ମହିଳାମାନଙ୍କୁ ରେଡ୍-ହାର୍ଟ ଇମୋଜି ପଠାଇବା ହେଲା ଅପରାଧ, ମିଳିବ ଦୁଇ ବର୍ଷ ଜେଲଦଣ୍ଡ!

Sending red-heart emoji can land you in jail in these countries
ମହିଳାମାନଙ୍କୁ ରେଡ୍-ହାର୍ଟ ଇମୋଜି ପଠାଇବା ହେଲା ଅପରାଧ, ମିଳିବ ଦୁଇ ବର୍ଷ ଜେଲଦଣ୍ଡ!

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜିକାଲିର ଆଧୁନିକ ସୋସିଆଲ ମିଡିଆର ଯୁଗରେ ଲୋକମାନେ ପରସ୍ପର ସହ କଥାବାର୍ତ୍ତା କରିବା ସମୟରେ ଇମୋଜି ବ୍ୟବହାର କରନ୍ତି । କିଛି ଲୋକ ହସୁଥିବା ବା କାନ୍ଦୁଥିବା ଇମୋଜି ପଠାଇ ସାମ୍ନାରେ ଥିବା ବ୍ୟକ୍ତିଙ୍କୁ ନିଜର ଭାବ ଆଦାନପ୍ରଦାନ କରୁଛନ୍ତି ।

ଅବଶ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରେମ କିମ୍ବା ସ୍ନେହ ପ୍ରକାଶ କରିବାକୁ ହୃଦୟ ବା ହାର୍ଟ ଇମୋଜି ପଠାନ୍ତି । କିନ୍ତୁ ବର୍ତ୍ତମାନ ଏହା କରିବା ଅପରାଧ ବର୍ଗରେ ଆସିପାରେ ଏବଂ ଏଥିପାଇଁ ଆପଣଙ୍କୁ ଜେଲ ମଧ୍ୟ ଯିବାକୁ ପଡିପାରେ ।

ଅଧିକ ପଢନ୍ତୁ :- ଏହି ଦୁଇ ରାଶି ଥିବା ବ୍ୟକ୍ତି ବିଶେଷ ହେବେ ସବୁଠାରୁ ଭାଗ୍ୟବାନ, ଅଗଷ୍ଟରେ ରହିଛି ଦୁଇ ଦୁଇଟି ରାଜଯୋଗ

ତେବେ ଦୁଇଟି ଇସଲାମ ଦେଶରେ କୁଏତ ଏବଂ ସାଉଦି ଆରବରେ ବର୍ତ୍ତମାନ ଜଣେ ମହିଳାଙ୍କୁ ହାର୍ଟ ଇମୋଜି ପଠାଇବା ଆପଣଙ୍କୁ ଅସୁବିଧାରେ ପକାଇପାରେ । ଉଭୟ ଦେଶର ଅଧିକାରୀ କହିଛନ୍ତି ଯେ, ଯେଉଁମାନେ ମହିଳାମାନଙ୍କ ପାଇଁ ହାର୍ଟ ଇମୋଜି ପଠାନ୍ତି ସେମାନଙ୍କୁ ବର୍ତ୍ତମାନ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇପାରେ । 

ଗଲ୍ଫ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମ କିମ୍ବା ହ୍ୱାଟ୍ସଆପରେ ମହିଳା କିମ୍ବା ଝିଅକୁ ହାର୍ଟ ଇମୋଜି ପଠାଇବା ଅପରାଧ ବୋଲି ଧରାଯିବ । ଏହାକୁ ବିଳାସ ପାଇଁ ଉତ୍ସାହ ଭାବରେ ଦେଖାଯିବ । କୁଏତର ଓକିଲ ହାୟା ଅଲ ସାଲାହି କହିଛନ୍ତି ଯେ, ଯେଉଁମାନେ ଏହି ନିୟମ ଭଙ୍ଗ କରନ୍ତି ଏବଂ ଦୋଷୀ ସାବ୍ୟସ୍ତ ହୁଅନ୍ତି ସେମାନଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । 

ଦଣ୍ଡର ବ୍ୟବସ୍ଥା କ’ଣ?

କେବଳ ଏତିକି ନୁହେଁ ତାଙ୍କ ଉପରେ ୨୦୦୦ କୁଏତ ଦିନାର (୫.୩୮ ଲକ୍ଷ ଟଙ୍କା) ଜରିମାନା ମଧ୍ୟ ଲାଗୁ ହେବ । ଆମେ କୁଏତ ବିଷୟରେ କଥା ହେଲୁ, ଏବେ ସାଉଦି ଆରବ ବିଷୟରେ ଆଲୋଚନା କରିବା ।

ଅଧିକ ପଢନ୍ତୁ :- ଗୁରୁ ଚଣ୍ଡାଳ ଯୋଗ, ୩ ମାସ ପର୍ଯ୍ଯନ୍ତ ସମସ୍ଯାରେ ଘାଣ୍ଟି ହେବେ ଏହି ୫ ରାଶି, ସବୁ କାମରେ ହେବେ ବିଫଳ।

ଯଦି କେହି ହାର୍ଟ ଇମୋଜି ସାଉଦି ଆରବରେ ପଠାଇବାରେ ଧରାଯାଏ, ତେବେ ତାଙ୍କୁ ଦୁଇ ରୁ ପାଞ୍ଚ ବର୍ଷ ଜେଲଦଣ୍ଡ ମିଳିପାରେ । ଏହା ବ୍ୟତୀତ ଦୋଷୀ ବ୍ୟକ୍ତିଙ୍କୁ ୧ ଲକ୍ଷ ସାଉଦି ରିୟାଲ (୨୨ ଲକ୍ଷ ଟଙ୍କା) ଜରିମାନା ମଧ୍ୟ ଦେବାକୁ ପଡିପାରେ । ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ, କାରଣ ଏହି ନିୟମ କେବଳ କୁଏତ ଏବଂ ସାଉଦି ଆରବରେ ରହୁଥିବା ଲୋକଙ୍କ ପାଇଁ ହିଁ ଅଟେ ।

Share this story