ସମ୍ବଲପୁରରେ ଘଟିଛି ଅଭାବନୀୟ ଘଟଣା: ଭାରସାମ୍ୟ ହରାଇ କେନାଲକୁ ଖସିଲା ବର ଯାତ୍ରୀ ଗାଡ଼ି, ୬ ମୃତ

grooms vehicle enters into the canal after mishap

ଓଡ଼ିଆ ଗସିପ୍ ବ୍ୟୁରୋ: ସମ୍ବଲପୁର ଜିଲ୍ଲା ଶାସନ କେନାଲ ନିକଟରେ ଗତକାଲି ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି । ଭୋଜି ଖାଇ ଫେରିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡ଼ିଛି ।

ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ମୃତାହତ ଝାରସୁଗୁଡ଼ା ଲଖନପୁର ବ୍ଲକ ବଡ଼ଧରା ଗାଁର ବୋଲି ସୂଚନା ମିଳିଛି ।

ଆହୁରି ପଢନ୍ତୁ : ଶାସକ ଦଳର ଲୋକ ପ୍ରତିନିଧିଙ୍କ ଉପରେ କାହା ରାଗ ସୁଝାଉଛି କମିଶନରେଟ ପୋଲିସ? ପ୍ରେମାନନ୍ଦଙ୍କ ପଛରେ କିଏ କରୁଛି ପଲିଟିକ୍ସ? ପଢନ୍ତୁ ସତ କ'ଣ...

ସୂଚନା ଅନୁଯାୟୀ, ବଡ଼ଧରା ଗାଁର ଜଣେ ଯୁବକଙ୍କର ପରମାଣୁପୁରର ଜଣେ ଯୁବତୀଙ୍କ ସହ ବିବାହ ସ୍ଥିର ହୋଇଥିଲା । ଗତକାଲି ରାତିରେ ଏକ କାର୍‌ ଯୋଗେ ୧୧ ଜଣ ବର ଯାତ୍ରୀ ପରମାଣୁପୁରକୁ ଯାଇଥିଲେ ।

ସେମାନେ ଭୋଜି ଖାଇ ଘରକୁ ଫେରୁଥିଲେ । ମାତ୍ର ଶାସନ କେନାଲ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡ଼ିଥିଲା । ଖବର ପାଇ ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବିଭାଗ ମିଶି ଆହତ ହୋଇଥିବା ଲୋକଙ୍କୁ ଉଦ୍ଧାର କରିଥିଲେ ।

Share this story

World Odia Language Conferene