ବିଭତ୍ସ ଓ ହୃଦୟବିଦାରକ ଘଟଣା ! ଗୋଟିଏ ପରିବାରର ୬ ଜଣଙ୍କୁ ଗୁଳିମାରି ହତ୍ୟା

six members of family died of shooting bullet

ଓଡ଼ିଆ ଗସିପ ବ୍ୟୁରୋ: ପୂର୍ବ ଶତ୍ରତାକୁ କେନ୍ଦ୍ର କରି ନିର୍ମମ ହତ୍ୟା । ଗୁଳି ମାରି ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରାଯାଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ମଧ୍ୟପ୍ରଦେଶର ମୋରେନାରେ ଏଭଳି ଏକ ଭୟଙ୍କର ଘଟଣା ଘଟିଛି ।

ଗୁଳିମାଡ଼ରେ ଆହତ ଆଉ ଦୁଇ ଜଣ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣା ବେଳର ଭିଡିଓ ମଧ୍ୟ ବିଚଳିତ କରିବା ଭଳି । କିଛି ବ୍ୟକ୍ତି ରାଇଫଲ ଧରି ନିରସ୍ତ୍ର ଲୋକଙ୍କ ଉପରକୁ ଗୁଳି ମାଡ଼ କରୁଛନ୍ତି, ତା’ର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ଆହୁରି ପଢ଼ନ୍ତୁ : ମିଥୁନ ରାଶିରେ ଶୁକ୍ରଙ୍କର ପ୍ରବେଶ; ୩୦ ଦିନ ପର୍ଯ୍ଯନ୍ତ ସାବଧାନ ରୁହନ୍ତୁ ଏହି ୩ ରାଶି

ମୃତଦେହ ଗୁଡ଼ିକର ପୋଷ୍ଟମର୍ଟମ ବିଳମ୍ବିତ ରାତ୍ରି ସୁଦ୍ଧା କରାଯିବ । ଦାୟିତ୍ୱରେ ଥିବା ପୋଲିସ ଅଧୀକ୍ଷକ ଅଧିକ ଫୋର୍ସ ସହିତ ଗାଁରେ ପହଞ୍ଚିଛନ୍ତି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ।

ଆଜି ସକାଳ ୧୦ଟାରେ ମୋରେନାରେ ଲେପା ଗାଁରେ ‌ଏହି ଘଟଣା ଘଟିଛି । ୨୦୧୩ରେ ଅଳିଆ ପକେଇବାକୁ ନେଇ ଗାଁର ଧୀର ସିଂହ ତୋମାର ଓ ଗଜେନ୍ଦ୍ର ସିଂହ ତୋମାରଙ୍କ ପରିବାର ଲୋକଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏହି ବିବାଦରେ ଧୀର ସିଂ ତୋମାର ପରିବାରର ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଏହି ଘଟଣା ପରେ ଗଜେନ୍ଦ୍ର ସିଂ ତୋମାରଙ୍କ ପରିବାର ଲୋକ ଗାଁ ଛାଡି ଅନ୍ୟଆଡ଼େ ପଳାଇ ଯାଇଥିଲେ। ପରେ ବିବାଦକୁ ନେଇ ଉଭୟ ପରିବାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟରେ ବୁଝାମଣା ପରେ ଆଜି ଗଜେନ୍ଦ୍ର ସିଂହ ତୋମାରଙ୍କ ପରିବାର ଲୋକ ଗାଁକୁ ଫେରିଥିଲେ । ହେଲେ ସେମାନେ ଗାଁରେ ପହଞ୍ଚିବା କ୍ଷଣି ଧୀର ସିଂହ ତୋମାରଙ୍କ ପରିବାର ଲୋକ ଯୋଜନାବଦ୍ଧ ଭାବେ ଆକ୍ରମଣ କରିବା ସହ ଗୁଳିମାଡ଼ କରିଥିଲେ ।

ଆହୁରି ପଢ଼ନ୍ତୁ : ଅଧା ବାଟରେ ଜଳିଗଲା ଆମ୍ବୁଲାନ୍ସ , ଚାଲିଗଲା ରୋଗୀଙ୍କ ଜୀବନ !

ଗୁଳିମାଡ଼ରେ ଗଜେନ୍ଦ୍ର ସିଂହ ତୋମାର, ତାଙ୍କର ଦୁଇ ପୁଅ ଓ ପରିବାରର ୩ ଜଣ ମହିଳା ଆଖି ବୁଜିଛନ୍ତି । ପ୍ରତିଶୋଧ ନେବାକୁ ଯାଇ ଆଜି ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ୍‌ କହିଛି । ଗୁଳି କରିଥିବା ୮ ଜଣଙ୍କୁ ପୁଲିସ୍‌ ଚିହ୍ନଟ କରିଛି । ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି ।

Share this story