ଭାଷଣ ଦେଉଥିଲେ ମହାମହିମ ରାଷ୍ଟ୍ରପତି, କଟିଗଲା ଲାଇନ୍; ବିଦ୍ୟୁତ ବିଭ୍ରାଟ ପାଇଁ ଦାୟୀ କିଏ ?

who is responsible for power cut off during Presidents speech

ଓଡ଼ିଆ ଗସିପ ବ୍ୟୁରୋ: ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଥିବା ମହାମହିମ ରାଷ୍ଟ୍ରପତି ଅନ୍ଧାରରେ ଅଭିଭାଷଣ ରଖିବା ପରେ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ହୋଇଥିବା ବିଜୁଳି ବିଭ୍ରାଟ ପାଇଁ କିଏ ଦାୟୀ, ତାକୁ ନେଇ ପ୍ରଶ୍ନ ଉଠିଛି ? ବିଜୁଳି ବିଭ୍ରାଟକୁ ନେଇ ଚାରିଆଡୁ ସମାଲୋଚନା ପରେ ଏହାକୁ ଗୁରୁତ୍ୱର ସହ ନେଇ ପ୍ରଶାସନ ।

ଆଉ ବିଦ୍ୟୁତ ବିଭ୍ରାଟ ପାଇଁ ଆରମ୍ଭ ହୋଇଛି କାରଣ ଖୋଜା । କେନ୍ଦ୍ରାଞ୍ଚଳ ଆରଡିସି ବୈଠକ ଡାକିଛନ୍ତି । ବୈଠକରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ବିଦ୍ୟୁତ ବିଭାଗର ଅଧିକାରୀଙ୍କ ବିଦ୍ୟୁତ୍ ବିଭ୍ରାଟ ନେଇ ଆଲୋଚନା ହେବ ।

ଆହୁରି ପଢ଼ନ୍ତୁ : ଓଡିଶାର ଏହିସବୁ ସ୍ଥାନରେ କରିବ ତାଣ୍ଡବ; ଝଡ-ତୋଫାନ ସହ ପ୍ରବଳ ବର୍ଷା ଆଣୁଛି ବାତ୍ୟା ‘ମୋଚା’!

ତେବେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଭିସି (କୁଳପତି) କହିଛନ୍ତି, ସେ ଏଥିପାଇଁ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ମାଗିଛନ୍ତି । ଆଉ କହିଛନ୍ତି ବିଭ୍ରାଟ ନଥିଲେ କାର୍ଯ୍ୟକ୍ରମର ସୁଆଗ ନଥାଏ । ସମସ୍ତ ପ୍ରସ୍ତୁତି ସରିଥିଲା , କିନ୍ତୁ ବାହାରୁ ବିଜୁଳି କଟିଗଲା । ଜେନେରେଟର ପାଖାପାଖି ଦଶ ମିନିଟ ପାଇଁ କାମ କରିନଥିଲା । ତେଣୁ ଆମେ ସେଥିପାଇଁ ଦୁଃଖିତ । ପୁଣି ପରବର୍ତ୍ତୀ ଅବସ୍ଥାରେ ତାକୁ ସୁଧାରିଲୁ ।

ରାଷ୍ଟ୍ରପତିଙ୍କ ଭାଷଣ ବେଳେ ବିଜୁଳି କଟିଗଲା । ଅନ୍ଧାରରେ ୯ ମିନିଟ ଧରି ଅଭିଭାଷଣ ଅବ୍ୟାହତ ରଖିଲେ ମହାମହିମ । ଆଉ ଏତେ ବଡ଼ ବିଭ୍ରାଟକୁ ନେଇ ଅତି ଖାମଖିଆଲି ମନୋଭାବ ପ୍ରଦର୍ଶନ କରିିଛନ୍ତି ଏଡିଏମ । ଗଣମାଧ୍ୟମର ପ୍ରଶ୍ନକୁ ଏଡାଇ ଯାଇଛନ୍ତି ।

ଆହୁରି ପଢ଼ନ୍ତୁ : ଭୟଙ୍କର ପୋଜିସନରେ ସେକ୍ସ କରୁଥିଲେ ୩୭ ବର୍ଷୀୟ ଯୁବକ; ହଠାତ୍ କଟିଗଲା ଯୌନାଙ୍ଗ, ଖଟରୁ ଦୌଡିଲା ମେଡିକାଲ ହେଲେ ଘଟିଗଲା ଅଘଟଣ

ସେପଟେ ସମାବର୍ତ୍ତନ ଉତ୍ସବ ପାଇଁ ବିଦ୍ୟୁତ ଯୋଗାଇ ଦେଇଥିବା ଟାଟା ପାୱାର ତାର କିଛି ଭୁଲ୍ ନଥିବା କହିଛି । ସଭାସ୍ଥଳର ପ୍ୟାନେଲ ପର୍ଯ୍ୟନ୍ତ ବିଜୁଳି ଯୋଗାଇ ଦେବା ତାର ଦାୟିତ୍ୱ ଥିଲା, ବାକି କାମ ବିଶ୍ୱବିଦ୍ୟାଳୟର କହି ହାତ ଝାଡି ଦେଇଛନ୍ତିି ଟାଟା ପାୱାର କର୍ତ୍ତୃପକ୍ଷ ।

Share this story

World Odia Language Conferene