ଏହି ସବୁ ଖାଦ୍ୟ କିଡନୀ ପାଇଁ ଭାରି ଖରାପ; ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ, ନଚେତ୍ ବଢ଼ିଯିବ କିଡନୀ ସମସ୍ୟା!

Foods that you should not consume regularly if you have kidney disease
କିଡନୀ ପାଇଁ ଭାରି ଖରାପ ଏହି ଖାଦ୍ୟ!
 

ଓଡ଼ିଆ ଗସିପ୍ ବ୍ୟୁରୋ: କିଡ଼ନୀ ଆମ ଶରୀରର ଏକ ଅତ୍ୟାବଶ୍ୟକ ଅଙ୍ଗ । ଏହା ଆମ ଶରୀରରୁ ଅତିରିକ୍ତ ତରଳ, ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ଏହା ବ୍ୟତୀତ ଏହା ଶରୀରରେ ଜଳ, ଲୁଣ, ମିନେରାଲଲ୍ସକୁ ସନ୍ତୁଳିତ ପରିମାଣରେ ରଖିବାରେ ସାହାଯ୍ୟ କରେ । ଏହା ବିନା ଶରୀରର ସ୍ନାୟୁ, କୋଷ ଓ ମାଂସପେଶୀ ସଠିକ୍ ଭାବରେ କାର୍ଯ୍ୟ କରିପାରିବ ନାହିଁ ।

କିଡ଼ନୀକୁ ପ୍ରଭାବିତ କରିବା ଦ୍ୱାରା ଅନେକ ଗମ୍ଭୀର ରୋଗ ହେବାର ଆଶଙ୍କା ବଢ଼ିଯାଏ । ଶରୀରକୁ ସୁସ୍ଥ ରଖିବା ପାଇଁ କିଡ଼ନୀକୁ ସୁସ୍ଥ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯାହା ମୂତ୍ର ଆକାରରେ ଆମ ଶରୀରରେ ଥିବା ବର୍ଜ୍ୟବସ୍ତୁକୁ ବାହର କରିବା ସହ ଆମକୁ ସୁସ୍ଥ ରଖିଥାଏ । ହେଲେ ସଚେତନତା ଅଭାବରୁ ଭୁଲ ଖାଇବା ଅଭ୍ୟାସ ଏବଂ ଖରାପ ଜୀବନଶୈଳୀ ହେତୁ ଏଥିରେ ଛୋଟ ଷ୍ଟୋନ୍ ଜମା ହୋଇଯାଏ, ଯାହାକୁ କିଡନୀ ପଥର କୁହାଯାଏ। କିଡନୀରେ ପଥର ରହିଲେ ଅସହ୍ୟ ଯନ୍ତ୍ରଣା ହୁଏ। ହେଲେ କିଡନୀ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ହେଲେ ଏସବୁ ଖାଦ୍ୟ ଅଧିକ ଖାଇବା ଉଚିତ୍ ନୁହେଁ, କାହିଁକି ନା ଏହା କିଡ଼ନୀ ପାଇଁ ହାନିକାରକ ହୋଇଥାଏ...

ଅଧିକ ପଢନ୍ତୁ : ବ୍ଲଡ୍ ପ୍ରେସର ଭଳି ଗମ୍ଭୀର ରୋଗ ଥିବା ଲୋକମାନେ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍...

ଆଭୋକାଡୋ- ଏହା ଏମିତି ତ ଫଳ, ଯାହାକୁ ଖାଇବା ଦ୍ବାରା ଶରୀର ପାଇଁ ବେସ୍ ଉପାଦେୟ ହୋଇଥାଏ। କିନ୍ତୁ, ଆଭୋକାଡୋରେ ରହିଥିବା ପୋଟାସିୟମ୍ କିଡନୀକୁ ଦୁର୍ବଳ କରିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଛଣାଛଣି ଖାଦ୍ୟ- ସାଧାରଣତଃ ତେଲ ଛଣା ଖାଦ୍ୟ ଖାଇବା ପାଇଁ ସମସ୍ତେ ଭଲ ପାଇଥାନ୍ତି। କିନ୍ତୁ, ନିୟମିତ ଭାବରେ ଏପରି ଖାଦ୍ୟ ଖାଇବା ଆପଣଙ୍କ କିଡନୀ ଉପରେ ଯଥେଷ୍ଟ କୁପ୍ରଭାବ ପକାଇଥାଏ।

ସୋଡ଼ା- ଖାଦ୍ୟରେ ଅଧିକ ସୋଡ଼ା ବ୍ୟବହାର କରୁଥିଲେ ସାବଧାନ। କାରଣ ଏଥିରେ ମିଳୁଥିବା ଫସଫରସ୍ ଆପଣଙ୍କ କିଡନୀକୁ କ୍ଷତି ପହଞ୍ଚାଇବାକୁ ଯଥେଷ୍ଟ ହୋଇଥାଏ।

ପିଜ୍ଜା- ଆଜିକାଲି ଅଧିକାଂଶ ଲୋକ ପିଜ୍ଜା ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ପିଜ୍ଜା ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ। ଏମିତିକି ପିଜ୍ଜା ଦୀର୍ଘ ଦିନ ଧରି ଖାଇବା ଦ୍ୱାରା ମଧ୍ୟ କିଡନୀକୁ ନଷ୍ଟ କରିଦିଏ।

ନିଶା ସେବନ- ନିଶା ସେବନ ଠାରୁ ଆରମ୍ଭ କରି ମଦ୍ୟପାନ ପର୍ଯ୍ୟନ୍ତ ଯଥାସମ୍ଭବ ଦୂରେଇ ରୁହନ୍ତୁ। ଏହା କିଡନୀ ଫେଲ୍ ହେବାର ଏକ ମୁଖ୍ୟ କାରଣ।

ଅଧିକ ପଢନ୍ତୁ : ଜୁନ୍ ମାସରେ ବଦଳିବ ୩ ରାଶିର ଭାଗ୍ୟ, ଏମାନଙ୍କ ଉପରେ ପଡିବ ବଡ଼ ପ୍ରଭାବ!
 

Share this story