ସାଇବାବାଙ୍କୁ ନେଇ ବାବା ବାଗେଶ୍ୱରଙ୍କ ବିବାଦୀୟ ବୟାନ; ଶିରିଡି ସାଇବାବାଙ୍କୁ ନେଇ ଏମିତି କହିଥିଲେ ଧୀରେନ୍ଦ୍ର ଶାସ୍ତ୍ରୀ…

bageswar babas controversial statement on Sai Baba

ଓଡ଼ିଆ ଗସିପ୍ ବ୍ୟୁରୋ: ପୁଣି ବିବାଦରେ ବାଗେଶ୍ୱର ଧାମର ପୀଠାଧିଶ୍ୱର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ । ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଅଭିଯୋଗ ଦାଖଲ ହୋଇଥିବାବେଳେ, ଉଦ୍ଧବ ବାଲାସାହେବ ଠାକରେଙ୍କ ଯୁବ ସେନା ପକ୍ଷରୁ ଏହି ଅଭିଯୋଗ କରାଯାଇଥିବା ସୂଚନା ମିଳିଛି ।

ତେବେ ବାଗେଶ୍ୱର ବାବା ଶିରିଡି ସାଇବାବାଙ୍କୁ ନେଇ ବିବାଦୀୟ ବୟାନ ଦେବା ପରେ ତାଙ୍କ ନାଁରେ ଏହି ଅଭିଯୋଗ କରାଯାଇଛି । ଉଦ୍ଧବ ବାଲାସାହେବ ଠାକରେଙ୍କ ଯୁବ ସେନା ପକ୍ଷରୁ ଏହି ଅଭିଯୋଗ ପୋଲିସ ପାଖରେ କରାଯାଇଛି ।

ଆହୁରି ପଢନ୍ତୁ : ସମ୍ବଲପୁରରେ ଘଟିଛି ଅଭାବନୀୟ ଘଟଣା: ଭାରସାମ୍ୟ ହରାଇ କେନାଲକୁ ଖସିଲା ବର ଯାତ୍ରୀ ଗାଡ଼ି, ୬ ମୃତ

ତେବେ ଖାଲି ସେତିକି ନୁହେଁ, ଅଭିଯୋଗ ଦାଖଲ ହେବା ସହିତ ତୁରନ୍ତ ବାବା ବାଗେଶ୍ୱରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବାକୁ ଦାବି ଉଠିଛି । ଏଥିସହ ବାବା ବାଗେଶ୍ୱର ଶିରିଡି ସାଇବାବା ଭକ୍ତଙ୍କ ଭାବନାକୁ କ୍ଷତି ପହଞ୍ଚାଇଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ବାବା ବାଗେଶ୍ୱର ଶିରିଡି ସାଇବାବାଙ୍କୁ ନେଇ ବିବାଦୀୟ ବୟାନ ରଖିଥିଲେ । ସେ କହିଥିଲେ, ସାଇବାବା କୌଣସି ଭଗବାନ ନୁହଁନ୍ତି । ସାଇବାବା ସନ୍ଥ ଓ ଫକୀର ଅଟନ୍ତି । ହେଲେ ସାଇବାବା କଦାପି ଭଗବାନ ନୁହଁନ୍ତି ବୋଲି ବାବା ବାଗେଶ୍ୱର କହିଥିଲେ ।

ଏଥିସହ ଆମ ଧର୍ମରେ ଶଙ୍କରାଚାର୍ଯ୍ୟଙ୍କର ସବୁଠୁ ସ୍ଥାନ ଉପରେ । ସେ ସାଇବାବାଙ୍କୁ ଦେବତାଙ୍କ ସ୍ଥାନ ଦେଇନଥିଲେ ବୋଲି ସେ କହିଥିଲେ । ତେବେ ତାଙ୍କର ଏହି ବୟାନକୁ ନେଇ ଏବେ ବିବାଦ ଛିଡା ହେବା ସହିତ ତାଙ୍କ ବିରୋଧରେ ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ ହୋଇଛି ।

ଆହୁରି ପଢନ୍ତୁ : ଅପଢୁଆ କିମ୍ବା ଅଳ୍ପ ଶିକ୍ଷିତ ପ୍ରଧାନମନ୍ତ୍ରୀ ଦେଶପାଇଁ ହାନିକାରକ, ଗୁଜରାଟ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ପୁଣି ବିବାଦୀୟ ବୟାନ ଦେଲେ କେଜ୍ରିୱାଲ

ବାବା ବାଗେଶ୍ୱର ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କର କଥା ମଧ୍ୟପ୍ରଦେଶର ଜବଲପୁରରେ ଗତ ମାର୍ଚ୍ଚ ୨୫ ତାରିଖରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ଏହି ସମୟରେ ସେ ସାଇବାବାଙ୍କୁ ନେଇ ଏଭଳି ବୟାନ ରଖିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ଶଙ୍କରାଚାର୍ଯ୍ୟ ହେଉଛନ୍ତି ହିନ୍ଦୁ ଧର୍ମର ପ୍ରଧାନମନ୍ତ୍ରୀ । ସମସ୍ତ ସନାତନୀମାନେ ତାଙ୍କର କଥା ମାନିବା ନିହାତି ଆବଶ୍ୟକ । ଶଙ୍କରାଚାର୍ଯ୍ୟ କଦାପି ସାଇବାବାଙ୍କୁ ଦେବତାଙ୍କ ସ୍ଥାନ ଦେଇନଥିଲେ ବୋଲି ବାବା ବାଗେଶ୍ୱର କହିଥିଲେ ।

ଏହାସହିତ ଧୀରେନ୍ଦ୍ର ଶାସ୍ତ୍ରୀ କହିଥିଲେ ଯେ, ସାଇବାବାଙ୍କୁ ନେଇ ଯାହା ମନରେ ଆସ୍ଥା ଅଛି, ସେ ତାଙ୍କର ମନରେ ଆଘାତ ପହଞ୍ଚାଇବାକୁ ଚାହୁଁନାହାଁନ୍ତି । ହେଲେ ଏ କଥା କିନ୍ତୁ ପୂରାପୁରି ସତ । ତୁଳସୀ ଦାସ ଓ ସୁରଦାସଙ୍କ ଭଳି ଲୋକ ଯୁଗପୁରୁଷ ହୋଇପାରନ୍ତି, ସନ୍ଥ ହୋଇପାରନ୍ତି ହେଲେ ସେମାନେ କଦାପି ଭଗବାନ ନୁହଁ ବୋଲି ଧୀରେନ୍ଦ୍ର ଶାସ୍ତ୍ରୀ କହିଥିଲେ । ତେବେ ସାଇବାବାଙ୍କୁ ନେଇ ଦେଇଥିବା ତାଙ୍କ ବୟାନ ଏବେ ଚର୍ଚ୍ଚା ସୃଷ୍ଟି କରିବା ସହିତ ବିବାଦ ଛିଡା କରିଛି ।

Share this story