ଅଧା ବାଟରେ ଜଳିଗଲା ଆମ୍ବୁଲାନ୍ସ , ଚାଲିଗଲା ରୋଗୀଙ୍କ ଜୀବନ !

fire in ambulance kills patient inside

ଓଡ଼ିଆ ଗସିପ ବ୍ୟୁରୋ: ଅଧା ବାଟରେ ଜଳିଗଲା ୧୦୮ ଆମ୍ବୁଲାନ୍ସ । ଆଉ ଆମ୍ବୁଲାନ୍ସ ନଆସିବାରୁ ଅପେକ୍ଷା କରି କରି ଚାଲିଗଲା ରୋଗୀଙ୍କ ଜୀବନ । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା ।

ସୂଚନା ଅନୁସାରେ, ଗୁଳିମିଗୁଡ଼ାର ରୋଗୀଙ୍କୁ ମେଡିକାଲ ନେବା ପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଆମ୍ବୁଲାନ୍ସ ବନ୍ଧୁଗାଁ ମେଡିକାଲରୁ ବାହାରିଥିଲା । କିନ୍ତୁ ଅଧ ବାଟରେ ସର୍ଟସର୍କିଟ ଯୋଗୁଁ ଆମ୍ବୁଲାନ୍ସଟି ଜଳି ଯାଇଥିଲା ।

ଆହୁରି ପଢ଼ନ୍ତୁ : ଭାଷଣ ଦେଉଥିଲେ ମହାମହିମ ରାଷ୍ଟ୍ରପତି, କଟିଗଲା ଲାଇନ୍; ବିଦ୍ୟୁତ ବିଭ୍ରାଟ ପାଇଁ ଦାୟୀ କିଏ ?

ସେପଟେ ଆମ୍ବୁଲାନ୍ସକୁ ଅପେକ୍ଷା କରି କରି ରୋଗୀଙ୍କ ଜୀବନ ଚାଲିଯାଇଥିଲା । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଉତେଜନା ପ୍ରକାଶ ପାଇଛି । ମୃତ ରୋଗୀଙ୍କ ପରିବାର ଲୋକେ କ୍ଷତିପୂରଣ ଦାବି କରିବା ସହ ସରକାରୀ ବ୍ୟବସ୍ଥାକୁ ଦାୟୀ କରିଛନ୍ତି ।

Share this story

World Odia Language Conferene