ଖସି ଯିବେ କି ଅଭିଯୁକ୍ତ ଗୋପାଳ ଦାସ! ପୋଲିସ ASIଙ୍କ ବିଷୟରେ ଡାକ୍ତର ଦେଲେ ସାଙ୍ଘାତିକ ସୂଚନା...

what will be the state administration will do to the accused who killed Naba Das

ଓଡ଼ିଆ ଗସିପ ବ୍ୟୁରୋ: ସ୍ବାସ୍ଥ୍ୟ ମନ୍ତ୍ରୀ ନବଙ୍କୁ ଆଜି ଅପରାହ୍ନରେ ବ୍ରଜରାଜନଗର ଅଂଚଳରେ ଗୁଳିମାଡ଼ ହୋଇଛି । ଜଣେ ପୁଲିସ କର୍ମଚାରୀଙ୍କ ଗୁଳିମାଡ଼ର ଶିକାର ହେଲା ପରେ ମନ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଏୟାରଲିଫ୍ଟ କରି ଭୁବନେଶ୍ବର ଅଣାଯାଇଥିଲା । ହେଲେ ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଯାଇଛି ।

ତେବେ ଗୁଳିମାଡ଼ କରିଥିବା ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଏଏସଆଇ ଗୋପାଳ ଦାସ । କିନ୍ତୁ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି ଯେ କୁଆଡେ ଏବଂ ପ୍ରଶ୍ନ ବି ଉଙ୍କି ମାରୁଛି କି ଖସି ଯିବେ କି ଅଭିଯୁକ୍ତ ଗୋପାଳ ଦାସ! କାହିଁକି ନା ସେ କୁଆଡେ ମାନସିକ ରୋଗରେ ପୀଡିତ ଅଛନ୍ତି । କିନ୍ତୁ ବହୁ ଲୋକେ ମତ ବାଢ଼ିଛନ୍ତି କି ଅଭିଯୁକ୍ତକୁ ଏବେ କଣ କରିବେ ? ତାଙ୍କୁ ଜେଲକୁ ପଠାଯିବ ନା ତାଙ୍କର ଚିକିତ୍ସା ହେବ କାହିଁକି ନା ତାଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ ।

ଅଧିକ ପଢ଼ନ୍ତୁ : କିଛି ଦିନ ତଳେ ଶନି ଠାକୁରଙ୍କୁ ସୁନା କଳସ ଦାନ କରି ଚର୍ଚ୍ଚାରେ ଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ହେଲେ ଗୁଳି ବାଜିବା ପରେ ପ୍ରାଣ ହରାଇଲେ ଏହି ଟାଣୁଆ ନେତା

ସେପଟେ ନବ ଦାସଙ୍କ ଉପରେ ଗୁଳି ଚଳାଇଥିବା ଗୋପାଳ ଦାସଙ୍କ ପତ୍ନୀ କହିଥିଲେ ତାଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀ ।

ସେ କହିଛନ୍ତି, ଗତ ୮ରୁ ୧୦ ବର୍ଷ ତଳେ ଅଭିଯୁକ୍ତ ଜଣଙ୍କ ତାଙ୍କ ପାଖରେ ଚିକିତ୍ସିତ ହେଉଥିଲେ । ଆମେ ଚିକିତ୍ସା ମଧ୍ୟ କରିଥିଲୁ । ତାଙ୍କ ଲକ୍ଷଣ ବି ଠିକଠାକ୍ ଥିଲା । ତେବେ ଏହାରି ଭିତରେ ଗତ ୫ ବର୍ଷ ହେବ ଚିକିତ୍ସା ପାଇଁ ସେ ଆସୁନଥିଲେ । ଔଷଧ ବୋଧେ ଖାଉନଥିଲେ ।

ଗୋପାଳଙ୍କ ଦେହରେ ନିଦ୍ରାହୀନତା, ଅଧିକ ରାଗିବାର, ମାଡମାରୁଥିବାର ଲକ୍ଷଣ ଥିଲା । ପ୍ରଥମେ ସେ ଯେତେବେଳେ ଆସିଥିଲେ ଆମେ ତାଙ୍କୁ ରୋକିବା ପାଇଁ ଇଞ୍ଜେକସନର ସହାୟତା ମଧ୍ୟ ନେଇଥିଲୁ ।

ଏକଥା ପ୍ରାୟ ୧୦ ବର୍ଷ ତଳର କିନ୍ତୁ ପରେ ସେ ସୁସ୍ଥ ହୋଇଥିଲେ । ଗତ ୫ ବର୍ଷ ହେବ ସେ ନିୟମିତ ଚିକିତ୍ସା ହେଉନଥିଲେ ଲାଗୁଛି ପୁଣି ଥରେ ସେଭଳି କିଛି ଲକ୍ଷଣ ତାଙ୍କ ଦେହରେ ଆସିଥାଇପାରେ ।

Share this story