ଶିଶୁଙ୍କୁ ଅକଥନୀୟ ଅତ୍ୟାଚାର ! ୨ ପିଲାଙ୍କୁ ପିଟି ପିଟି ଲହୁଲହାଣ କଲେ ବାପା-ମାଆ

two minor badly toutured by their father and mother

ଓଡ଼ିଆ ଗସିପ ବ୍ୟୁରୋ: ଅବୋଧ ଶିଶୁଙ୍କୁ ଅକଥନୀୟ ଅତ୍ୟାଚାର । କଅଁଳ ଶିଶୁଙ୍କ ପ୍ରତି ଅମାନୁଷିକତାର ସବୁ ସୀମା ସରହଦ ପାର । ପିଲା ଦୁହିଁଙ୍କ ଚେହେରା ଦେଖିଲେ ହିଁ ସ୍ପଷ୍ଟ ବାରି ହେବ, ଏମାନଙ୍କ ଉପରେ କିଭଳି ହୋଇଛି ନିର୍ମମ ଅତ୍ୟାଚାର । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଡମୋଳ ଗାଁରୁ ଏକ ବନ୍ଦ ଲାଟ୍ରିନ୍ ଘରୁ ଉଦ୍ଧାର ହୋଇଛନ୍ତି ଦୁଇ ଶିଶୁ ।

ଅଭିଯୋଗ ଅନୁସାରେ ଦୁଇ ଶିଶୁ ହେଉଛନ୍ତି ଡମୋଳ ଗାଁର ଅଜୟ ସାହୁ ଓ ସୁକାନ୍ତୀ ସାହୁଙ୍କ ପାଳିତ ପୁତ୍ର-କନ୍ୟା । ଯିଏ କି ନିର୍ଯାତନାର ଶିକାର ହେଉଛନ୍ତି ।ଏମାନଙ୍କ ଏ ଅବସ୍ଥା ପାଇଁ ଆଉ କେହି ନୁହନ୍ତି, ବରଂ ଖୋଦ୍ ସେଇ ପାଳିତ ବାପା ଓ ମାଆ ହିଁ ଦାୟୀ ।

ଅଧିକ ପଢ଼ନ୍ତୁ : ଖସି ଯିବେ କି ଅଭିଯୁକ୍ତ ଗୋପାଳ ଦାସ! ପୋଲିସ ASIଙ୍କ ବିଷୟରେ ଡାକ୍ତର ଦେଲେ ସାଙ୍ଘାତିକ ସୂଚନା...

ପିଲା ଦୁଇଟି ଦୁଷ୍ଟ ହେବାରୁ, ସେମାନଙ୍କୁ ଏଇଭଳି ଦଣ୍ଡ ଦେଇଛନ୍ତି ବାପା ଓ ମାଆ । ଗତକାଲି ପ୍ରବଳ ପିଟିବା ପରେ ଆଜି ଏମାନଙ୍କୁ ଏକ ଲାଟ୍ରିନ ଘରେ ତାଲା ପକାଇ ଉଭୟ ଘରୁ ପଳାଇଥିଲେ ।

ପିଲା ଦୁଇଟିଙ୍କ ଡାକ ଶୁଣି ପ୍ରଥମେ ପାଖ ପଡ଼ୋଶୀ ଓ ପରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିଥିଲେ । ପରେ ଉପଜିଲ୍ଲାପାଳଙ୍କ ନିକଟକୁ ଖବର ଯିବାରୁ ତାଙ୍କ ନିର୍ଦ୍ଦେଶରେ ଦୁଇ ପିଲାଙ୍କୁ ଉଦ୍ଧାର କରିଥିଲା ପୋଲିସ ।

ଗତ କିଛି ମାସ ତଳେ ଏଇ କୁନି ପିଲା ଦୁହିଁଙ୍କର ମାଆ ଆର ପାରିକୁ ଚାଲିଗଲେ । ପରେ ତାଙ୍କ ବାପା ତାଙ୍କୁ ଅଣଦେଖା କଲେ । ପରେ ସ୍ଥାନୀୟ ଜଣେ ସହୃଦୟ ବ୍ୟକ୍ତି ଦୁହିଁଙ୍କୁ ଉଦ୍ଧାର କରି ନିଜ ଘରକୁ ଆଣିଥିଲେ । ପରେ ଡମାଳୋ ଗାଁ ଲୋକଙ୍କ ନିଷ୍ପତ୍ତି ଅନୁଯାୟୀ ସରକାରୀ ବିଧି ବ୍ୟବସ୍ଥାରେ ପିଲା ଦୁହିଁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଆଗ୍ରହ ଦେଖାଇଥିଲେ ଡମୋଳ ଗାଁର ଅଜୟ ଓ ସୁକାନ୍ତି ସାହୁ ।

ଅଧିକ ପଢ଼ନ୍ତୁ : ନବ ଦାସଙ୍କୁ ଗୁଳି ମାରିଥିବା ଗୋପାଳ ଦାସ କିଏ ? ବ୍ରଜରାଜନଗର ଗାନ୍ଧି ଛକ ଫାଣ୍ଡିରେ ଥିଲେ ପୋଲିସ ASI…

ଗାଁ ଲୋକଙ୍କ ଅଭିଯୋଗ, ଆରମ୍ଭରୁ ସ୍ନେହ ଆଦର ପରେ ଏବେ ରୀତିମତ ପିଲା ଦୁହିଁଙ୍କୁ ନିର୍ଯାତନା ଦେଉଛନ୍ତି ପାଳିତ ବାପା ଓ ମାଆ । ଏମିତିକି ଏଇ ବୟସରେ ବାସନ ମଜା ଓ ଘର ଓଳାଇବା କାମ ମଧ୍ୟ କରାଯାଉଥିବାର ଅଭିଯୋଗ ହୋଇଛି ।

ଶିଶୁ ଦୁହିଁଙ୍କୁ ଉଦ୍ଧାର ପରେ ସେମାନଙ୍କ ଚିକିତ୍ସା ଲାଗି ପୋଲିସ ପରଜଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି । ସେପଟେ ଜିଲ୍ଲା ପ୍ରଶାସନର ତାଗିଦ ପରେ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରୁଛି ପୋଲିସ ।

Share this story