ଖରାଦିନେ ଝାଳ ବୋହିବା ଦ୍ୱାରା ସ୍କିନ୍‌ ଆଲର୍ଜିର ସମସ୍ୟାରୁ ବର୍ତ୍ତିବା ପାଇଁ ଜାଣନ୍ତୁ ଘରୋଇ ଉପଚାର...
 

Home Remedies to Get Rid of Skin Allergies
ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଉପଚାର
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆପଣମାନେ ଜାଣିଥିବେ ଖରାଦିନେ ଝାଳ ବୋହିବା ସ୍ୱାଭାବିକ କଥା, କିନ୍ତୁ କିଛି ଲୋକଙ୍କ ଝାଳ ବୋହିବା ଦ୍ୱାରା ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ଭଳି ସମସ୍ୟା ଦେଖାଦେଇଥାଏ। ଏମିତିକି କାହାର ଘିମିରି ତା କାହାର ନାଲି ନାଲି ଦାଗ ଏବଂ କାହାର କୁଣ୍ଡେଇ କୁଣ୍ଡେଇ ନାଲି ବଥ ମଧ୍ୟ ପଡି ଯାଇଥାଏ କିନ୍ତୁ ଏହିସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର କ୍ରିମ,ପାଉଡର ଆଣି ଲଗାଇଥାନ୍ତି।

ଏବଂ ଅନେକ ଲୋକଙ୍କ ଏହା ଦ୍ୱାରା ଚର୍ମ କଳା ପଡିବା,ଚର୍ମ ଶୁଷ୍କ ହେବା ଭଳି ସମସ୍ୟା ଦେଖାଦିଏ। କିନ୍ତୁ ଜାଣନ୍ତି କି, ଏମିତି କିଛି ସହଜ ଘରୋଇ ଉପାୟ ରହିଛି; ଯାହାକୁ ବ୍ୟବହାର କରି ଏହିସବୁ ସ୍କିନ୍‌ ଆଲର୍ଜିରୁ ସୁବିଧାରେ ମୁକ୍ତି ପାଇ ପାରିବେ। ତେବେ ଆସନ୍ତୁ ଜାଣିବା...

ଅଧିକ ପଢନ୍ତୁ : ଜାଣନ୍ତୁ ୟୁରିକ ଏସିଡ ବଢିବାର ୩ଟି ବଡ଼ କାରଣ, ଜାଣିଲେ ସହଜ ହେବ ଚିକିତ୍ସା

ସତେଜ ଘିକୁଆଁରୀ ଖଣ୍ଡେ ଆଣି ତା’ ଭିତରର ଲାଳ ଅଂଶକୁ କାଢି ସ୍କିନ୍‌ର ଯେଉଁ ଅଂଶରେ ଆଲର୍ଜି ହୋଇଛି ସେଠାରେ ଲଗାଇବେ ଓ କିଛି ସମୟ ପରେ ଧୋଇଦେବେ। ଏମିତି କିଛିଦିନ କଲେ ଦେଖିବେ ଆଲର୍ଜି ସମସ୍ୟା କମିଯିବ।

ଅଧିକ ପଢନ୍ତୁ : କୋଟିଏ ଟଙ୍କାର ପାଣି ପାଇପ୍ ଚୋରି ଅଭିଯୋଗରେ ୧୧ ଜଣକୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ

ଆଲର୍ଜି ସ୍ଥାନରେ ବରଫ ଖଣ୍ଡ(ସୂତା କପଡ଼ାରେ ଗୁଡ଼ାଇ)ଧୀରେ ଧୀରେ ମାଲିସ୍‌ କଲେ ବି କେତେକାଂଶରେ ମୁକ୍ତି ମିଳେ। 
ସେହିପରି ନଡ଼ିଆ ତେଲରେ କିଛି କର୍ପୂରକୁ ଗୁଣ୍ଡ କରି ପକାଇବେ,ପରେ ସେହି ମିଶ୍ରଣକୁ ପ୍ରଭାବିତ ହୋଇଥିବା ସ୍ଥାନରେ ଦିନକୁ ଦୁଇଥର ଲଗାଇଲେ ସ୍କିନ୍‌ ରାଶେଶ୍‌ ସମସ୍ୟାରୁ କେତେକାଂଶରେ ମୁକ୍ତି ମିଳିଥାଏ।ଲେମ୍ବୁ ଓ ହଳଦୀ ର ରସ କୁ ମିଶାଇ ଘିମିରିରେ ଲଗାଇବା ଦ୍ବାରା ମଧ୍ୟ ଘିମିରି ଭଲ ହୋଇଯାଇଥାଏ। 
ପଇଡପାଣି ଓ ଲେମ୍ବୁ ପାଣି ଘିମିରି ହୋଇଥିବା ସ୍ଥାନରେ ଲଗାଇବା ଦ୍ଵାରା ଘିମିରି ଚିହ୍ନ ଲିଭିଯିବା ସହ ଚର୍ମ ର ସୋନ୍ଦର୍ଯ୍ୟ ଦ୍ଵିଗୁଣିତ ହୋଇଥାଏ।
ସାଧାରଣତଃ ତରଭୁଜ ଖାଇବା ପରେ ତାର ଧଳା ଅଂଶକୁ ଆମେ ଫୋପାଡି ଦେଇଥାନ୍ତି।କିନ୍ତୁ ନଫୋପାଡି ଦେହରେ ଲଗାଇ ମସାଜ୍ କରିବା ଦ୍ୱାରା ଦେହ ସୁନ୍ଦର ଦେଖାଯିବା ସହିତ ଦେହରେ କୌଣସି ଚିହ୍ନ ରହିନଥାଏ।

ଅଧିକ ପଢନ୍ତୁ : ବୟସ ଅନୁସାରେ ଶରୀର ଓଜନ କେତେ ରହିବା ଦରକାର? ଜାଣି ନାହାନ୍ତି ଯଦି ନିଶ୍ଚୟ ଜାଣନ୍ତୁ..

( Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ, ଏହାକୁ ଓଡ଼ିଆ ଗସିପ୍ ନିଶ୍ଚିତ କରେ ନାହିଁ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)

Share this story