶୋର ଦାସଙ୍କୁ ହତ୍ୟା ଘଟଣାରେ ଏତଲା ଦେଇଛନ୍ତି ଆଇଆଇସି (ଥାନା ଅଧିକାରୀ) । ବ୍ରଜରାଜନଗର ଥାନା ଆଇଆଇସି ପ୍ରଦ୍ୟୁମ୍ନ ସ୍ୱାଇଁ ଏତଲା ଦେଇଛନ୍ତି ।

ହତ୍ୟା ଉଦ୍ଦେଶ୍ୟରେ ନବ ଦାସଙ୍କୁ ଫାୟାରିଂ କରିଥିଲେ ଏଏସଆଇ ଗୋପାଳ । ଅତି ନିକଟରୁ ଏଏସଆଇ ଗୋପାଳକୃଷ୍ଣ ଫାୟାରିଂ କରିଥିଲେ । ଏତଲା ଅନୁସାରେ ଏଏସଆଇ ଗୋପାଳ ଗତକାଲି ଟ୍ରାଫିକ୍ କ୍ଲିୟରାନ୍ସ ଦାୟିତ୍ୱରେ ଥିଲେ ।

ଅଧିକ ପଢ଼ନ୍ତୁ : ଶିଶୁଙ୍କୁ ଅକଥନୀୟ ଅତ୍ୟାଚାର ! ୨ ପିଲାଙ୍କୁ ପିଟି ପିଟି ଲହୁଲହାଣ କଲେ ବାପା-ମାଆ

ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇବା ବେଳେ ସେ ତାଙ୍କ ନିକଟକୁ ଚାଲି ଯାଇଥିଲେ । ସେ ତାଙ୍କ ସର୍ଭିସ ରିଭଲଭରରୁ ଅତି ନିକଟରୁ ନବ ଦାସଙ୍କୁ ଫାୟାରିଂ କରିଥିଲେ । ଗୁଳି ସିଧା ମନ୍ତ୍ରୀଙ୍କ ଛାତିରେ ବାଜିଥିଲା ।

ତେବେ ଏହି ଘଟଣାରେ ସୁନ୍ଦରଗଡ଼ ରିଜର୍ଭ ବାରାକରେ ଅଭିଯୁକ୍ତ ଗୋପାଳକୃଷ୍ଣଙ୍କୁ ଚାଲିଛି ଜେରା । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଜେରା କରୁଛନ୍ତି ସ୍ୱତନ୍ତ୍ର ଟିମ୍ ।

Share this story