ଚର୍ଚ୍ଚାରେ ୩ ରାଜ୍ୟରେ ୩ଜଣ ପ୍ରଭାବଶାଳୀ ତାମିଲ୍‍ ଅଧିକାରୀ, ଚାକିରି ଛାଡ଼ି ରାଜନୀତିକ ଅଧ୍ୟାୟରେ ରଖିଛନ୍ତି ପାଦ 
 

k annamalai malai sasikanth senthi and vk pandian 3 tamil officers in the limelight know why
ଚର୍ଚ୍ଚାରେ ୩ ରାଜ୍ୟରେ ୩ଜଣ ପ୍ରଭାବଶାଳୀ ତାମିଲ୍‍ ଅଧିକାରୀ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଏବେ ସାରା ଦେଶରେ ତିନି ରାଜ୍ୟରେ ୩ ଜଣ ତାମିଲ୍‍ ଅଧିକାରୀଙ୍କ ବିଶାଳ ପ୍ରଭାବ ଦେଖିବାକୁ ମିଳୁଛି। ଏ ତିନି ଅଧିକାରୀଙ୍କ ଭିତରେ ଆଉ ଏକ ସମାନତା ହେଉଛି ତିନିଜଣଯାକ ୨୦୧୯ରେ ହିଁ ରାଜନୀତିକ ଅଧ୍ୟାୟରେ ପାଦ ରଖିଛନ୍ତି। ଦୁଇଜଣ ଚାକିରି ଛାଡ଼ି ଦୁଇ ରାଜନୀତିକ ଦଳର ସଦସ୍ୟତା ନେଇଥିବାବେଳେ ଜଣେ ଅଧିକାରୀ ଶାସକଦଳର ମଙ୍ଗକୁ ସଜାଡ଼ି ମୁଖିଆଙ୍କ ପ୍ରିୟପାତ୍ର ହୋଇଛନ୍ତି। 

ଅଧିକ ପଢ଼ନ୍ତୁ : ଦିନକୁ ଦିନ କାହିଁକି ବଢୁଛି ଷ୍ଚ୍ରୋକ୍ ? କ’ଣ କଲେ କମ ରହିବ ଷ୍ଟ୍ରୋକ୍ ରିସ୍କ, ଜାଣନ୍ତୁ ସଂକ୍ଷେପରେ...

ଏହି ତିନି ଅଧିକାରୀଙ୍କ ଭିତରେ ଯିଏ ସବୁଠାରୁ ଆଗୁଆ ଓ ବରିଷ୍ଠ ସେ ହେଲେ ଭିକେ ପାଣ୍ଡିଆନ୍‍। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ସେ କାର୍ଯ୍ୟ ଆରମ୍ଭ କରିବା ପରେ ନିଜ ଉପରେ ଦଳ ସୁପ୍ରିମୋଙ୍କ ଆସ୍ଥା ବଢ଼ାଇ ଜିତିବା ସହ ଦଳର ଆଭ୍ୟନ୍ତରୀଣ କନ୍ଦଳକୁ ଦମନ କରିବାରେ ସୁପ୍ରିମୋଙ୍କ ସହାୟକ ହେଲେ। ପରିସ୍ଥିତି ଏମିତି ହେଲା ଯେ, ଦଳର ବରିଷ୍ଠଠାରୁ କନିଷ୍ଠ ନେତାମାନେ ତାଙ୍କୁ ଗୁରୁତ୍ୱ ଦେବା ଆରମ୍ଭ କରିଲେ।

ସ୍ୱେଚ୍ଛାକୃତ ଅବସର ନେଇଥିବା ବରିଷ୍ଠ ଆଇଏଏସ୍‌ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନଙ୍କୁ ମିଳିଛି ନୂଆ ଦାୟିତ୍ବ । ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଛନ୍ତି ଭି କାର୍ତ୍ତିକେୟ ପାଣ୍ଡିଆନ।

