ଖାଇକୁ ଖସିଲା ଯାତ୍ରୀବାହୀ ବସ୍: ୮ ମୃତ, ୨୭ ଆହତ

ଓଡ଼ିଆ ଗସିପ ବ୍ୟୁରୋ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଉତ୍ତରକାଶୀର ଗଙ୍ଗୋତ୍ରୀ ଜାତୀୟ ରାଜପଥର ଗଙ୍ଗନାନୀ ନିକଟରେ ଏକ ଯାତ୍ରୀବାହୀ ବସ୍ ଖାଇକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବସରେ ୩୫ ଜଣ ତୀର୍ଥଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି ।
ଏହି ଦୁର୍ଘଟଣାରେ ୨୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି । ଏହି ସମସ୍ତ ଯାତ୍ରୀ ଗୁଜରାଟର ବୋଲି କୁହାଯାଉଛି ।
ଅଧିକ ପଢ଼ନ୍ତୁ: ସତ ସାମ୍ନାକୁ ଆଣିବାରୁ ସାମ୍ବାଦିକଙ୍କୁ ଜୀବନରୁ ମାରିଦେବାକୁ ଷଡ଼ଯନ୍ତ୍ର, ଭାଇରାଲ ହେଲା ଜେଲର ମ୍ୟାଡ଼ାମଙ୍କ ଅଡିଓ
ଅଧିକ ପଢ଼ନ୍ତୁ: ରାତିରେ ଶୋଇବା ପୂର୍ବରୁ ଭୁଲରେ ବି ଖାଆନ୍ତୁନି ଏହି ୮ ଜିନିଷ, ନଚେତ୍ କର୍କଟ ଭଳି ହୋଇପାରେ ଭୟଙ୍କର ରୋଗ!
ସୂଚନା ଅନୁଯାୟୀ, ତୀର୍ଥଯାତ୍ରୀ ଭର୍ତ୍ତି ଏହି ବସ୍ ଗଙ୍ଗୋତ୍ରୀରୁ ଫେରୁଥିବା ବେଳେ ବାଟରେ ଥିବା ଏକ ପାହାଡ଼ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣା ସମ୍ପର୍କରେ ଖବର ପାଇବା ପରେ ପ୍ରଶାସନ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।