ଘଟିଲା ବଡ଼ ଅଘଟଣ : ହାଇୱେ କାମ ବେଳେ ଖସିଲା କ୍ରେନ, ୧୬ ଶ୍ରମିକ ମୃତ

falling of crane kills 16 workers on spot

ଓଡ଼ିଆ ଗସିପ ବ୍ୟୁରୋ : ମହାରାଷ୍ଟ୍ରର ସାହାପୁରରେ ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା । କ୍ରେନ୍ ଖସି ପଡ଼ିବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ଆଉ କିଛି ଶ୍ରମିକ ଫସିରହିଥିବା ଆଶଙ୍କା କରାଯାଉଛି ।

ସୂଚନା ଅନୁଯାୟୀ, ସମୃଦ୍ଧି ଏକ୍ସପ୍ରେସ ହାଇୱେ’ ନିର୍ମାଣ କାମରେ ନିୟୋଜିତ ଥିଲା ଏହି କ୍ରେନ । ଅଚାନକ ଭାବେ ଗତକାଲି ତଳେ କାମ କରୁଥିବା ଶ୍ରମିକଙ୍କ ଉପରେ ଖସି ପଡ଼ିଥିଲା ।

ଅଧିକ ପଢ଼ନ୍ତୁ : ସିଂହ ରାଶିରେ ୬୮ ଦିନ ରହିବେ ବୁଧ; ୩ ରାଶିଙ୍କ ପାଇଁ ଅଶୁଭ ଫଳ, ଭାଙ୍ଗିିିଯିବ ସମ୍ପର୍କ!

ଏହି ମେସିନ ଓଜନ ଅତ୍ୟଧିକ ଥିବାରୁ ଉକ୍ତ ସମୟରେ ତଳେ ଥିବା ବହୁ ଶ୍ରମିକ ଏହା ତଳେ ଚାପି ହୋଇ ଯାଇଥିଲେ । ଘଟଣାସ୍ଥଳରେ ଏନଡିଆରଏଫର ୨ଟି ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Share this story