ବାଣ ବିକ୍ରି ଓ ବାଣ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟର ବଡ ବୟାନ, ସମ୍ପୂର୍ଣ୍ଣ ପ୍ରତିବନ୍ଧକକୁ ନେଇ ଜାଣନ୍ତୁ କଣ କହିଲେ
ଓଡ଼ିଆ ଗସିପ୍ ବ୍ୟୁରୋ: ଦେଶର ରାଜଧାନୀ ଦିଲ୍ଲୀ ସହ ଅନ୍ୟ ରାଜ୍ୟମାନଙ୍କର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଯେଉଁଥି ପାଇଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବର୍ଷକୁ ବର୍ଷ ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ସହ ବିଭିନ୍ନ ରାଜ୍ୟ ସରକାରମାନଙ୍କୁ ଭର୍ତ୍ସନା କରିଛନ୍ତି।
ଅଧିକ ପଢନ୍ତୁ : ସୂର୍ଯ୍ୟ -ମଙ୍ଗଳ ଗୋଚର, ଏହି ସବୁ ରାଶିଙ୍କ ବଦଳିବ ଭାଗ୍ୟ, ଆର୍ଥିକ ସ୍ଥିତି ମଜବୁତ ହେବା ସହ ଆକସ୍ମିକ ଧନଲାଭର ଯୋଗ
ରାଜଧାନୀ ଦିଲ୍ଲୀରେ ବାଣ ବିକ୍ରି ଓ ବ୍ୟବହାର ଉପରେ ୨୦୧୮ରେ ସୁପ୍ରିମ କୋର୍ଟ ଜାରି କରିଥିବା ନିଷେଧାଦେଶ ଦେଶର ସମସ୍ତ ରାଜ୍ୟ ପାଇଁ ଲାଗୁ ବୋଲି ଆଜି ସ୍ପଷ୍ଟ କରିଛନ୍ତି କୋର୍ଟ। ରାଜସ୍ଥାନର ଉଦୟପୁର ବାୟୁମଣ୍ଡଳ ବିଷାକ୍ତ ହେବା ନେଇ ହୋଇଥିବା ଏକ ଆବେଦନର ଶୁଣାଣି ସମୟରେ ଏପରି ସ୍ପଷ୍ଟୀକରଣ ଦେଇଛନ୍ତି ସୁପ୍ରିମ କୋର୍ଟ।
ଏବେ ବିଷାକ୍ତ ବାୟୁ ବଳୟରେ କବଳିତ ହୋଇଛି ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ। ମାତ୍ର କେବଳ ଦିଲ୍ଲୀ ନୁହେଁ, ରାଜସ୍ଥାନର ଉଦୟପୁରରେ ବି ସମାନ ଅବସ୍ଥା। ସେଠାରେ ବି ବିଷାକ୍ତ ବାୟୁର ଜ୍ୱଳାରେ ଛଟପଟ ହେଉଛନ୍ତି ଲୋକେ। ଏପରି ସ୍ଥିତିରେ ରାଜଧାନୀ ଦିଲ୍ଲୀରେ ବାଣ ବିକ୍ରି ଓ ବ୍ୟବହାର ଉପରେ ନିଷେଧାଦେଶ ଲାଗୁ କରାଯାଇଥିବା ବେଳେ ଏହା ସମଗ୍ର ଦେଶ ପାଇଁ ଲାଗୁ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ।
ଅଧିକ ପଢନ୍ତୁ : ୨୩୭ ଦିନ ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ! ଶନି ଚଳନ ଫଳରେ ଏହି ୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି...
ସୁପ୍ରିମକୋର୍ଟ କହିଛନ୍ତି, ‘ଆମେ ଆମର ପୁରୁଣା ଆଦେଶ କ୍ରମରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ନିଷ୍ପତ୍ତି ସ୍ଥାନୀୟ ସରକର ଉପରେ ଛାଡିଦେଇଥିଲୁ। ପୂର୍ବ ଆଦେଶରେ ଏହି ନିଷ୍ପତ୍ତି ସ୍ଥାନୀୟ ସରକାରଙ୍କ ଏଥିପାଇଁ ଏକ ସମୟ ସୀମା ନିର୍ଦ୍ଧାରଣ କରିବାକୁ କୁହାଯାଇଥିଲା। ଦିଲ୍ଲୀ ଏନସିଆର ଏବଂ ଦେଶର ଅନ୍ୟାନ୍ୟ ସହରରେ ପ୍ରଦୂଷଣ ବୃଦ୍ଧି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ପ୍ରଦୂଷଣ ସ୍ତର ବୃଦ୍ଧି ଏବଂ ଅନ୍ୟାନ୍ୟ ଦେଶରେ ଅନ୍ୟାନ୍ୟ କାରଣକୁ ବିଚାରକୁ ନେଇ କୋର୍ଟ କହିଛନ୍ତି, ପ୍ରଦୂଷଣକୁ ରୋକିବା କେବଳ କୋର୍ଟର କାମ ନୁହେଁ, ଏହା ସମସ୍ତଙ୍କ ଦାୟିତ୍ୱ।
ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!
