ମାଙ୍କ ପାଇଁ ଏହି ସ୍ଥାନରେ ପହଞ୍ଚିଛନ୍ତି ମିସ୍‌ ୟୁନିଭର୍ସ, ଏମିତି ଥିଲା ତାଙ୍କ ସଫଳତାର ଯାତ୍ରା, ସେ କିଏ ଚାଲନ୍ତୁ ଜାଣିବା

miss universe2

ଓଡ଼ିଆ ଗସିପ ବ୍ୟୁରୋ: ଦୀର୍ଘ ୨୧ ବର୍ଷ ପରେ ଏହି ଟାଇଟଲ ପୁଣି ହାସଲ କରିଛି ଭାରତ । ଆଉ ଏହି ସୌଭାଗ୍ୟ ଆଣିଛନ୍ତି ଭାରତର ହରନାଜ ସାନ୍ଧୁ । ୨୦୨୧ ମସିହା ବ୍ରାହ୍ମଣ୍ଡ ସୁନ୍ଦରୀ ପ୍ରତିଯୋଗିତାର ସେ ବିଜୟ ମୁକୁଟ ପିନ୍ଧିଛନ୍ତି । ଇସ୍ରାଏଲର ଇଲାଟରେ ଅନୁଷ୍ଠିତ ୭୦ତମ ମିସ୍‌ ୟୁନିଭର୍ସରେ ହାରନାଜ ପ୍ରାୟ ୮୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି ।

ଶେଷଥର ପାଇଁ ୨୦୦୦ ମସିହାରେ ବିଲଉଡ ଅଭିନେତ୍ରୀ ଲାରା ଦତ୍ତା ଓ ୧୯୯୪ରେ ସୁସ୍ମିତା ସେନ ମିସ ୟୁନଭର୍ସ ହୋଇଥିଲେ । ତୃତୀୟ ଭାରତୀୟ ଭାବେ ହରନାଜ ଏହି ଟାଇଟଲ ଜିତିଛନ୍ତି । ତେବେ କିଏ ଏହି ହରନାଜ ଆସନ୍ତୁ ଜାଣିବା ।

ଚଣ୍ଡିଗଡର ଶିଖ ପରିବାରରେ ହରନଜାଙ୍କ ଜନ୍ମ। ତାଙ୍କର ପୂରା ପରିବାର ପଞ୍ଜାବର ମୋହାଲିରେ ରୁହନ୍ତି । ତାଙ୍କ ସ୍କୁଲ ଓ କଲେଜ ଚଣ୍ଡିଗଡରେ ଥିଲା । ସେ ନିଜ ବନ୍ଧୁମାନଙ୍କ ସହ ସମୟ ବିତାଇବାକୁ ଭଲ ପାଆନ୍ତି । ଏହାସହ ଗୀତ ଗାଇବା ଅଭିନୟ, ରୋଷେଇ ଓ ଡ୍ୟାନ୍ସ ପ୍ରତି ତାଙ୍କ ରୁଚି ରହିଛି । ସ୍ୱିମିଂ ଓ ଘୋଡା ଚଢିବା ସହ ଲେଖା ଲେଖି କରିବାକୁ ବି ସେ ଭଲ ପାଆଆଈନ୍ତି ।

ହରନାଜ ବେଶ କମ୍‌ ବୟସରେ ହିଁ ସଫଳତାର ଶିଖରରେ ପହଞ୍ଚିଛନ୍ତି । ସେ ପିଲାଟି ଦିନରୁ ନିଜ ଫିଟନେସକୁ ନେଇ ବେଶ୍‌ ଯତ୍ନବାନ ହେବା ସହ ଫ୍ୟାଶନ ପ୍ରତି ମଧ୍ୟ ଅତ୍ୟନ୍ତ ଗମ୍ଭୀର ଥିଲେ । ସେ ଅନେକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଥିଲେ ।

