ଜାଣନ୍ତୁ ୟୁରିକ ଏସିଡ ବଢିବାର ୩ଟି ବଡ଼ କାରଣ, ଜାଣିଲେ ସହଜ ହେବ ଚିକିତ୍ସା
 

3 Main Causes of High Uric Acid Levels
ଏଥିରୁ ଦୁରେଇ ରୁହନ୍ତୁ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ୟୁରିକ ଏସିଡ ଶରୀରରେ ବଢିବା ମାତ୍ରେ ଛୋଟ ଛୋଟ ଗଣ୍ଠି ମାନଙ୍କରେ ବଥା ଆରମ୍ଭ ହୁଏ l ଅବହେଳା କଲେ ଏହା ହାଡ଼କୁ ପ୍ରଭାବିତ କରେ ଓ ଚିକିତ୍ସା ମୁସ୍କିଲ ହେବା ଆରମ୍ଭ କରେ l ଏହାକୁ ଚିକିତ୍ସା ନକଲେ ଏହା ଗଣ୍ଠି ବା ଜଏଣ୍ଟ କୁ ନଷ୍ଟ କରିଦିଏ, କିଡନୀରେ ପଥର ଓ କ୍ରୋନିକ କିଡନୀ ରୋଗ ସୃଷ୍ଟି ମଧ୍ୟ କରେ ଅନ୍ୟାନ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରେ ଓ ହାଡ଼କୁ ନଷ୍ଟ କଲେ ପୁଣି ରୀକୋଭରୀ କରିବା କଷ୍ଟ ହୋଇଯାଏl

ଏଲୋପାଥିରେ ଏହି ରୋଗ ପାଇଁ ଥିବା ଔଷଧ କିଡନୀ ଓ ଅନ୍ୟାନ୍ୟ ଅଙ୍ଗ ପାଇଁ ବହୁତ କ୍ଷତି କାରକ ହୋଇଥାଏ l ଏଥିରେ ଆଣ୍ଠୁ, ଏଡି ଓ ଗୋଡ଼ ଆଙ୍ଗୁଳି ଆଦି ବଥା ହେବାର ବଡ଼ କାରଣ ୟୁରିକ ଏସିଡ ବଢିବା ପାଇଁ ହୋଇଥାଏ l ଏହି ରୋଗକୁ ଗଠିଆ ବା ଗାଉଟ (Gout) ମଧ୍ୟ କହନ୍ତି l 

ଅଧିକ ପଢନ୍ତୁ : ହାର୍ଟ ଷ୍ଟ୍ରୋକ୍ ଭଳି ସମସ୍ୟା ନ ହେବା ପାଇଁ ଏହି ୪ ଟି ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ 

ମୋଟା ମୋଟି କହିବାକୁ ଗଲେ ୟୁରିକ୍ ଏସିଡ୍ ହେଉଛି ଏକ ପ୍ରାକୃତିକ ବର୍ଜ୍ୟବସ୍ତୁ ଯାହା ପ୍ୟୁରିନ୍ ଧାରଣ କରିଥିବା ଖାଦ୍ୟକୁ ହଜମ କରିବାରେ ସାହାର୍ଯ୍ୟ କରିଥାଏ | କେତେକ ଖାଦ୍ୟରେ ପ୍ୟୁରିନ୍ ଉଚ୍ଚ ସ୍ତରରେ ମିଳିଥାଏ ଏବଂ ଏହା ଆପଣଙ୍କ ଶରୀରରେ ସୃଷ୍ଟି ହୋଇ ଭାଙ୍ଗିଯାଏ l ସାଧାରଣତ ,ଆପଣଙ୍କ ଶରୀର ଆପଣଙ୍କ କିଡନୀ ଏବଂ ପରିସ୍ରା ମାଧ୍ୟମରେ ୟୁରିକ୍ ଏସିଡ୍ ଫିଲ୍ଟର୍ କରିଥାଏ l ଯଦି ଆପଣ ଅତ୍ୟଧିକ ପ୍ୟୁରିନ୍ ଖାଉଛନ୍ତି କିମ୍ବା ଯଦି ଆପଣଙ୍କ ଶରୀର ଏହି ଉପ-ଦ୍ରବ୍ୟକୁ ଶୀଘ୍ର ଅପସାରଣ କରିବାରେ ଅସମର୍ଥ, ତେବେ ଆପଣଙ୍କ ରକ୍ତରେ ୟୁରିକ୍ ଏସିଡ୍ ସୃଷ୍ଟି ହୋଇପାରେ l ଅତ୍ୟଧିକ ୟୁରିକ୍ ଏସିଡ ଜମା ହେଲେ ଏହା ଗୁଟ୍, କିଡନୀ ପଥର ଏବଂ ଅନ୍ୟାନ୍ୟ ପ୍ରକାରର ଆର୍ଥ୍ରାଇଟିସ୍ ଭଳି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ l 

