କେମିତି ଦୂର ହେବ କୋଷ୍ଠକାଠିନ୍ୟ? ଜାଣନ୍ତୁ କ’ଣ ରହିଛି ଏହାର ଆୟୁର୍ବେଦ ଉପଚାର
 

Ayurvedic home remedies for constipation
କୋଷ୍ଠକାଠିନ୍ୟ କାହିଁକି ହୁଏ ? ଜାଣନ୍ତୁ ଆୟୁର୍ବେଦ ଉପଚାର
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜିକାଲିର ଡିଜିଟାଲ ଯୁଗରେ ଲୋକଙ୍କ ଖାଦ୍ୟ ପେୟ ଏବଂ ଅନିୟମିତ ଜୀବନଶୈଳୀ  ବଦଳିବାରେ ଲାଗିଛି। ଏହା ପ୍ରଭାବରେ ଅଧିକାଂଶ ଲୋକ ବିଭିନ୍ନ ଶାରୀରିକ ଏବଂ ମାନସିକ ସମସ୍ୟାର ଶିକାର ହେଉଛନ୍ତି। ଆଜିକାଲି କୋଷ୍ଠକାଠିନ୍ୟ ଏକ ସାଧାରଣ ସମସ୍ୟା ହୋଇ ଉଭା ହୋଇଛି।

କୋଷ୍ଠକାଠିନ୍ୟ ବା ଝାଡ଼ା ସଫା ନହେବା ଏକ ସାଧାରଣ ସମସ୍ୟା, ଯାହା ବର୍ତ୍ତମାନ ଅଧିକାଂଶ ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳୁଛି। ଯଦି ସପ୍ତାହ ଯାଏଁ ଆପଣଙ୍କର ଝାଡ଼ା ହେଉନି କିମ୍ବା ଝାଡ଼ାରେ ରକ୍ତ ପଡ଼ୁଛି ତେବେ ଏହା ଚିନ୍ତାର ବିଷୟ ହୋଇପାରେ। 

ଆଧିକ ପଢନ୍ତୁ: ଦ୍ବିତୀୟ ସନ୍ତାନ ପାଇଁ କରୁଛନ୍ତି କି ପ୍ଲାନ? ଜାଣନ୍ତୁ ସଠିକ୍ ସମୟ ବ୍ୟବଧାନ କେତେ ରହିବା ଉଚିତ୍

ତେବେ ମୋଟାମୋଟି କହିବାକୁ ଗଲେ ଅନିୟମିତ ଜୀବନଶୈଳୀ, ଗରିଷ୍ଠ ଭୋଜନ ଏବଂ ଅସମୟରେ ଭୋଜନ ଖାଇବା ଆଦି କାରଣରୁ ପାଚନ ଅଗ୍ନି ପ୍ରଭାବିତ ହୋଇ କୋଷ୍ଠକାଠିନ୍ୟ ହେବାର ଆଶଙ୍କା ଥାଏ। ଅଗ୍ନିମାନ୍ଦ୍ୟ ହେବା ସହିତ ଭୋକ କମିଯାଏ। କୋଷ୍ଠକାଠିନ୍ୟର ପ୍ରଭାବ ମଧ୍ୟ ମନ ଉପରେ ପଡ଼ିଥାଏ। ତେଣୁ କୋଷ୍ଠକାଠିନ୍ୟର ନିରାକରଣ ପାଇଁ ସଠିକ୍‌ ସମୟରେ ଉପଯୁକ୍ତ ମାତ୍ରାରେ ସନ୍ତୁଳିତ ଆହାର ଗ୍ରହଣ କରିବା ସହିତ ଭୋଜନ ମଧ୍ୟରେ ଅଳ୍ପ ଅଳ୍ପ ଜଳପାନ କଲେ ଉପକାର ହୁଏ।

ଆଧିକ ପଢନ୍ତୁ : କାହିଁକି ଝିଅମାନେ ଅଧାବାଟରୁ ପାର୍ଟନରର ହାତଛାଡ଼ି ଚାଲି ଯାଆନ୍ତି? ଜାଣନ୍ତୁ ଏହାର ଅସଲ କାରଣ

  • ଭୋଜନ ପାତ୍ରରେ ସମସ୍ତ ରଙ୍ଗର ଖାଦ୍ୟ ପଦାର୍ଥ, ମଧୁର, ଅମ୍ଳ, ଲବଣ, କଟୁତିକ୍ତ କଷାୟ, ଛଅରସ ବିଶିଷ୍ଟ ଭୋଜନ ସହିତ ପୁଷ୍ଟିସାର, ସ୍ନେହସାର, ଧାତବଲବଣ, ଜୀବସାର ଇତ୍ୟାଦି ଆବଶ୍ୟକ ମାତ୍ରାରେ ଗ୍ରହଣ କରିବା ଆବଶ୍ୟକ।
  • ଭୋଜନର ୧ ଘଣ୍ଟା ପୂର୍ବରୁ ଏବଂ ୧ ଘଣ୍ଟା ପରେ ପାଣି ପିଇବା ଆବଶ୍ୟକ। ଭୋଜନ ପରେ ତତ୍‌କାଳ ପାଣି ନ ପିଇବା ହିତକର ହୋଇଥାଏ।
  • ଏ ସବୁ ପରେ କୋଷ୍ଠକାଠିନ୍ୟ ଦୂର ନ ହେଲେ, ରାତିରେ ଶୋଇବା ପୂର୍ବରୁ ତିନିଗ୍ରାମ ତ୍ରିଫଳା ଚୂର୍ଣ୍ଣ ଉଷୁମ ପାଣି ସହିତ ସେବନ କଲେ ହିତକର ହୋଇଥାଏ।
  • ଇସବଗୋଲ୍‌ ଭୁଷି ଏକ ଚାମଚ ମାତ୍ରାରେ ଦିନକୁ ଦୁଇଥର ସେବନ କଲେ, କୋଷ୍ଠକାଠିନ୍ୟ ଦୂର ହେବା ସହିତ ଅନ୍ୟାନ୍ୟ ଉଦର ରୋଗ ପାଇଁ ମଧ୍ୟ ହିତକର ହୋଇଥାଏ।
  • ସୁନାମୁଖୀ ପତ୍ରଚୂର୍ଣ୍ଣ ଦୁଇଗ୍ରାମ୍‌ ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି ସହିତ ସେବନ କଲେ ଝାଡ଼ା ପରିଷ୍କାର ହୋଇଥାଏ।
  • ଏହାଛଡ଼ା ଚିକିତ୍ସକଙ୍କ ପରାମର୍ଶ ଅନୁସାରେ କୋଷ୍ଠକାଠିନ୍ୟର କାରଣ ଅନୁଧ୍ୟାନ କରି ଆୟୁର୍ବେଦରେ ଥିବା ବହୁ ଉପାଦେୟ ଔଷଧ ବ୍ୟବହାର କରାଯାଇପାରେ।

ଆଧିକ ପଢନ୍ତୁ : ଏହି ଦିନ ଲାଗୁଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଏହି ୫ ରାଶି ରୁହନ୍ତୁ ସାବଧାନ! ନଚେତ୍...

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)
 

Share this story