ବିଶେଷକରି ଏଥିପ୍ରିତି ସରକାରଙ୍କର ଦାୟିତ୍ୱ ଓ ଉତ୍ତରଦାୟିତ୍ୱ ରହିଛି। କୋର୍ଟ କହିଛନ୍ତି, ଆମର ଆଦେଶ କେବଳ ଗୋଟିଏ ରାଜ୍ୟ କିମ୍ବା ଦିଲ୍ଲୀ ଏନସିଆରରେ ସୀମିତ ନୁହେଁ, ଏହା ସମଗ୍ର ଦେଶ ପାଇଁ ପ୍ରଯୁଜ୍ୟ। ଯେଉଁଠାରେ ପ୍ରଦୂଷଣ ଅଛି ସେହି ରାଜ୍ୟ ସରକାରମାନେ ସ୍ଥାନୀୟ ସ୍ତରରେ ଏହାର ସମାଧାନ ପାଇଁ ପଦକ୍ଷେପ ନେବା ଉଚିତ୍। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା କେବଳ ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ ନୁହେଁ ବରଂ ସମସ୍ତଙ୍କର କର୍ତ୍ତବ୍ୟ।
ଅଧିକ ପଢନ୍ତୁ : ଆଶା ନିରାଶରେ ପରିଣତ ହେବା ସହ କଠିନ ପରିସ୍ଥିତିର ସାମ୍ନା କରିବେ, କେମିତି କଟିବ ଏହି ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ
ଅନ୍ୟପଟେ ଦିଲ୍ଲୀ ପ୍ରଦୂଷଣ ସ୍ତରକୁ ନେଇ ସୁପ୍ରିମକୋର୍ଟ କଡ଼ା ମନ୍ତବ୍ୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ସବୁବେଳେ ରାଜନୈତିକ ଯୁଦ୍ଧ ଚାଲିପାରିବ ନାହିଁ । ପ୍ରଦୂଷଣକୁ ରୋକିବା ପାଇଁ ସରକାରଙ୍କୁ କଠୋର ପଦକ୍ଷେପ ନେବାକୁ ପଡ଼ିବ। ଯଦି ଏହା କରା ନ ଯାଏ ତେବେ ଆମକୁ ବୁଲଡୋଜର ଆରମ୍ଭ କରିବାକୁ ପଡିବ। ଜଷ୍ଟିସ କୌଲ କହିଛନ୍ତି ଯେ ଯଦି କୋର୍ଟର ବୁଲଡୋଜର ଆରମ୍ଭ ହୁଏ, ତେବେ ଏହା ୧୫ ଦିନ ପୂର୍ବରୁ ବନ୍ଦ ହେବ ନାହିଁ।
ସୁପ୍ରିମକୋର୍ଟ କହିଛନ୍ତି ଯେ ସମସ୍ତ ରାଜନୈତିକ ଦଳ ଦୀପାବଳି ପୂର୍ବରୁ ବୈଠକ କରିବା ଉଚିତ୍ ଏବଂ ପ୍ରଦୂଷଣକୁ ରୋକିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବା ଉଚିତ୍। ଜଷ୍ଟିସ ଏସ.କେ କୌଲ କହିଛନ୍ତି ଯେ ସମସ୍ତ ଲୋକଙ୍କର ସ୍ଵଛବାୟୁ ନିଶ୍ୱାସ ନେବା ଅଧିକାର ରହିଛି ଏବଂ ଏହାକୁ ଯୋଗାଇବା ରାଜ୍ୟ ସରକାରଙ୍କ ଦାୟିତ୍ୱ । କିନ୍ତୁ ରାଜ୍ୟ ଏବଂ କେନ୍ଦ୍ର ସରକାର ପରସ୍ପରକୁ ଦାୟୀ କରିବାରେ ବ୍ୟସ୍ତ ଅଛନ୍ତି। ପଞ୍ଜାବ ସରକାରଙ୍କୁ ତାଗିଦ୍ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା ଏକ ରାଜନୈତିକ ଯୁଦ୍ଧ କ୍ଷେତ୍ର ନୁହେଁ।ରାଜନୀତିର ଦୋଷ ଦେବା ଖେଳ ବନ୍ଦ କର ଏବଂ ଏକାଠି ବସି ପ୍ରଦୂଷଣକୁ ରୋକିବା ପାଇଁ ଆଲୋଚନା କର ।
ଅଧିକ ପଢନ୍ତୁ : ହନ୍ତସନ୍ତ ହେବେ ଏହି ରାଶିର ଲୋକ, ୧୦ ବର୍ଷ ପରେ ପଡିଛି ରାଜଯୋଗ, ୩ ରାଶି ପାଇବେ ଲାଭ!