Breaking News: ରାତିରେ ଭୁଶୁଡିଲା ୫ ମହଲା କୋଠା: ୩ ମୃତ, ଫସି ରହିଛନ୍ତି ୩୦ରୁ ଅଧିକ ଲୋକ

five storied collapsed

ଓଡ଼ିଆ ଗସିପ ବ୍ୟୁରୋ: ଲକ୍ଷ୍ନୌରେ ଏକ ଅଭାବନୀୟ ଘଟଣା ଘଟିଛି । ୱଜିର ହସନ ରୋଡରେ ଥିବା ଏକ ପାଞ୍ଚ ମହଲା କୋଠା ହଠାତ ଭୁଶୁଡି ପଡିଥିବା ଜଣାପଡ଼ିଛି ।

ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ତିନି ଜଣଙ୍କର ମୃତ୍ୟୁ ଖବର ଆସିଥିବା ବେଳେ ୩୦ରୁ ଉର୍ଦ୍ଧ୍ବ ଲୋକ ଭଗ୍ନାବଶେଷ ଭିତରେ ଫସି ରହିଥିବା କୁହାଯାଉଛି ।

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ: ସୁଟକେସ୍ ଭିତରେ ସ୍ୱାମୀଙ୍କ ଶବ ମିଳିବା ଘଟଣା: 'ମୋ ସ୍ୱାମୀଙ୍କର ପ୍ରବଳ ନାରୀ ଦୋଷ ଥିଲା, ତେଣୁ ମାରିଦେଲି', ପାଟି ଖୋଲିଲେ ପତ୍ନୀ...

ଆଜି ରାତିରେ ଦୁର୍ଘଟଣାର ସୂଚନା ପାଇ ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ଯ ଆରମ୍ଭ କରିଛନ୍ତି । ଏହା ସହିତ ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ,କୋଠାଟି ହଠାତ ଭୁଶୁଡି ପଡ଼ିଥିବା ଆଶଙ୍କା କରାଯାଉଛି । ଏହା ପଛର କାରଣ ଜଣାପଡ଼ିନାହିଁ ।

ଏବେ ଏନଡିଆରଏଫ, ପୁଲିସ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Share this story