କାହିଁକି ନିଜ ଜୀବନ ନେଇଥିଲେ ଅଭିନେତ୍ରୀ ରୁଚିସ୍ମିତା, ଏହା ରହିଛି ମୃତ୍ୟୁ ପଛର ସତ !

what is the reason behind album actress death

ଓଡ଼ିଆ ଗସିପ ବ୍ୟୁରୋ: ରହସ୍ୟ ଘେରରେ ବଲାଙ୍ଗିର ରେ ଯୁବ ଆଲବମ୍ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ମୃତ୍ୟୁ । ଗତକାଲି ରାତିରେ ରହସ୍ୟଜନକ ଭାବେ ବଲାଙ୍ଗିର ଜିଲ୍ଲା ସୁଦପଡ଼ାର ଏକ ଘରୁ ରୁଚିସ୍ମିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ଉଦ୍ଧାର କରି ପୋଲିସ୍‌ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି ।

ଏହା ଆତ୍ମହତ୍ୟା ନା ଆଉ କିଛି ସେନେଇ ବଲାଙ୍ଗିର ଟାଉନ ପୋଲିସ୍‌ ତନାଘନା ଆରମ୍ଭ କରିଛି । କେଉଁ କାରଣ ପାଇଁ ରୁଚିସ୍ମିତା ଏଭଳି ଚରମ ପଦକ୍ଷେପ ନେଲେ ତାହା ଜଣାପଡ଼ନି । ହେଲେ ଏହାରି ଭିତରେ ଅନେକ କଥା ସାମ୍ନାକୁ ଆସିଛି ।

ଆହୁରି ପଢନ୍ତୁ : କାହିଁକି ହୁଏ ଦୁର୍ଘଟଣା, କ'ଣ ରହିଥାଏ ଏହା ପଛରେ ଦୋଷ; ରାହୁଙ୍କ କୋପ ଦୃଷ୍ଟିରୁ ଏମିତି ବଞ୍ଚନ୍ତୁ...

ଆଳୁ ପରଟା ତିଆରିକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସେଇ ଘଟଣାରୁ ହିଁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି । ଏହା ପୂର୍ବରୁ ମଧ୍ୟ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ରୁଚିସ୍ମିତାଙ୍କ ମା’ କହିଥିବା ବେଳେ ରୁଚିସ୍ମିତା ଡିପ୍ରେସନରେ ଥିଲେ ବୋଲି ତାଙ୍କ ବାପା କହିଛନ୍ତି ।

ରୁଚିସ୍ମିତାଙ୍କ ମା’ଙ୍କ କହିବା ଅନୁସାରେ, ଆଳୁ ପରଟା ତିଆରି କରିବା ନେଇ ଝିଅ ସହ ବଚସା ହୋଇଥିଲା । ଖାଇବା ତୁରନ୍ତ କରିବା ପାଇଁ ଝିଅକୁ କହିଥିଲି । ହେଲେ ଝିଅ ବିଳମ୍ବରେ କରିବା କହିବାରୁ ଯୁକ୍ତିତର୍କ ହୋଇଥିଲା । ଫଳରେ ଏଥିରେ ରାଗିଯାଇ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ମା’ କହିଛନ୍ତି ।

ଆହୁରି ପଢନ୍ତୁ : ୧୭୨ ବର୍ଷ ପରେ ଏପ୍ରିଲ ୧ରେ ପଡ଼ିବ କାଳସର୍ପ ଯୋଗ; ଏହି ୬ଟି ରାଶି ହେବେ ମାଲାମାଲ

ସେପଟେ ରୁଚିସ୍ମିତାଙ୍କ ବାପା କହିଛନ୍ତି, ‘ରୁଚିସ୍ମିତା ପୂର୍ବରୁ ଡିପ୍ରେସନରେ ଥିଲେ । ଏଥିପାଇଁ ସେ ଚିକିତ୍ସା ମଧ୍ୟ ହେଉଥିଲେ । ହେଲେ ଏହି ଡିପ୍ରେସନ ଲାଗି ରହିଥିଲା । କରୋନା ସମୟରେ ପ୍ରୋଗ୍ରାମ କରିପାରୁ ନଥିବାରୁ ସେ ଚିନ୍ତାରେ ଥିଲେ । ଏବେ ଧୀରେ ଧୀରେ ରୁଚିସ୍ମିତା ପ୍ରୋଗ୍ରାମ ସବୁ କରୁଥିଲେ ।

ପ୍ରୋଗ୍ରାମ ନକରିଲେ କିମ୍ବା ଗୀତ ନବୋଲିଲେ ମଝିରେ ମଝିରେ ସେ ଡିପ୍ରେସନକୁ ଚାଲି ଯାଏ ବୋଲି ରୁଚିସ୍ମିତାଙ୍କ ବାପା କହିଛନ୍ତି । ସୂଚନାଥାଉ କି, ରୁଚିସ୍ମିତା କିଛି ଆଲବମରେ ଅଭିନୟ କରିବା ସହ ଭକ୍ତି ସଙ୍ଗୀତ କଣ୍ଠଶିଳ୍ପୀ ଭାବେ ମଧ୍ୟ ପରିଚୟ ସୃଷ୍ଟି କରିଥିଲେ । ସେ ବିଭିନ୍ନ ଷ୍ଟେଜ ଶୋ’ ମଧ୍ୟ କରିଥିଲେ ।

Share this story

World Odia Language Conferene