ଶାସକ ଦଳର ଲୋକ ପ୍ରତିନିଧିଙ୍କ ଉପରେ କାହା ରାଗ ସୁଝାଉଛି କମିଶନରେଟ ପୋଲିସ? ପ୍ରେମାନନ୍ଦଙ୍କ ପଛରେ କିଏ କରୁଛି ପଲିଟିକ୍ସ? ପଢନ୍ତୁ ସତ କ'ଣ...

commissionerate police officer intentionally harassing corporator

ଓଡ଼ିଆ ଗସିପ୍ ବ୍ୟୁରୋ: କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ ବରଂ ରାଜଧାନୀ ଭୁବନେଶ୍ୱରରେ ପୋଲିସର ପାରିବା ପଣିଆ ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି । ସ୍ଥିତି ଏମିତି ଯେ ରକ୍ଷକ ଏଠି ଭକ୍ଷକ ତ ସାଜିଛି ଆଉ ତା ସାଙ୍ଗକୁ ଦୁର୍ନିତୀ ଖୋର୍ ମଧ୍ୟ । ୱି କେୟାର ୱି ଡେୟାର ନାରା ଦେଉଥିବା କମିଶନରେଟ ପୋଲିସର କିଛି ନିର୍ଦ୍ଧିଷ୍ଟ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ ପୁରା ପୋଲିସ ବାହିନୀ ଉପରେ ଆସ୍ଥା ଉଠି ଯାଇଛି । କାହିଁକି ପଢନ୍ତୁ ଏହି ଖବର...

ସାଲିଆ ସାହିରେ କିଛି ଦିନ ତଳେ ଘଟି ଯାଇଥିବା ଏକ ଅଘଟଣରୁ ଆପଣ ଅନୁମାନ କରି ପାରୁଥିବେ ଯେ, ପୋଲିସର ବର୍ବରତାରୁ ଶାସକ ଦଳ ବିଜେଡିର ଜନ ପ୍ରତିନିଧି ମଧ୍ୟ ବର୍ତ୍ତି ପାରୁନାହାନ୍ତି । ଅଭିଯୋଗ ଅନୁସାରେ, ମାର୍ଚ୍ଚ ୧୨ ତାରିଖରେ ସାଲିଆ ସାହି ବାଜପାଇ ନଗର ବସ୍ତି ପଡ଼ିଆରେ ଉନ୍ନୟନମୂଳକ କାମ ପାଇଁ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ସଭାପତିତ୍ବ କରିଥିଲେ ଖୋଦ୍ ୱାର୍ଡ ନମ୍ବର -୨୦ ର କର୍ପୋରେଟର ପ୍ରେମାନନ୍ଦ ଜେନା ଏବଂ ସଭାରେ ଯୋଗ ଦେଇଥିଲେ ଅନ୍ୟ ସଦସ୍ୟଗଣ ।

୭୦୦ ଲୋକଙ୍କୁ ନେଇ ଏହି ସଭା ଚାଲିଥିବା ବେଳେ ସାଲିଆ ସାହିର କିଛି ଯୁବକ ସନ୍ତୋଷ ପ୍ରହରାଜ, ସନ୍ତୋଷ ନାୟକ, ସରୋଜ ଦାସ ଓରଫ ଜିତୁ ଏବଂ ଯଦୁପୁରର କିଛି ଅସାମାଜିକ ଟୋକା ୬ ରୁ ୭ ବାଇକ୍ ରେ ଆସି ସଭାରେ ଯୋଗ ଦେଇଥିବା ଲୋକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହାକୁ ପ୍ରତିବାଦ କରିବାରୁ ଅସାମାଜିକ ଯୁବକ ମାନେ ସେଠାରୁ ଚମ୍ପଟ ମାରିଥିଲେ ।

ଆହୁରି ପଢନ୍ତୁ : କାହିଁକି ନିଜ ଜୀବନ ନେଇଥିଲେ ଅଭିନେତ୍ରୀ ରୁଚିସ୍ମିତା, ଏହା ରହିଛି ମୃତ୍ୟୁ ପଛର ସତ !

