ସତ ସାମ୍ନାକୁ ଆଣିବାରୁ ସାମ୍ବାଦିକଙ୍କୁ ଜୀବନରୁ ମାରିଦେବାକୁ ଷଡ଼ଯନ୍ତ୍ର, ଭାଇରାଲ ହେଲା ଜେଲର ମ୍ୟାଡ଼ାମଙ୍କ ଅଡିଓ

Lady jailor plans to end life of journalist in Bolangir district

ଓଡ଼ିଆ ଗସିପ ବ୍ୟୁରୋ: ସତ ଲେଖିବାରୁ ଜୀବନରୁ ମାରିଦେବାକୁ ଷଡ଼ଯନ୍ତ୍ର । ଭାଇାରାଲ୍ ହେଲା ସାମ୍ବାଦିକଙ୍କୁ ହତ୍ୟା ପାଇଁ ଜେଲରଙ୍କ ଷଡଯନ୍ତ୍ରର ଅଡିଓ । ଜଣେ ଓ୍ବେବ୍ ସାମ୍ବାଦିକଙ୍କ ସହ କଣ୍ଟାବାଞ୍ଜି ଉପକାରାଗାର ଜେଲରଙ୍କ ଅଡିଓ ଭାଇରାଲ୍ ହେଉଛି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁରେ ରହିଛି କଣ୍ଟାବାଞ୍ଜି ଉପକାରାଗାର ।

ବାହାରୁ ନିଶାଦ୍ରବ୍ୟ ଓ ଖାଦ୍ୟ ସାମଗ୍ରୀ ଜେଲ୍ ଭିତରକୁ କେମିତି ଯାଉଛି, ସେନେଇ ଖବର କରିଥିଲେ 'ସକାଳ' ଖବରକାଗଜର କଣ୍ଟାବାଞ୍ଜି ପ୍ରତିନିଧି ରୋହନ ଅମାତ୍ । ଖବରକାଗଜରେ ଖବର ପ୍ରକାଶନ ପରେ ଜେଲର ସିସିଟିଭି ଫୁଟେଜ୍ ଯାଞ୍ଚ ପାଇଁ ଦାବି ହୋଇଥିଲା ।

ଅଧିକ ପଢ଼ନ୍ତୁ: ରାତିରେ ଶୋଇବା ପୂର୍ବରୁ ଭୁଲରେ ବି ଖାଆନ୍ତୁନି ଏହି ୮ ଜିନିଷ, ନଚେତ୍ କର୍କଟ ଭଳି ହୋଇପାରେ ଭୟଙ୍କର ରୋଗ!

ଏହାକୁ ନେଇ ଅଗ୍ନିଶର୍ମା ହୋଇଥିଲେ ଜେଲର ବିକାଶଲତା ବାରୁ । ଆଉ ବଦଲା ନେବା ପାଇଁ କରିଥିଲେ ପ୍ଲାନ୍ । ବାରୁ ମ୍ୟାଡାମଙ୍କ ଘନିଷ୍ଠ ୱେବ ପୋର୍ଟାଲ ସାମ୍ବାଦିକ ପ୍ରମୋଦ ବେହେରାଙ୍କୁ ସକାଳ ପ୍ରତିନିଧିଙ୍କୁ ହତ୍ୟା କରିବାକୁ କହିଛନ୍ତି । ଭାଇରାଲ୍ ଅଡିଓରେ ଜୀବିତ ନଚେତ ମୃତ ସାମ୍ବାଦିକର ମୁଣ୍ଡ ଦରକାର ବୋଲି କହୁଛନ୍ତି । ପୂର୍ବରୁ ମଧ୍ୟ ଜେଲର ବିକାଶଲତା ବାରୁଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ରହିଛି ।

ମମିତା ମେହେରଙ୍କ ହତ୍ୟାକାରୀ ଗୋବିନ୍ଦ ସାହୁଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତାଙ୍କ ଭୂମିକା ସନ୍ଦେହ ଘେରକୁ ଆସିଥିଲା । ଭାଇାରାଲ୍ ଅଡିଓରେ ଜେଲର ଓ ୱାବପୋର୍ଟାଲ ସାମ୍ବାଦିକଙ୍କ ନିବିଡ଼ତା ବି ସ୍ପଷ୍ଟ ବାରି ହେଉଛନ୍ତି । ସାମ୍ବାଦିକଙ୍କୁ ହତ୍ୟା ପାଇଁ କେମିତି ଷଡ଼ଯନ୍ତ୍ର କରିଥିଲେ କଣ୍ଟାବାଞ୍ଜି ଉପକାରାଗାର ଜେଲର ବିକାଶଲତା ବାରୁ ଉକ୍ତ ଅଡିଓଟି ଏବେ ଭାଇରାଲ ହେବାରେ ଲାଗିଛି ।

ଅଧିକ ପଢ଼ନ୍ତୁ: ସାବଧାନ! ଏହି ୪ ରାଶି ଥିବା ବ୍ୟକ୍ତିଙ୍କ ବିଗିଡ଼ିଯିବ ସ୍ବାସ୍ଥ୍ଯ ଓ ବ୍ୟବସାୟ...ହରାଇ ବସିବେ ସବୁ ଅର୍ଜିତ ଧନ...

ଭାଇରାଲ ଅଡିଓର ସେ କହିଛନ୍ତି ଯେ, ଜୀବିତ ହେଉ କି ମୃତ ମୁଣ୍ଡ ଦରକାର । ଇଏ ହେଉଛି ଜଣେ ଜେଲରଙ୍କ ମୁହଁର ଭାଷା। ଆଉ ଯାହା ପାଇଁ ବାରୁ ମ୍ୟାଡାମ୍ ଏକଥା କହୁଛନ୍ତି, ତାଙ୍କର ଏକ ମାତ୍ର ଭୁଲ୍, ସତ ଦେଖାଇବା ।

ଶୁଣନ୍ତୁ ଅଡ଼ିଓ କ୍ଲିପ:

ତେବେ ପ୍ରଶ୍ନ, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ନାଲିଆଖି କାହିଁକି? ସମାଜ ଓ ଶାସନ ବ୍ୟବସ୍ଥାର ଜାଗ୍ରତ ପ୍ରହରୀ ଭାବେ ସତ ଦେଖାଇବା କଣ ଭୁଲ୍ ? ସତ ସାମନାକୁ ଆଣିବାକୁ କଣ ସାମ୍ବାଦିକଙ୍କୁ ଜୀବନ ଦେବାକୁ ପଡ଼ିବ? ଆଇନଶୃଙ୍ଖଳା ଜଗୁଥିବା ପୋଲିସ ଅଧିକାରୀ ଯଦି ଏଭଳି ସଂଗୀନ ଅପରାଧ ପାଇଁ ଷଡ଼ଯନ୍ତ୍ର କରିବେ, ତାହାଲେ ସାଧାରଣ ଲୋକଙ୍କୁ ନ୍ୟାୟ ଦେବ କିଏ?

Share this story