ଜୀବନସାଥୀ ଜୀବିତ ଥିଲେ ମଧ୍ୟ ମୃତ ସରକାରୀ କର୍ମଚାରୀଙ୍କ ପିଲାଙ୍କୁ ମିଳିପାରିବ କି ଅନୁକମ୍ପାମୂଳକ ନିଯୁକ୍ତି, ଜାଣନ୍ତୁ... 
 

Even if he spouse of a deceased government servant is still alive the child can be eligible for employment
ଜୀବନସାଥୀ ଜୀବିତ ଥିଲେ ମଧ୍ୟ ମୃତ ସରକାରୀ କର୍ମଚାରୀଙ୍କ ପିଲାଙ୍କୁ ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି
 

ଓଡ଼ିଆ ଗସିପ୍ ବ୍ୟୁରୋ: ସରକାରୀ କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ସେମାନଙ୍କ ଜୀବନସାଥୀ (ସ୍ୱାମୀ ଅଥବା ପତ୍ନୀ) ଜୀବିତ ଥିଲେ ମଧ୍ୟ ଝିଅ/ପୁଅ ଅନୁକମ୍ପାମୂଳକ ନିଯୁକ୍ତି ପାଇପାରିବେ। ଜନୈକ ମୃତ କର୍ମଚାରୀଙ୍କ ପତ୍ନୀ ଜୀବିତ ଥିବା କାରଣ ଦର୍ଶାଇ ପୁଅର ଅନୁକମ୍ପାମୂଳକ ନିଯୁକ୍ତି ଦରଖାସ୍ତକୁ ରାଜ୍ୟ ସରକାରଙ୍କ ଖାରଜ ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିବା ସହ ଏହି ରାୟ ପ୍ରଦାନ କରିଛନ୍ତି। 

ସମସ୍ତ ମାମଲାର ଏକତ୍ର ଶୁଣାଣି କରି ଆବେଦନକାରୀଙ୍କୁ ଦୁଇ ମାସ ଭିତରେ ଓସିଏସ୍‌‌ ରୁଲ୍ସ, ୧୯୯୦ ଅନୁସାରେ ନିଯୁକ୍ତି ପ୍ରଦାନ କରିବାକୁ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୨ରେ ଆବେଦନକାରୀଙ୍କ ବାପା ତଥା ପୁଲିସ ଏଏସ୍‌‌ଆଇଙ୍କ ମୃତ୍ୟୁ ହୋଇଥିଲା। ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଆବେଦନକାରୀ ଦରଖାସ୍ତ ଦାଖଲ କରିଥିଲେ। ଡ୍ୟୁଟି ସମ୍ପାଦନ କରିବା ପାଇଁ ଆବେଦନକାରୀଙ୍କ ମାଆ ସମର୍ଥ ନୁହେଁ (ଅନ୍‌‌ଫିଟ୍‌‌) ବୋଲି ମେଡିକାଲ ବୋର୍ଡ ରିପୋର୍ଟ ଦେଇଥିଲା। ଏହାପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୁଲିସ ପକ୍ଷରୁ ଅନୁଷ୍ଠିତ ଯୋଗ୍ୟତା ପରୀକ୍ଷାରେ ଆବେଦନକାରୀ କୃତକାର୍ଯ୍ୟ ହୋଇଥିଲେ। ନିଯୁକ୍ତି ପାଇଁ ତାଙ୍କୁ ଚୟନ କରାଯାଇଥିଲା। 

ଅଧିକ ପଢ଼ନ୍ତୁ : ଆସୁଛି ବର୍ଷା, ଥରିବ ଓଡିଶା ! ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ହେବ ହାଲୁକା ବର୍ଷା, ଜାଣନ୍ତୁ କେବେ ?

ଏହାପରେ ସାଧାରଣ ପ୍ରଶାସନ ବିଭାଗ ସ୍ୱତନ୍ତ୍ର ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ୱତନ୍ତ୍ର କମିଟି ନିକଟରେ ଏହି ପ୍ରସଂଗ ଉପସ୍ଥାପନ କରାଯାଇଥିଲା। ମୃତ ସରକାରୀ କର୍ମଚାରୀଙ୍କ ପତ୍ନୀ ଜୀବିତ ଥିବାରୁ ଆବେଦନକାରୀଙ୍କ ଅନୁକମ୍ପାମୂଳକ ନିଯୁକ୍ତି ଦରଖାସ୍ତକୁ କମିଟି ୨୦୧୬ ଅକ୍ଟୋବର ୧୦ରେ ଖାରଜ କରାଯାଇଥିଲା। ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିଲା।

ଅଧିକ ପଢ଼ନ୍ତୁ : ଦୀପାବଳିରେ ଦୁର୍ଲଭ ସଂଯୋଗ, ଏମାନଙ୍କୁ ଧନୀ ହେବାରୁ କେହି ରୋକିପାରିବେନି! ଜାଣନ୍ତୁ କାହା ପାଇଁ ଶୁଭ ଓ କାହା ପାଇଁ ଅଶୁଭ...

