ସୁଟକେସ୍ ଭିତରେ ସ୍ୱାମୀଙ୍କ ଶବ ମିଳିବା ଘଟଣା: 'ମୋ ସ୍ୱାମୀଙ୍କର ପ୍ରବଳ ନାରୀ ଦୋଷ ଥିଲା, ତେଣୁ ମାରିଦେଲି', ପାଟି ଖୋଲିଲେ ପତ୍ନୀ...

my husband has illicit relation with other woman so i killed him

ଓଡ଼ିଆ ଗସିପ ବ୍ୟୁରୋ: ପରକୀୟା ପ୍ରେମ କେତେ ଯେ ଭୟଙ୍କର ହୋଇପାରେ ତାହା ନାଚୁଣୀ ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି । ନାଚୁଣୀର ଦାରୁ ଗାଁ ନିକଟ ଜଙ୍ଗଲରେ ରବିବାର ଦିନ ଏକ ସୁଟକେଶରୁ ଜଣେ ଯୁବକଙ୍କ ମୃତ ଦେହ ମିଳିଥିଲା । ପରେ ଏହି ମୃତଦେହ ମନୋରଞ୍ଜନ ମହାପାତ୍ରଙ୍କ ବୋଲି ଜଣାପଡିଥିଲା ।

ତେବେ ସିସିଟିଭି ଫୁଟଜେରୁ ଯାହା ସ୍ପଷ୍ଟ ହୋଇଛି ତାହା ଜାଣିଲେ ପାଦତଳୁ ମାଟି ଖସିଯିବ । ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ସ୍ତ୍ରୀ ହିଁ ଷଡଯନ୍ତ୍ର ରଚିଥିଲେ । ଘଟଣାରେ ସ୍ତ୍ରୀ ଲିଲି ମହାପାତ୍ର, ପ୍ରେମିକ ବିକ୍ରମ ସାହୁ ଓ ଶଳା ମିଟୁ ଦାସକୁ ଗିରଫ କରିଛି ପୁଲିସ ।

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ: ବୟଫ୍ରେଣ୍ଡ ନଥିଲେ କଲେଜ ଆସିବା ମନା; ଭାଲେଣ୍ଟାଇନ୍ସ ପୂର୍ବରୁ ଭାଇରାଲ ହେଉଛି ଚିଠି, ଦେଖନ୍ତୁ ଭିଡ଼ିଓ...

ଟାଙ୍ଗୀ ଥାନା ଦାରୁ ଗାଁରେ ସିନ୍ ରିକ୍ରିଏସନ୍ କରିଛି ନାଚୁଣୀ ପୋଲିସ । ଯେଉଁଠି ସୁଟକେସ ପଡିଥିଲା, ସେହି ସ୍ଥାନକୁ ଯାଇ କେମିତି ହତ୍ୟା କରାଯାଇଥିଲା ତାର ଡେମୋ ଦେଖାଇଛନ୍ତି ଅଭିଯୁକ୍ତ ।

ରବିବାର ଦାରୁ ଗାଁ ଜଙ୍ଗଲରୁ ମନୋରଞ୍ଜନଙ୍କ ମୃତଦେହ ମିଳିବା ପରେ ଚାଂଚଲ୍ୟ ଖେଳିଯାଇଥିଲା । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରବିବାରଦିନ ମୃତ ଦେହକୁ ଚିହ୍ନଟ କରିବା ସହ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ ପତ୍ନୀ । କହିଥିଲେ, ମନୋରଞ୍ଜନ ଫେସବୁକ୍ ରେ ବିଭିନ୍ନ ଲୋକଙ୍କ ବିରୋଧରେ ଅନେକ କଥା ଲେଖିଥାନ୍ତି । ଆଉ ସେଥିପାଇଁ କେହି ତାଙ୍କୁ ହତ୍ୟା କରିଥାଇ ପାରନ୍ତି ।

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ: ଖଣ୍ଡଗିରି ନାଚକୁ ନେଇ ବିବାଦୀୟ କୁଇନ୍ ରାଣୀ ପଣ୍ଡାଙ୍କୁ BMCର ଲକ୍ଷ୍ମଣ ରେଖା, ଲାଗିଲା ଏହି ସବୁ କଟକଣା...

ଏପରିକି ଅଭିଯୋଗ କରିବା ସମୟରେ ସେ ଯେମିତି କାନ୍ଦିଥିଲେ ତାଙ୍କୁ କେହି ସନ୍ଦେହ ମଧ୍ୟ କରିନଥିଲେ । ତେବେ ସିସିଟିଭି ଫୁଟେଜ ଧରାଇଦେଇଥିଲା ଲୋମହର୍ଷଣକାରୀ ଘଟଣାର ସତ ।

ଦାରୁ ଗାଁ ହେଉଛି ମୃତ ମନୋରଞ୍ଜନ ମହାପାତ୍ରଙ୍କ ଷଢୁ ଘର । ମନୋରଂଜନଙ୍କ ଘର ରଣପୁର ଥାନା ଅନ୍ତର୍ଗତ ବଳଭଦ୍ରପୁର ସ୍ଥିତ ଲଖାପଡାରେ । ମନୋରଂଜନ ୧୫ ଦିନ ହେଲା ନିଜ ଷଢୁ ଘରେ ରହିଆସୁଥିଲେ । ଆଉ ଏଠାରେ ହିଁ ତାଙ୍କ ସ୍ତ୍ରୀ, ପ୍ରେମିକ ସହ ମିଶି ହତ୍ୟାର ଷଡଯନ୍ତ୍ର ରଚିଥିଲେ ।

Share this story