ଅପଢୁଆ କିମ୍ବା ଅଳ୍ପ ଶିକ୍ଷିତ ପ୍ରଧାନମନ୍ତ୍ରୀ ଦେଶପାଇଁ ହାନିକାରକ, ଗୁଜରାଟ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ପୁଣି ବିବାଦୀୟ ବୟାନ ଦେଲେ କେଜ୍ରିୱାଲ

Asking educational certificate to Prime Minister costs dear to Kejriwal

ଓଡ଼ିଆ ଗସିପ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ମାଗିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଗୁଜୁରାଟ ହାଇକୋର୍ଟ ଶୁକ୍ରବାର ଦିନ ସାତ ବର୍ଷ ପୁରୁଣା କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ଆଦେଶକୁ ଖାରଜ କରି ଦେଇଛନ୍ତି, ଯେଉଁଥିରେ ଗୁଜରାଟ ବିଶ୍ୱବିଦ୍ୟାଳୟକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ବିଷୟରେ କେଜ୍ରିୱାଲଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଏହା ବିରୋଧରେ ବିଶ୍ବ ବିଦ୍ୟାଳୟ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲା ।

ଶୁଣାଣି ବେଳେ କୋର୍ଟ କହିଛନ୍ତି ପ୍ରାଧାନମନ୍ତ୍ରୀ ପଦ ପାଇଁ ଗ୍ରାଜୁଏସନ ଡିଗ୍ରୀର କୌଣସି ଆବଶ୍ୟକତା ନାହିଁ । ବିଚାପତି ଜଷ୍ଟିସ ବୀରେନ ବୈଷ୍ଣବଙ୍କ ତରଫରୁ ମୁଖ୍ୟ ସୂଚନା ଆୟୋଗଙ୍କ ଏହି ଆଦେଶକୁ ରଦ୍ଦ କରି ଦେଇଛନ୍ତି । ଏଥିରେ ମୁଖ୍ୟ ସୂଚନା ଆୟୋଗ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟର ଜନ ସୂଚନା ଅଧିକାରୀ , ଗୁଜରାଟ ବିଶ୍ୱବିଦ୍ୟାଳୟ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପିଆଇଓଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ବିବରଣୀ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ସାର୍ଟିଫିକେଟ୍ ସାର୍ବଜନୀନ କରିବାକୁ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିବା ଅଭିଯୋଗରେ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ କୋର୍ଟ ୨୫ହଜାର ଟଙ୍କା ଜରିମାନା ଲଗାଇଛନ୍ତି ।

ଏହି ରାଶିକୁ ୪ ସପ୍ତାହ ମଧ୍ୟରେ ଗୁଜରାଟ ରାଜ୍ୟ ଆଇନ ସେବା ପ୍ରାଧିକରଣ (ଜିଏସଏଲଏସଏ)ରେ ଟଙ୍କା ଜମା କରିବାକୁ କହିଛନ୍ତି । କେଜ୍ରିଓ୍ଵାଲଙ୍କ ଓକିଲ ପର୍ସି କାବିନାଙ୍କ ଅନୁରୋଧ ପରେ ମଧ୍ୟ ଜଷ୍ଟିସ୍ ବୈଷ୍ଣବ ତାଙ୍କ ଆଦେଶ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଥିଲେ ।

ସେପଟେ ଗୁଜରାଟ ହାଇକୋର୍ଟଙ୍କ ଏଭଳି ନିଷ୍ପତ୍ତି ପରେ କଡା ପ୍ରତିକ୍ରିୟା ରଖିଛନ୍ତି ଅରବିନ୍ଦ କେଜ୍ରିୱାଲ । ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି “କ’ଣ ଦେଶବାସୀଙ୍କ ଅଧିକାରୀ ନାହିଁ କି ପ୍ରଧାନମନ୍ତ୍ରୀ କେତେ ପାଠ ପଢିଛନ୍ତି ତାହା ଜାଣିବା ପାଇଁ” ।

ଏହାସହ ସେ କୋର୍ଟଙ୍କୁ ପ୍ରଶ୍ନ କରିଛନ୍ତି କି, ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ମାଗିଲେ କୋର୍ଟ ଏହାର ବିରୋଧ କାହିଁକି କରୁଛି । ଏହାସହ କେଉଁ ଆଧାରରେ ଆବେଦନକାରୀଙ୍କ ଉପରେ କୋର୍ଟ ଜରିମାନା ଲଗାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ କେଜ୍ରିୱାଲ ପୁଣି କହିଛନ୍ତି କି ଅଶିକ୍ଷିତ କିମ୍ବା ଅଳ୍ପ ଶିକ୍ଷିତ ପ୍ରଧାନମନ୍ତ୍ରୀ ଦେଶପାଇଁ ହାନିକାରକ ।

Share this story

World Odia Language Conferene