ଖଣ୍ଡଗିରି ନାଚକୁ ନେଇ ବିବାଦୀୟ କୁଇନ୍ ରାଣୀ ପଣ୍ଡାଙ୍କୁ BMCର ଲକ୍ଷ୍ମଣ ରେଖା, ଲାଗିଲା ଏହି ସବୁ କଟକଣା...

BMC imposes ban on obscene dance in Khandagiri Jatra

ଓଡ଼ିଆ ଗସିପ ବ୍ୟୁରୋ: ଏଥର ଖଣ୍ଡଗିରିରେ ହେବାକୁ ଥିବା ଯାତ୍ରାରେ ହୋଇପାରିବନି ଅଶ୍ଳୀଳ ନାଚ । କାହଁକି ନା ଏ ବର୍ଷ କଟକଣା ଲଗାଇଛି ବିଏମସି । ପୋଲିସ ବି ଯାତ୍ରା ଆୟୋଜକ କମିଟିକୁ କରାଇଲେ ସତର୍କ ।

ଅଶ୍ଳୀଳ ନୃତ୍ୟ ପରିବେଷଣ କଲେ ଯାତ୍ରା ବନ୍ଦ କରିଦେବାକୁ ଚେତାବନୀ ଦେଇଛି ପ୍ରଶାସନ । ଯାତ୍ରା ପାର୍ଟିମାନେ ଯେମିତି ବାହାରୁ ନୃତ୍ୟ ଶିଳ୍ପୀ ଆଣି ଯାତ୍ରା ପରିବେଷଣ ନକରିବେ, ନିଜ କଳାକାରଙ୍କୁ ନେଇ ଯାତ୍ରା ପରିବେଶଣ କରିବେ ତାହା ନିଶ୍ଚିତ କରିବାକୁ କୁହାଯାଇଛି ।

ଏଥିସହ ଯାତ୍ରା ପାର୍ଟି ମାନେ ମଞ୍ଚରେ ଯେମିତି କୌଣସି ଅଶ୍ଳୀଳ ନୃତ୍ୟ ପରିବେଷଣ ନକରିବେ, ତାହା ନିଶ୍ଚିତ କରିବାକୁ କୁହାଯାଇଛି । ବିଶେଷକରି ଅଶ୍ଳୀଳ ନୃତ୍ୟ କରି ଚର୍ଚ୍ଚାରେ ଥିବା ରାଣୀ ପଣ୍ଡାଙ୍କ ନୃତ୍ୟ ଉପରେ ସ୍ୱତନ୍ତ୍ର ନଜର ଦେବାକୁ କୁହାଯାଇଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ମାଳିସାହିକୁ କେଉଁଠୁ ଆସନ୍ତି ମାଳମାଳ ଦେହଜୀବୀ? ପୁରା ଦୁଃଖ ଭରା କାହାଣୀ ବଖାଣିଲେ ପୂଜା...

ରାଣୀ ପଣ୍ଡା କେବଳ ପୂରା ପୋଷାକରେ ନୃତ୍ୟ ପରିବେଶଣ କରିବାକୁ ଅନୁମତି ଦିଆଯାଇଛି । ଏହାଦ୍ୱାରା ସାଧାରଣ ଲୋକ ପରିବାର ସହ ଯାତ୍ରା ଦେଖିବାକୁ ଆସିବେ ବୋଲି କୁହାଯାଉଛି । ପ୍ରଶାସନର ଏପରି ନିର୍ଦ୍ଦେଶକୁ ସ୍ୱାଗତ ଜଣାଇଛନ୍ତି ବହୁ କଳାକାର । କରୋନା ଯୋଗୁଁ ଦୁଇ ବର୍ଷର କଟକଣା ପରେ ଏଥର ପୁଣି ଥରେ କମ୍ପିବ ଖଣ୍ଡଗିରି ଯାତ୍ରା ପଡିଆ ।

ମଇଦାନରେ ଏଥରକ ୧୧ ଅପେରା ଯାତ୍ରା ପେଣ୍ଡାଲକୁ ଓହ୍ଲାଇବେ । ଯାତ୍ରା ପରିବେଶଣ ପାଇଁ ଚଳିତ ବର୍ଷ ୬ଟି ଯାତ୍ରା କମିଟିକୁ ଆବଶ୍ୟକ ଅନୁମତି ମିଳିଥିବା ଜଣାଯାଇଛି । ହାତରେ ସପ୍ତାହକରୁ କମ୍ ସମୟ ଥିବାରୁ କମିଟି ଓ ଅପେରା ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ତେବେ ମାଘ ମେଳାରେ କେମିତି ହେବ ଯାତ୍ରା, ଯାତ୍ରାରେ ଅଶ୍ଳିଳ ନାଚ ହେବ କି ନାହିଁ, ସେ ନେଇ ଚର୍ଚ୍ଚା ଭିତରେ ସାମନାକୁ ଆସିଛି ପ୍ରଶାସନର ଏହି ନିର୍ଦ୍ଦେଶ ।

Share this story

World Odia Language Conferene