୧୭ ବର୍ଷ ବୟସରୁ ହିଁ ହରନାଜ ମିସ୍‌ ଚଣ୍ଡିଗଡ ସୁନ୍ଦରୀ ପ୍ରତିଯୋଗିତା ଜିତିଥିଲେ । ୨୦୧୭ରେ ସେ ଏହି ପ୍ରତିଯୋଗିତା ଜିତିବା ସହ ଏଠାରୁ ହିଁ ନିଜ ସଫଳତାର ଯାତ୍ରା ଆରମ୍ଭ କରିଥିଲେ ହରନାଜ । ଏହି ବଡ ସଫଳତା ପରେ ୨୦୧୮ରେ ସେ ମିସ୍‌ ମ୍ୟାକ୍ସ ଏମର୍ଜିଂ ଷ୍ଟାର ଇଣ୍ଡିଆ ମୁକୁଟ ମଧ୍ୟ ହାତେଇଥିଲେ ।

ସେ ୨୦୨୧ ମିସ୍‌ ଡିଭା, ଫେମିନା ମିସ ଇଣ୍ଡିଆ ପଞ୍ଜାବ ୨୦୧୯ ଟ୍ରଫି ଜିତିଛନ୍ତି । ସେହିପରି ୨୦୧୯ ଫେମିନା ମିସ୍‌ ଇଣ୍ଡିଆର ଟପ୍‌ ୧୨ରେ ମଧ୍ୟ ସେ ସ୍ଥାନ ପାଇଥିଲେ । ଫିଟ୍‌ନେସ ଏବଂ ଯୋଗ ଲଭର ହରନାଜ ସବୁବେଳେ ଚାହୁଁଥିଲେ ଯେ ଦୁନିଆ ତାଙ୍କର ସୌନ୍ଦର୍ଯ୍ୟ ସହିତ ପରିଚିତ ହେଉ । ସେ ଏଥିପାଇଁ ବହୁତ କଡା ପରିଶ୍ରମ କରୁଥିଲେ ।

ସେ କେବଳ ସୁନ୍ଦରୀ ପ୍ରତିଯୋଗିତା ନୁହେଁ ଅନେକ ପଞ୍ଜାବୀ ଫିଲ୍ମ ଏବଂ ମ୍ୟୁଜିକ ଆଲବମ୍‌ରେ ମଧ୍ୟ କାମ କରିଛନ୍ତି। ନିଜ ଅଭିନୟ ଜାଦୁ ରେ ସମସ୍ତଙ୍କୁ କରିଛନ୍ତି ମତୁଆଲା ।

ସେ କହନ୍ତି ସେ ତାଙ୍କ ମାଙ୍କ ଦ୍ୱାର ଅନୁପ୍ରାଣିତ ହୋଇଛନ୍ତି । ତାଙ୍କ ମା  ଯିଏକି ନିଜ ପରିବାରକୁ ସମ୍ଭାଳିବାକୁ ସବୁ ପ୍ରକାର ଶିକୁଳି ଭାଙ୍ଗି ଜଣେ ସଫଳ ସ୍ତ୍ରୀ ରୋଗ ବିଶେଷଜ୍ଞ ହୋଇପାରିଛନ୍ତି । ମହିଳାଙ୍କୁ ଶସକ୍ତ କରିବାକୁ ଏହା ନିହାତି ଏକ ପ୍ରେରଣା ଅଟେ ।

ପଞ୍ଜାବର ୨୧ ବର୍ଷୀୟ ହରନାଜଙ୍କୁ ଫାଇନାଲ ରାଉଣ୍ଡରେ ପାରାଗୁୟେ ଓ ଦକ୍ଷିଣ ଆଫ୍ରିକାର ପ୍ରତିଯୋଗୀ ବେଶ ଚ୍ୟାଲେଞ୍ଜ ଦେଇଥିଲେ । ତେବେ ଶେଷ ମୁହୂର୍ତ୍ତରେ ହରନାଜ ମୁକୁଟ ହାତେଇବାକୁ ସକ୍ଷମ ହୋଇଛନ୍ତି । ତାଙ୍କୁ ୨୦୨୦ର ମିସ୍‌ ୟୁନିଭର୍ସ ମେକ୍ସିକୋର ଆଣ୍ଡ୍ରେଆ ମେଜା ବିଜୟ ମୁକୁଟ ପିନ୍ଧାଇଛନ୍ତି ।

Share this story