ମିଡିଆ ଠାରୁ ତୁଣ୍ଡବାଇଦ ସବୁଠାରେ ପାଣ୍ଡିଆାନଙ୍କ ନାଁ ଆସିଲା। ଏପରିକି ୨୦୧୯ ନିର୍ବାଚନରେ ଦଳର ଶ୍ରେଷ୍ଠ ପ୍ରଦର୍ଶନ ତାଙ୍କର ରଣନୀତିଯୋଗୁ ସମ୍ଭବ ହୋଇପାରିଥିବା ଅନେକ କହନ୍ତି। ୨୦୧୯ରୁ ୨୦୨୩ ଯାଏ ଅନେକ ପ୍ରକଳ୍ପରେ ନିଜର ପ୍ରତ୍ୟକ୍ଷ ତତ୍ତ୍ୱାବଧାନକୁ ଧ୍ୟାନ ଦେଇଛନ୍ତି ଶ୍ରୀ ପାଣ୍ଡିଆନ୍‍ । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ୧୪୭ ନିର୍ବାଚନ ମଣ୍ଡଳୀ ବୁଲି ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ବୃଦ୍ଧି କରିଛନ୍ତି । ସେଥିଲାଗି ବିରୋଧୀ ତାଙ୍କ ବିରୁଦ୍ଧରେ ବିଧାନସଭାରେ ସ୍ୱାଧିକାର ଭଙ୍ଗ ନୋଟିସ୍‍ ଦେଇଥିବା ବେଳେ ଏବେ ଚାକିରି ଛାଡ଼ି ବିରୋଧୀଙ୍କୁ ବି ଚୁପ୍‍ କରିବାରେ ସକ୍ଷମ ହୋଇପାରିଛନ୍ତି ଶ୍ରୀ ପାଣ୍ଡିଆନ୍‍ । 

ଅଧିକ ପଢ଼ନ୍ତୁ : ଆସୁଛି ବର୍ଷା, ଥରିବ ଓଡିଶା ! ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ହେବ ହାଲୁକା ବର୍ଷା, ଜାଣନ୍ତୁ କେବେ ?

ତାମିଲ୍‍ନାଡ଼ୁର ମୂଳ ବାସିନ୍ଦା ଶ୍ରୀ ପାଣ୍ଡିଆନ ୨୦୦୦ ମସିହାରେ ପଞ୍ଜାବ କ୍ୟାଡରରେ ଆଇଏଏସ୍‍ ଲାଭ କରିଥିଲେ । କିନ୍ତୁ ଓଡ଼ିଶାର ଝିଅ ସୁଜାତାଙ୍କୁ ବିବାହ କରିବା ପରେ ସେ କ୍ୟାଡରକୁ ବଦଳାଇ ଓଡ଼ିଶା କ୍ୟାଡର ଅଧିକାରୀ ପାଲଟିଲେ । ଏହାପରେ ନିଜକୁ ଓଡ଼ିଶାର ମାଟି, ପାଣି ପବନ ସହ ଖାପ ଖୁଆଇ ଏଠାର କ୍ଷମତା ରାଜନୀତି ଆଡ଼କୁ ମନ ବଳାଇଛନ୍ତି । ଯଦିଓ ସେ ପ୍ରତ୍ୟକ୍ଷ ନିର୍ବାଚନ ବା ଦଳୀୟ ରାଜନୀତିରେ ବିଧିବଦ୍ଧ ଭାବେ ପ୍ରବେଶ କରି ନାହାନ୍ତି କିନ୍ତୁ ବିଜେଡିରେ ତାଙ୍କର ଉପସ୍ଥିତି କାହାକୁ ଅଛପା ନାହିଁ । 

ଅନେକ ସମାଲୋଚନା ସତ୍ତ୍ୱେ ଦଳୀୟ ମୁଖିଆ ତାଙ୍କ ଉପରେ ଅତୁଟ ଭରସା ରଖିଥିବାରୁ ଆଗକୁ ମାଡ଼ି ଚାଲିଛନ୍ତି ଶ୍ରୀ ପାଣ୍ତିଆନ୍‍ । କେହି କେହି ତାଙ୍କୁ ନବୀନଙ୍କ ଉତ୍ତରାଧିକାରୀ ବୋଲି କହୁଛନ୍ତି, ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିଛନ୍ତି। ସେହିପରି କିଛିଦିନ ତଳେ ଜୁନ୍‍ ମାସରେ ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ତାମିଲ୍‍ନାଡ଼ୁରେ ବିଜେପି ସରକାରକୁ ୯ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଶୋଭାଯାତ୍ରାକୁ ସମ୍ବାଧନ କରି ଆନ୍ନାମଲାଇ ଦେଶର ନେତା ହେବେ ବୋଲି କହିଥିଲେ। ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ତାମିଲ୍‍ନାଡ଼ୁରେ ପରିଚିତ ଥିବା ଆନ୍ନା ମଲାଇ ହେଉଛନ୍ତି ୨୦୧୧ ବ୍ୟାଚ୍‍ କର୍ଣ୍ଣାଟକ କ୍ୟାଡର ଆଇପିଏସ୍‍।  