ଘଟଣା ପରେ ତୁରନ୍ତ ସାହି ବସିନ୍ଧାଙ୍କ ପକ୍ଷରୁ ମୈତ୍ରୀବିହାର ଥାନାରେ ଏକ ଏତଲା ଦିଆଯାଇଥିଲା । ଅଭିଯୋଗ ପାଇ ପୋଲିସ ଷ୍ଟାଫ୍ ସାଳିଆ ସାହିରେ ଆସି ଘଟଣା ବିଷୟରେ ପଚରାଉଚରା କରି ଚାଲିଯାଇଥିଲା । ପର ଦିନ (ମାର୍ଚ୍ଚ ୧୩ ତାରିଖ) ପୂର୍ବ ରାତି ଘଟଣାକୁ ନେଇ ମୈତ୍ରୀ ବିହାର ଆଇଆଇସି (IIC) ୱାର୍ଡ ନମ୍ବର - ୨୦ କର୍ପୋରେଟରଙ୍କୁ ଥାନାକୁ ଘଟଣାର ସମାଧାନ ପାଇଁ ଡ଼କାଇଥିଲେ । ହେଲେ ଥାନାରେ କର୍ପୋରେଟର ପହଞ୍ଚିବା ମାତ୍ରେ ଦେଖିଥିଲେ ପୋଲିସ୍ ସାହିରେ ଆତଙ୍କ ଖେଳାଇ ଥିବା ଯୁବକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କ'ଣ ନବ ଓଲଟା ସେମାନଙ୍କୁ କୋଲ୍ଡ ଡ୍ରିଙ୍କ ଏବଂ ଚା ଦେଇ ବସେଇଛି । ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନେଇ ସେମାନଙ୍କ ଏମିତି ଚର୍ଚ୍ଚା କରିବା ଥାନା ଅଧିକାରୀଙ୍କ କାର୍ଯ୍ୟଦକ୍ଷତା କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସେପଟେ ଅସାମାଜିକ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ନେବା ବଦଳରେ ଓଲଟା ପ୍ରେମାନନ୍ଦ ଜେନା ଏବଂ ଅନ୍ୟ ଲୋକଙ୍କ ବିରୋଧରେ ୩୦୭ ଏବଂ ୩୫୪ IPC ଧାରାରେ ମାମଲା ରୁଜୁ କରି ସେମାନଙ୍କୁ ଥାନା ଅଧିକାରୀ ଭୟଭୀତ କରିଥିବା ଅଭିଯୋଗ କରିଛନ୍ତି ଖୋଦ୍ କର୍ପୋରେଟର ଏବଂ ସ୍ଥାନୀୟ ଲୋକେ । ଗୁଣ୍ଡା ଶ୍ରେଣୀର ବ୍ୟକ୍ତିଙ୍କୁ ସାବାଡ ନ କରି ନିରୀହ ଲୋକଙ୍କ ଉପରେ ଏପରି ଜୁଲୁମ୍ କରିବା ଥାନା ଅଧିକାରୀଙ୍କ ପାରିବାପଣିଆ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି ।

ଏକଥା ଏଠି ହିଁ ଥମି ନଥିଲା କି ମାର୍ଚ୍ଚ ୨୬ ତାରିଖରେ ସେହି ଗୁଣ୍ଡା ଶ୍ରେଣୀର ଯୁବକମାନେ ଆସି ସାହିରେ ଆତଙ୍କ ସୃଷ୍ଟି କରିବା ସହ ସେହି ସାହିର ବାହନ ବରାଡ ନାମକ ଜଣେ ଯୁବକ ଙ୍କୁ ଖଣ୍ଡା ରେ ହାଣି ଲାହୁଲୁହାଣ କରିବା ସହ ଅନ୍ୟ ଦୁଇ ଜଣ ଯୁବକ ଭାଗିରଥି ସାହୁ ଓ ଜିତୁ ବେହେରାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ।

