ବୟସ ଅନୁସାରେ ଶରୀର ଓଜନ କେତେ ରହିବା ଦରକାର? ଜାଣି ନାହାନ୍ତି ଯଦି ନିଶ୍ଚୟ ଜାଣନ୍ତୁ..
 

What should be the perfect weight according to age
ବୟସ ଅନୁସାରେ ଓଜନ କେତେ ରହିବା ଉଚିତ?
 

ଓଡ଼ିଆ ଗସିପ୍ ବ୍ୟୁରୋ: ଶରୀରର ସୁସ୍ଥତା ବ୍ୟକ୍ତିର ଖାଦ୍ୟ ଓ ଦୈନଦିନ ଜୀବନର ବ୍ୟୟାମ ଓ ମାତା ପିତାଙ୍କ ଙ୍କ ଜିନ ଉପରେ ସାଧାରଣତଃ ନିର୍ଭର କାରିଥାଏ । ତଥାପି ଖାଦ୍ୟପେୟ ଏବଂ ବ୍ୟାୟାମ ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଥାଏ । ଯାହା ଫଳରେ କି ଶରୀର ସୁସ୍ଥ ରହିପାରିବେ ।

ଅନେକ ଅଛନ୍ତି ଯେଉଁମାନେ ଶରୀର ପ୍ରତି ହେୟ ଜ୍ଞାନ କରିଦିଅନ୍ତି । ଆଉ ସବୁଠୁ ବଡ କଥା ହେଉଛି ଏଥିପାଇଁ ସେମାନଙ୍କ ଓଜନ ମଧ୍ୟ ବଢିଥାଏ । ଖାଦ୍ୟପେୟରେ ଅନିୟମିତତା ତଥା ଜୀବନଶୈଳୀରେ ପରିବର୍ତ୍ତନ କାରଣରୁ ବୟସ ଅନୁସାରେ ଓଜନ ଭିନ୍ନ ରହିଥାଏ । ଯେଉଁଥି ପାଇଁ କି ବିଭିନ୍ନ ପ୍ରକାରର ରୋଗ ତଥା ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ ।

ଅଧିକ ପଢନ୍ତୁ : ଏହି ସବୁ ଖାଦ୍ୟ କିଡନୀ ପାଇଁ ଭାରି ଖରାପ; ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ, ନଚେତ୍ ବଢ଼ିଯିବ କିଡନୀ ସମସ୍ୟା!

ତେବେ ବୟସ ଅନୁସାରେ ଶରୀର ଓଜନ କେତେ ରହିବା ଉଚିତ? ଏଥି ନେଇ କଣ କୁହନ୍ତି ବିଶେଷଜ୍ଞ? ଆସନ୍ତୁ ଜାଣନ୍ତୁ ଜାଣିବା...

ବିଶେଷଜ୍ଞଙ୍କ ମତରେ ନବଜାତ ବା ସଦ୍ୟଜାତ ଶିଶୁ ପୁତ୍ରର ଓଜନ ୩.୩ କିଲୋଗ୍ରାମ ଓ କନ୍ୟାର ଓଜନ ୩.୨ କିଲୋଗ୍ରାମ ରହିବା ଉଚିତ୍।

୩ରୁ ୫ ମାସର ପୁଅର ଓଜନ ୬ କେଜି ଓ ଝିଅର ଓଜନ ୫.୪ କେଜି ହେବା ଉଚିତ।

ବର୍ଷକ ଯାଏଁ ପୁଅର ଓଜନ ସର୍ବାଧିକ ୧୦.୨ କିଲୋ ଓ ଝିଅର ୯.୫ କିଲୋ ହେବା ଉଚିତ।

୨ ବର୍ଷ ବେଳକୁ ପୁଅର ଓଜନ ସର୍ବାଧିକ ୧୨.୩ କେଜି ଓ ଝିଅର ଓଜନ ୧୧.୮ କିଲୋ ହେବା ଉଚିତ।

୭ ରୁ ୮ ବର୍ଷର ପୁଅର ଓଜନ ୨୨ କିଲୋ ଓ ଝିଅର ଓଜନ ୨୫ କିଲୋ ହେବା ଉଚିତ।

୯ ରୁ ୧୧ ବର୍ଷ ପିଲାର ପୁଅର ୩୧.୪ କିଲୋ ଓ ଝିଅର ୩୨.୨ କିଲୋ ଓଜନ ହେବା ଉଚିତ୍।

ଅଧିକ ପଢନ୍ତୁ : ନଖରୁ ଜାଣନ୍ତୁ ଆପଣଙ୍କ ଲିଭର୍ ଠିକ୍‌ ଅଛି କି ନାହିଁ ? ନଖର ରଙ୍ଗ ଏସବୁ ଗମ୍ଭୀର ରୋଗର ଦିଏ ସଙ୍କେତ...

୧୨ରୁ ୧୪ ବର୍ଷ ପୁଅର ଓଜନ ୪୭ କିଲୋ ଓ ଝିଅର ୪୮ କିଲୋ ହେବା ଉଚିତ।

୧୫ ରୁ ୧୮ ବର୍ଷ ବୟସର ପୁଅ ଓ ଝିଅ ଉଭୟଙ୍କ ଓଜନ ୬୦ କିଲୋ ରହିବା ଉଚିତ।

୧୯ରୁ ୨୯ ବର୍ଷ ମଧ୍ୟରେ ପୁଅର ଓଜନ ୬୫ କିଲୋ ଓ ଝିଅର ଓଜନ ୬୦ କିଲୋ ହେବା ଉଚିତ।

୩୦ ରୁ ୩୯ ବର୍ଷରେ ପୁରୁଷମାନଙ୍କ ଓଜନ ୭୦ କିଲୋ ଓ ମହିଳାଙ୍କ ଓଜନ ୭୬.୭ କିଲୋ ହେବା ଉଚିତ।

୪୦ ରୁ ୪୯ ବର୍ଷ ରେ ପୁରୁଷଙ୍କ ଓଜନ ୭୨ କିଲୋ ଓ ମହିଳାଙ୍କ ଓଜନ ୭୬.୨ କିଲୋ ହେବା ଉଚିତ।

୫୦ ରୁ ‌୬୦ ବର୍ଷର ପୁରୁଷଙ୍କ ଓଜନ ୬୫ କିଲୋ ଓ ମହିଳାଙ୍କର ଓଜନ ୭୭ କିଲୋ ହେବା ଉଚିତ।

ଅଧିକ ପଢନ୍ତୁ : ଡାଇସେଟିସ୍ ରୋଗୀ ସାବଧାନ! ରାତିରେ ଖାଆନ୍ତୁ ନାହିଁ ଏହି ୪ଟି ଖାଦ୍ୟ, ଅନକଣ୍ଚ୍ରୋଲ ହୋଇଯିବ ସୁଗାର ଲେବଲ

Share this story