ସାମଗ୍ରିକ ସ୍ୱାସ୍ଥ୍ୟ ବଜାୟ ରଖିବା ଏବଂ ଜଟିଳତାକୁ ରୋକିବା ପାଇଁ ୟୁରିକ୍ ଏସିଡ୍ ସ୍ତର ପରିଚାଳନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ତେବେ ଏହା ପଛର କାରଣ କଣ କେବେ ଜାଣିବାକୁ ପ୍ରୟାସ କରିଛନ୍ତି କି ? ଆସନ୍ତୁ ଜାଣିବା ୟୁରିକ ଏସିଡ ବଢିବାର ୩ଟି ବଡ଼ କାରଣ ବିଷୟରେ...

ଅଧିକ ପଢନ୍ତୁ : ଡାଇସେଟିସ୍ ରୋଗୀ ସାବଧାନ! ରାତିରେ ଖାଆନ୍ତୁ ନାହିଁ ଏହି ୪ଟି ଖାଦ୍ୟ, ଅନକଣ୍ଚ୍ରୋଲ ହୋଇଯିବ ସୁଗାର ଲେବଲ

୧. ଶରୀରରେ ୟୁରିକ ଏସିଡ ବୃଦ୍ଧି ହେବାର ମୂଳ କାରଣ ହେଉଛି ଲିଭର କିମ୍ବା କିଡନୀରେ କାର୍ଯ୍ୟକ୍ଷମରେ ସମସ୍ୟା ଉତ୍ପନ୍ନ ହେବା । ଲିଭରରେ ୟୁରିକ ଏସିଡ ତିଆରି ହୋଇ କିଡନୀକୁ ଗତି କରିଥାଏ । ଯଦି ଲିଭର ଓ କିଡନୀ ଠିକ ଭାବରେ କାମ କରିନଥାଏ ତେବେ ୟୁରିକ ଏସିଡ ଅଧିକ ବୃଦ୍ଧି ପାଇ ଶରୀରରୁ ବାହାରିବାରେ ଠିକ ଭାବରେ ସକ୍ଷମ ହେବନାହିଁ । ଯଦି ଆପଣ ମାନଙ୍କର ଲିଭର ବା କିଡନୀରେ ସମସ୍ୟା ଥାଏ ତେବେ ଆପଣ ୟୁରିକ ଏସିଡ ଉପରେ ଧ୍ୟାନ ରଖନ୍ତୁ ।

୨. ଅତ୍ୟଧିକ ଗରିଷ୍ଠ ଭୋଜନ ଦ୍ୱାରା ଶରୀରରେ ୟୁରିକ ଏସିଡ ସୃଷ୍ଟି ହୋଇଥାଏ । ମାଂସ ଜାତୀୟ ଖାଦ୍ୟ , ସମୁଦ୍ର ମାଛ ଭଳି ଖାଦ୍ୟ ୟୁରିକ ଏସିଡ ସୃଷ୍ଟି ହେବାର ମୁଖ୍ୟ ବାହାକ ହୋଇଥାଏ । ଯଥା ସମ୍ଭବ ଶାକାହାରୀ ଭୋଜନ ଖାଇବାକୁ ଚେଷ୍ଟା କରନ୍ତୁ ।

୩. ଅତ୍ୟଧିକ ମଦ୍ୟପାନ, ବିୟର, ସୋଢା ଏବଂ ଅତ୍ୟଧିକ ମୃଦୁ ଶର୍କରା ଯୁକ୍ତ ପାନୀୟ ପିଇବା ଦ୍ୱାରା ୟୁରିକ ଏସିଜ ଅଧିକ ହୋଇଧାଏ । କେବଳ ଏତିକି ନୁହେଁ , ଅଧିକ ମେଡିସିନ ଖାଉଥିବା ଲୋକମାନଙ୍କୁ ମଧ୍ୟ ଅଧିକ ୟୁରିକ ଏସିଡ କ୍ଷରିତ ହୋଇ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଏ । ତେଣୁ ଏ ସବରୁ ଧ୍ୟାନ ରଖିବା ଆବଶ୍ୟକ ହୋଇଥାଏ ।

ଅଧିକ ପଢନ୍ତୁ : ଲିଭର ଫେଲ୍ ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏହି ସବୁ ଲକ୍ଷଣ, ଜାଣନ୍ତୁ ଏବଂ ସାବଧାନ ହୋଇଯାଆନ୍ତୁ

( Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ, ଏହାକୁ ଓଡ଼ିଆ ଗସିପ୍ ନିଶ୍ଚିତ କରେ ନାହିଁ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)
 

Share this story