ଆହତ ମାନଙ୍କୁ ସାହି ଲୋକେ ସଙ୍ଗେ ସଙ୍ଗେ ଚିକିତ୍ସା ଲାଗି ମେଡିକାଲ ନେଇଯାଇଥିଲେ । ଏତେ ସବୁ ହେବା ପରେ ବି ପୋଲିସ୍ ଆତଙ୍କ ସୃଷ୍ଟି କରିଥିବା ଗୁଣ୍ଡାଙ୍କୁ ବାନ୍ଧିବ କଣ ଆହତ ହେଇଥିବା ସାହିର ଯୁବକ ମାନଙ୍କୁ ଗିରଫ କରିଥିଲା । ଲୋକଙ୍କୁ ନ୍ୟାୟ ଦେବାକୁ ଲକ୍ଷ୍ୟ ରଖିଥିବା ପୋଲିସ ନିଜେ ଲକ୍ଷ୍ୟଚ୍ୟୁତ ହେଉଛି ଏବଂ କମିଶନରେଟ ପୋଲିସର ସ୍ଲୋଗାନ 'we care we dare'ର ଧାଜିଆ ଉଡ଼ାଉଛି ତାହା ସମ୍ପୂର୍ଣ୍ଣ ଘଟଣାରୁ ଅନୁମୟ ।

ଆହୁରି ପଢନ୍ତୁ : ଏହି ୩ଟି ସଙ୍କେତରୁ ଜାଣନ୍ତୁ ଆପଣଙ୍କ ରାଶିରେ ଅଛି କି କାଳସର୍ପ ଦୋଷ?

ଖାଲି ଏତିକି ନୁହେଁ, ଥାନା ଆଇଆଇସି (IIC) ଲୋକଙ୍କୁ ନ୍ୟାୟ କଣ ଦେବେ ସାହି ରେ ପଶି ଲୋକଙ୍କୁ ଭୟଭୀତ କରିଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ କର୍ପୋରେଟର । ଏଥିସହ ଜଣେ ଲୋକ ପ୍ରତିନିଧିଙ୍କୁ ଜୋରଜବରଦସ୍ତି ସାହି ରୁ ଉଠାଇ ନେବାକୁ ପ୍ରୟାସ କରିଥିବା ଏକ ଭାଇରାଲ ଭିଡିଓ ରୁ ଦେଖିବାକୁ ମିଳିଛି । ଶାସକ ଦଳର ଜଣେ କର୍ପୋରେଟରଙ୍କ କଲର ଧରି ଏପରି ଭୟଭୀତ କରିବା ଜଣେ ଥାନା ଅଧିକାରୀଙ୍କ ଦଳକୁ ପରୋକ୍ଷରେ ଚ୍ୟାଲେଞ୍ଜ ଦେଲା ଭଳି ସଦୃଶ୍ୟ ହୋଇଛି । କାହା ଇସାରାରେ ଏହି ଥାନା ଅଧିକାରୀ ଜଣଙ୍କ ଏମିତି ବଳୀୟାନ ହେଉଛନ୍ତି ତାହା ଏଠି ବଡ଼ ପ୍ରଶ୍ନ । ଲୋକଙ୍କ ସେବା କରିବା ବଦଳରେ କେଉଁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଏତେ ବୋଲ ମାନୁଛନ୍ତି ଲୋକେ ପ୍ରଶ୍ନ କରୁଛନ୍ତି ।  

ଇତମଧ୍ୟରେ ପୋଲିସର ପ୍ରାଦୁର୍ଭାବ ଏତେ ପରିମାଣରେ ବଢ଼ିଯାଇଛି କି, ବସ୍ତିରେ ଜଣେ କ୍ୟାନ୍ସର ରୋଗୀ ବସନ୍ତ ଜେନା ବି ପୋଲିସ୍ ଦାଉରୁ ବର୍ତ୍ତି ନାହାନ୍ତି । ତାଙ୍କୁ ବେଡ୍ ରୁ ଫୋପାଡି ଦେବା ସହ ତାଙ୍କ ସ୍ତ୍ରୀଙ୍କୁ ଠେଲାପେଲା କରିବାରେ ମଧ୍ଯ ପଛାଇ ନାହାନ୍ତି ମୈତ୍ରୀ ବିହାର ପୋଲିସ୍ । ଶାସକ ଦଳର ଲୋକ ପ୍ରତିନିଧିଙ୍କୁ ଦୂର୍ବ୍ୟବହାର ଏବଂ କାହା ବଳରେ ବଳୀୟାନ ହୋଇ ଉତୁରୁଛନ୍ତି ସମ୍ପୃକ୍ତ ଥାନା ଅଧିକାରୀ ? ସେପଟେ ଏ ନେଇ କିନ୍ତୁ ପୋଲିସ ମୁହଁ ଖୋଲି ନାହିଁ ।

Share this story

World Odia Language Conferene