ଦାମଙ୍କ ହେବ କି ଘର ବାହୁଡ଼ା ! ଦେଲେ ସଙ୍କେତ, ଜାଣନ୍ତୁ କଣ କହିଲେ

ଦାମଙ୍କ ହେବ କି ଘର ବାହୁଡ଼ା ! ଦେଲେ ସଙ୍କେତ, ଜାଣନ୍ତୁ କଣ କହିଲେ
ଦାମଙ୍କ ହେବ କି ଘର ବାହୁଡ଼ା ! ଦେଲେ ସଙ୍କେତ, ଜାଣନ୍ତୁ କଣ କହିଲେ

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ଫଳାଫଳ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଜେପି ନେତା ଡା. ଦାମୋଦର ରାଉତ । ଓଡ଼ିଶାରେ ଜାତୀୟ ଦଳ ଅପେକ୍ଷା ଆଞ୍ଚଳିକ ଦଳକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି । ଆଞ୍ଚଳିକ ଦଳ ନେତାଙ୍କୁ ଲୋକେ ଅଧିକ ପସନ୍ଦ କରୁଛନ୍ତି । ନିର୍ବାଚନ ଫଳାଫଳରୁ ଜଣାପଡୁଛି ନବୀନ ହେଉଛନ୍ତି ଅପରାଜେୟ ।

ନବୀନଙ୍କୁ ଲୋକେ ପ୍ରିୟତମ ନେତା ଭାବୁଥିବା ପ୍ରମାଣିତ ହୋଇଛି । ଆପଣ ବିଜେଡି ଆଡ଼କୁ ଢଳୁଛନ୍ତି କି ପ୍ରଶ୍ନରେ ଦାମ କହିଛନ୍ତି ଯେ ବିଜେଡି ପ୍ରତି ମୋ ମନ କେବେ ବିମୁଖ ଥିଲା କି ? ବିଜୁବାବୁ ମୋତେ ଆଣିଥିଲେ, ନବୀନଙ୍କ ସହ କାମ କରିଛି । ବିଜେଡିକୁ ମୁଁ ଛାଡ଼ିନି, ବିଜେଡି ମତେ ବହିଷ୍କାର କରିଛି । ମୁଁ ନେତାଙ୍କ ବିରୋଧରେ କହିନି, ଦୁର୍ନୀତି ବିରୋଧରେ କହିଛି ବୋଲି ଦାମ କହିଛନ୍ତି ।

ନିକଟରେ ଦାମ ବିଜେପିରୁ ଇସ୍ତଫା ଦେବା ପରେ ଗଣମାଧ୍ୟମରେ ଏହା ହେଉଛି ଦାମଙ୍କ ପ୍ରଥମ ପ୍ରତିକ୍ରିୟା । ବିଜେପିରେ ଯୋଗ ଦେବାର ୭ ମାସ ପରେ ଦଳ ବିରୋଧରେ ଅବହେଳା ଓ କୋଣଠେସା ଅଭିଯୋଗ ଆଣି ଦଳ ଛାଡ଼ିଥିଲେ ଦାମ । ତେବେ ଆଜି ତାଙ୍କର ଏଭଳି ମନ୍ତବ୍ୟରୁ ଦାମ ପୁଣି ଥରେ ବିଜେଡିକୁ ଫେରିବା ନେଇ ସଙ୍କେତ ମିଳୁଥିବା ଚର୍ଚ୍ଚା ହେଉଛି ।

Share this story