ଅନୁକମ୍ପା ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ୨୧ ଆବେଦନକାରୀଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ଏହି ପ୍ରସଂଗରେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଅନୁକମ୍ପା ନିଯୁକ୍ତି ପାଇଁ ହୋଇଥିବା ଆବେଦନଗୁଡ଼ିକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଫଇସଲା କରିବାକୁ ହାଇକୋର୍ଟ କହିଛନ୍ତି। 

ଏହି ମାମଲାଗୁଡ଼ିକରେ ଆବେଦନକାରୀମାନେ ଅନୁକମ୍ପା ନିଯୁକ୍ତି ପାଇଁ ଆବେଦନ କରିବା ସମୟରେ ଓସିଏସ୍‌‌ ଅନୁକମ୍ପା ନିଯୁକ୍ତି ନିୟମ-୨୦୨୦ ଲାଗୁ ହୋଇ ନ ଥିଲା। ଏଣୁ ସେମାନଙ୍କୁ ୧୯୯୦ର ନିୟମ ଅନୁସାରେ ନିଯୁକ୍ତି ପ୍ରଦାନ ପାଇଁ କହିଛନ୍ତି ଅଦାଲତ। ଅନ୍ୟପଟରେ ଅନୁକମ୍ପା ନିଯୁକ୍ତି ପାଇଁ ୨୦୨୦ ଫେବୃଆରୀ ୧୭ ପରେ ହୋଇଥିବା ଆବେଦନ ୨୦୨୦ର ନୂଆ ନିୟମ ଅନୁସାରେ ବିଚାର କରାଯିବ ବୋଲି ଅଦାଲତ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। 

ଅଧିକ ପଢ଼ନ୍ତୁ : ଚର୍ଚ୍ଚାରେ ୩ ରାଜ୍ୟରେ ୩ଜଣ ପ୍ରଭାବଶାଳୀ ତାମିଲ୍‍ ଅଧିକାରୀ, ଚାକିରି ଛାଡ଼ି ରାଜନୀତିକ ଅଧ୍ୟାୟରେ ରଖିଛନ୍ତି ପାଦ 

ବିଶ୍ୱଜିତ୍‌‌ ସ୍ୱାଇଁ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଜଷ୍ଟିସ୍‌‌ ଆଦିତ୍ୟ କୁମାର ମହାପାତ୍ର ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନଗୁଡ଼ିକରେ ଯଦି ତ୍ରୁଟି ରହିଥାଏ କିମ୍ବା କୌଣସି କାରଣରୁ ଏହାକୁ ରଦ୍ଦ କରାଯାଏ, ତାହେଲେ ୪ ସପ୍ତାହ ମଧ୍ୟରେ ସମ୍ପୃକ୍ତ ଆବେଦନକାରୀଙ୍କୁ ନିଯୁକ୍ତିଦାତାଙ୍କ ପକ୍ଷରୁ ଅବଗତ କରାଯିବ ଓ ଆବେଦନକାରୀଙ୍କୁ ଏହାକୁ ସଂଶୋଧନ ପାଇଁ ଏକ ସୁଯୋଗ ଦିଆଯିବ। 

ତ୍ୱରିତ ଅନୁକମ୍ପା ନିଯୁକ୍ତି କ୍ଷେତ୍ରରେ ଦେବବ୍ରତ ତିୱାରୀଙ୍କ ମାମଲାରେ ସୁପ୍ରିମକୋର୍ଟଙ୍କ ରହିଥିବା ରାୟକୁ ଦୃଷ୍ଟି ଦିଆଯିବ। ସେହିପରି ଅନୁକମ୍ପା ନିଯୁକ୍ତି ନିୟମ ୨୦୨୦କୁ ପୁନଃଅନୁଧ୍ୟାନ କରି ସରକାର ଆବେଦନକାରୀଙ୍କୁ ନିଯୁକ୍ତି କିମ୍ବା ଅନ୍ୟ କୌଣସି ଉପଯୁକ୍ତ ବିକଳ୍ପ ବ୍ୟବସ୍ଥା ଦ୍ୱାରା ଆର୍ଥିକ କ୍ଷତିପୂରଣ ପ୍ରଦାନ କରିବେ ବୋଲି ରାୟରେ ଉଲ୍ଲେଖ କରାଯାଇଛି।

ଅଧିକ ପଢ଼ନ୍ତୁ : ଆଇପିଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ 
 

Share this story