୨୩୭ ଦିନ ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ! ଶନି ଚଳନ ଫଳରେ ଏହି ୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି...
 

Due to Shani Margi 2023 these 5 zodiac signs have to be careful for the next 237 days!
୨୩୭ ଦିନ ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ! ଏହି ୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି...
 

ଓଡ଼ିଆ ଗସିପ୍ ବ୍ୟୁରୋ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆମେ ମୁଁ ଥାଉ ଯେ ଶନି ଦେବ ପ୍ରତ୍ୟେକ ମଣିଷକୁ ତା କର୍ମ ଅନୁଯାୟୀ ଫଳ ଦେଇଥାଆନ୍ତି । ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନଥାଏ । ସେହିପରି ଯଦି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରେ ନାହିଁ। 

ଅଧିକ ପଢନ୍ତୁ : ଜୀବନସାଥୀ ଜୀବିତ ଥିଲେ ମଧ୍ୟ ମୃତ ସରକାରୀ କର୍ମଚାରୀଙ୍କ ପିଲାଙ୍କୁ ମିଳିପାରିବ କି ଅନୁକମ୍ପାମୂଳକ ନିଯୁକ୍ତି, ଜାଣନ୍ତୁ... 

ବ୍ୟକ୍ତିକୁ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଜ୍ୟୋତିଷ ଶାସ୍ତ୍ରରେ, ନବ ଗ୍ରହଙ୍କ ମଧ୍ୟରୁ ଶନି ଦେବଙ୍କୁ ସବୁଠାରୁ ଉଗ୍ର ଗ୍ରହ ଭାବେ ବିବେଚନା କରାଯାଇଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନଭେମ୍ବର ୪ରେ ଶନି କୁମ୍ଭ ରାଶିକୁ ଚଳନ କରିଛନ୍ତି। ତେବେ ଏହି ଚଳନ ଫଳରେ ଆଗାମୀ ୨୩୭ ଦିନ ପର୍ଯ୍ୟନ୍ତ ୫ଟି ରାଶି ଉପରେ ଶନି ଦେବଙ୍କ ବକ୍ର ଦୃଷ୍ଟି ରହିବ । 

ଅଧିକ ପଢନ୍ତୁ : ନଭେମ୍ବର ମାସରେ ସୂର୍ଯ୍ୟ ଗୋଚର, ଦୁର୍ଲଭ ସଂଯୋଗ ଫଳରେ ଏହି ରାଶିର ଲୋକଙ୍କ ର ବିପୁଳ ଧନଲାଭ!

ତେଣୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ବିଶେଷ ସର୍ତକ ରହିବାକୁ ପଡିବ । ଶାସ୍ତ୍ର ଅନୁଯାୟୀ, ଏହି ସମୟରେ କୁମ୍ଭ ରାଶି ସମେତ ମୀନ ଓ ମକର, ବିଛା ଓ କର୍କଟ ରାଶି ଉପରେ ଶନିଙ୍କ ବକ୍ର ଦୃଷ୍ଟି ରହିଛି । ଏପରି ପରିସ୍ଥିତିରେ, ଏହି ରାଶିର ଲୋକଙ୍କୁ ଆଗାମୀ ୨୩୭ ଦିନ ଯାଏଁ ସତର୍କ ରହିବାକୁ ପଡି଼ବ । ଏଥିରେ ଭୟଭୀତ ନହୋଇ ଶନି ଦେବଙ୍କୁ ପ୍ରସନ୍ନ କରିବା ନେଇ କରନ୍ତୁ କିଛି ବିଶେଷ ଉପାୟ ।

ଅଧିକ ପଢନ୍ତୁ : ଆଜିଠୁ ଆରମ୍ଭ ହେଲା ଗୃହ ଲକ୍ଷ୍ମୀ ଯୋଗ, ଏହି ୩ ରାଶିଙ୍କ ବଦଳିବ ଭାଗ୍ୟ, ବର୍ଷିବ ଧନ!

ଶନି ଦେବଙ୍କୁ ପ୍ରସନ୍ନ ପାଇଁ ଆପଣାନ୍ତୁ ଏହି ଉପାୟ

ଶନି ଦେବଙ୍କ କୃପା ଲାଭ ପାଇଁ ଶନିବାର ଦିନ ଉପବାସ କରନ୍ତୁ । ଏହି ଦିନ ବ୍ରହ୍ମା ମୁହୁର୍ତ୍ତରେ ସ୍ନାନ କରି ଶନି ଦେବଙ୍କୁ ପୂଜା କରନ୍ତୁ । ଶନି ମନ୍ଦିର ଯାଇ ଶନି ଦେବଙ୍କୁ କଳା ରାଶି ତେଲ ଅର୍ପଣ କରନ୍ତୁ । ଏହା କରିବା ଦ୍ବାରା ଶନି ଦେବ ପ୍ରସନ୍ନ ହେବା ସହ ଦୁଖଃ କଷ୍ଟ ଦୂର ହୋଇଥାଏ ।
ଶନିବାର ଦିନ ଓସ୍ତ ଗଛକୁ ଜଳ ଅର୍ପଣ କରି ସାତଥର ପରିକ୍ରମା କରନ୍ତୁ। ଏହି ଦିନ ଗରିବ ଲୋକଙ୍କୁ ଖାଦ୍ୟ ଦାନ କରିବା ଦ୍ବାରା ଶନିଦେବ ପ୍ରସନ୍ନ ହୋଇଥାଆନ୍ତି ।

ଅଧିକ ପଢନ୍ତୁ : ଚର୍ଚ୍ଚାରେ ୩ ରାଜ୍ୟରେ ୩ଜଣ ପ୍ରଭାବଶାଳୀ ତାମିଲ୍‍ ଅଧିକାରୀ, ଚାକିରି ଛାଡ଼ି ରାଜନୀତିକ ଅଧ୍ୟାୟରେ ରଖିଛନ୍ତି ପାଦ 

ଆଗାମୀ ୨୩୭ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଶନିବାର ଦିନ ସକାଳେ ସ୍ନାନ କରି ତେଲ ଦାନ କରନ୍ତୁ । ମନେରଖନ୍ତୁ, ତେଲ ଦାନ କରିବା ପୂର୍ବରୁ ଏହାକୁ ଏକ ପାତ୍ରରେ ରଖି ଏଥିରେ ନିଜ ମୁହଁ ଦେଖିବା ପରେ ଏହାକୁ ଦାନ କରନ୍ତୁ ।
​ଏକ ଚାମଚ ଲାଲ୍ ଚନ୍ଦନକୁ ପାଣିରେ ପକାଇ ପ୍ରତିଦିନ ଗାଧାନ୍ତୁ। ଏହି ଉପାୟ କରିବା ଦୂରା ଶନି ପୀଡ଼ା ଦୂର ହୋଇଥାଏ ।
ଶନିବାର ଦିନ ହନୁମାନ ମନ୍ଦିର ଯାଇ ଘିଅ ଦୀପ ଜାଳି ହନୁମାନ ଚାଳିଶା ପାଠ କରନ୍ତୁ । ହନୁମାନଙ୍କୁ ପୂଜା କରିବା ଦ୍ବାରା ଶନି ପୀଡ଼ା ଦୂର ହୋଇଥାଏ ।

ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଓଡ଼ିଆ ଗସିପ୍ ଏହାକୁ ନିଶ୍ଚତ କରେ ନାହିଁ।)

Share this story