ବେଙ୍ଗଲ ବ୍ୟାଟେଲରେ ବିଜେପି ନା ଟିଏମସି? କିଏ ଜିତିବ ବଙ୍ଗବାସୀଙ୍କ ଦିଲ୍

ବେଙ୍ଗଲ ବ୍ୟାଟେଲରେ ବିଜେପି ନା ଟିଏମସି? କିଏ ଜିତିବ ବଙ୍ଗବାସୀଙ୍କ ଦିଲ୍

ଓଡ଼ିଆ ଗସିପ୍ ବ୍ୟୁରୋ: ଶାନ୍ତି ଶୃଙ୍ଖଳା ସହ ଆସାମ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହୋଇଛି । ଆସାମରେ ହିଂସାର ମାମଲା ନଗଣ୍ୟ ଥିବା ବେଳେ ପୂର୍ବାପୂର୍ବ ପଶ୍ଚିମବଙ୍ଗର କେତେକ ସ୍ଥାନରେ ହିଂସାର ଖବର ଆସିବା ସହ ମିଡିଆ କର୍ମୀଙ୍କୁ ମଧ୍ୟ ଆକ୍ରମଣର ଖବର ଆସିଛି ।

ଏହାରି ମଧ୍ୟରେ ଯଦି ଭୋଟିଂ ଉପରେ ନଜର ପକାଇବା ତେବେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ପଶ୍ଚିମବଙ୍ଗରେ ୮୦ ପ୍ରତିଶତରୁ ଅଧିକ ଭୋଟିଂ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଆଜି ୩୦ଟି ବିଧାନସଭା ଆସନ ଲାଗି ନିର୍ବାଚନ ହୋଇଥିବା ବେଳେ ସଂଧ୍ୟା ୫ଟା ସୁଦ୍ଧା ୮୦ ଦଶମିକ ୪୩ ପ୍ରତିଶତ ହୋଇଥିବା ସୂଚନା ମିଳିଛି ।


ସେହିଭଳି ଆସାମରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ବେଳେ ମତଦାନର ହାର ରହିଛି ୭୩ ଦଶମିକ ୦୩ ପ୍ରତିଶତ । ଆସାମରେ ଆଜି ମୋଟ ୩୯ ଆସନରେ ମତଦାନ ହୋଇଥିଲା । ଉଭୟ ରାଜ୍ୟରେ ଆଜି ମୋଟ ୨୧ ହଜାର ୨୧୨ ବୁଥରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Share this story