ଅଧିକ ପଢ଼ନ୍ତୁ : ଦୀପାବଳିରେ ଦୁର୍ଲଭ ସଂଯୋଗ, ଏମାନଙ୍କୁ ଧନୀ ହେବାରୁ କେହି ରୋକିପାରିବେନି! ଜାଣନ୍ତୁ କାହା ପାଇଁ ଶୁଭ ଓ କାହା ପାଇଁ ଅଶୁଭ...

କର୍ଣ୍ଣାଟକର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାରେ ସେ ଏଏସ୍‍ପି ଭାବେ କାର୍ଯ୍ୟ କରିଛନ୍ତି। ବିଜେପିରେ ଯୋଗଦେବା ପରେ ତାମିଲନାଡ଼ୁରେ ବିଜେପିର ପାଖୁଡ଼ା ପ୍ରସ୍ଫୁଟିତ ହୋଇଛି, ସେହି କର୍ଣ୍ଣାଟକରେ ଚର୍ଚ୍ଚିତ ହୋଇଥିବା ଆଉଜଣେ ତାମିଲ୍‍ ଅଧିକାରୀ ହେଲେ କଂଗ୍ରେସର ଓ୍ୱାରରୁମ୍‍ ମୁଖ୍ୟ ଶଶିକାନ୍ତ ସେନ୍ଥିଲ୍‍। ସେ ବି ୨୦୧୯ ମସିହାରେ ସର୍ବଭାରତୀୟ ସେବାରୁ ସ୍ୱେଚ୍ଛାକୃତ ନିବୃତ୍ତ ହୋଇଛନ୍ତି।  ସେନ୍ଥିଲ୍‍ ୨୦୦୯ ମସିହାର ସିଭିଲ୍‍ସର୍ଭିସ୍‍ ପରୀକ୍ଷାରେ ଦେଶରେ ୯ମ ସ୍ଥାନ ଦଖଲ କରିଥିଲେ। 

କିଛି ବଡ଼ କରିବା ଆଶାରେ  ୨୦୧୯ରେ ନିବୃତ୍ତ ହେବା ପରେ ଶ୍ରୀ ସେନ୍ଥିଲ କଂଗ୍ରେସରେ ଯୋଗ ଦେଇ କର୍ଣ୍ଣାଟକ ନିର୍ବାଚନରେ କିପରି ଦଳ ଭଲ ପ୍ରଦର୍ଶନ କରିବ ସେଥିରେ ଧ୍ୟାନ ଦେଲେ। କଂଗ୍ରେସ ତାଙ୍କୁ ଓ୍ୱାର୍‍ ରୁମ୍‍ର ମୁଖ୍ୟ କରିଲା। ସୋଶାଲ୍‍ ମିଡିଆ କ୍ୟାମ୍ପେନଠାରୁ ଆରମ୍ଭ କରି ସେ ଅନେକ ସଫଳତା ଅର୍ଜନ କଲେ ଆଉ ଶେଷରେ ସଫଳତା ବି ପାଇଲେ। ଏବେ ଦଳ ତାଙ୍କୁ ତାମିଲ୍‍ନାଡ଼ୁ ନିର୍ବାଚନର ରଣନୀତିକାର ଭାବେ ସମ୍ପୃକ୍ତ କରିବାକୁ ଚାହିଁଛି। 

ପୂର୍ବରୁ ଆଇଏଏସ୍‍ ଅଧିକାରୀ ଯେ ଚାକିରି ଛାଡ଼ି ପ୍ରତ୍ୟକ୍ଷ ରାଜନୀତିକୁ ଆସି ନାହାନ୍ତି ତାହା ନୁହେଁ, କିନ୍ତୁ ୨୦୧୯ ପରେ ବଦଳୁଥିବା ଏହି ସ୍ଥିତି ଆଗକୁ ଦେଶର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରୁଛି। ଆଇଏଏସ୍‍ ଚାକିରିଠୁ ଯେ ରାଜନୀତି ଅନେକ ଗୁଣରେ ଭଲ ତାହାକୁ ପ୍ରମାଣିତ କରୁଛି।

ଅଧିକ ପଢ଼ନ୍ତୁ : ଆଇପିଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ 
 

Share this story