ମନ୍ତ୍ରୀ ଅରୁଣଙ୍କ କର୍ପୋରେଟ ଷ୍ଟାଇଲ: କୃଷି ଭବନରେ ହଠାତ ପହଞ୍ଚିଲେ, ତା’ପରେ କଣ ହେଲା ପଢନ୍ତୁ…

ମନ୍ତ୍ରୀ ଅରୁଣଙ୍କ କର୍ପୋରେଟ ଷ୍ଟାଇଲ: କୃଷି ଭବନରେ ହଠାତ ପହଞ୍ଚିଲେ, ତା’ପରେ କଣ ହେଲା ପଢନ୍ତୁ…
ମନ୍ତ୍ରୀ ଅରୁଣଙ୍କ କର୍ପୋରେଟ ଷ୍ଟାଇଲ: କୃଷି ଭବନରେ ହଠାତ ପହଞ୍ଚିଲେ, ତା’ପରେ କଣ ହେଲା ପଢନ୍ତୁ…

ଏଥର କର୍ପୋରେଟ ଷ୍ଟାଇଲରେ ପରିଚାଳନା ହେବ ବିଭାଗ । କର୍ମଚାରୀଙ୍କ ମଧ୍ୟରେ ଟିମ ଲିଡର ଭାବେ କାର୍ଯ୍ୟ କରିବେ ମନ୍ତ୍ରୀ । ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୃଷି ଭବନ ପରିସରରେ । ମନ୍ତ୍ରୀ ଅରୁଣ ସାହୁଙ୍କ କୃଷି ଭାବନକୁ ଅଚାନକ ଗସ୍ତ ସଭିଙ୍କୁ ତାଜୁବ କରିବା ସହ ମନ୍ତ୍ରୀଙ୍କ ନିଆରା କାର୍ଯ୍ୟଶୈଳୀ କର୍ମଚାରୀଙ୍କୁ ମଧ୍ୟ ବିସ୍ମିତ କରିଛି ।

ଘଟଣାଟି ଏହିପରି । ଆଜି ସକାଳ ୧୦ ଟା ୩୦ । ହଠାତ ମନ୍ତ୍ରୀଙ୍କ ଗାଡ଼ି ଯାଇ ଲାଗିଥିଲା କୃଷି ଭବନ ପରିସରରେ । ପହଞ୍ଚିବା କ୍ଷଣି ମୁଖ୍ୟ ଫାଟକକୁ ବନ୍ଦ କରିବାକୁ କୁହାଯାଇଥିଲା । ବିଳମ୍ବରେ ଆସୁଥିବା କର୍ମଚାରୀଙ୍କୁ ଆଉ ଭିତରକୁ ଛାଡିବାକୁ ମନା କରିଥିଲେ ମନ୍ତ୍ରୀ । ଏପରିକି ବିଳମ୍ବରେ ଆସିଥିବା କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଥିଲେ । ଏହାପରେ ଆରମ୍ଭ ହୋଇଥିଲା ଆଲୋଚନା ।

କିନ୍ତୁ ସଭା ଗୃହରେ ଆରାମ ଚୌକିରେ ନବସି କୃଷି ଭବନ ଲବିକୁ ସମସ୍ତ କର୍ମଚାରୀଙ୍କୁ ଡାକିଥିଲେ ମନ୍ତ୍ରୀ । ନିଜେ ସମୟ ନଷ୍ଟ ନକରି ସେଠାରେ ଛିଡା ହୋଇ କୃଷି ଓ କୃଷକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ମନ୍ତ୍ରୀ ନୁହେଁ ବିଭାଗର କର୍ମକର୍ତ୍ତା ମାନେ ତାଙ୍କୁ ଟିମ ଲିଡର ଭାବେ ଗ୍ରହଣ କରିବାକୁ ସେ ନିବେଦନ କରିଥିଲେ ।

କର୍ମଚାରୀଙ୍କୁ ୫-ଟି ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ୨୦୦୦ ମସିହାରେ ୫ ଲକ୍ଷ ମେଟ୍ରିକ ଟନ ଧାନ ଉତ୍ପାଦନ ହୋଇଥିବା ବେଳେ ୨୦୧୯ରେ ଉତ୍ପାଦନ ବୃଦ୍ଧି ହୋଇ ୬୫ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଥିବାରୁ କୃଷି କର୍ମଚାରୀଙ୍କୁ ଧନ୍ୟବାଦ ମଧ୍ୟ ଦେଇଥିଲେ ଅରୁଣ ।

ମନ୍ତ୍ରୀଙ୍କ ଏଭଳି ନିଆରା ଅନ୍ଦାଜ ଆଜି ଅନେକଙ୍କୁ ବିସ୍ମିତ କରିଛି । କଥା ନୁହେଁ କାମ ଉପରେ ବିଶ୍ୱାସ ରଖୁଥିବା ମନ୍ତ୍ରୀଙ୍କ ଏହି କର୍ପୋରେଟ ଷ୍ଟାଇଲକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଅରୁଣଙ୍କ ଠାରୁ ଉଣା ଅଧିକେ ଶିକ୍ଷା ଲାଭ କରିବା ଦରକାର ବୋଲି ଅନେକ ମତ ଦେଇଛନ୍ତି ।

Share this story