ଭାରତରେ ବନ୍ଦ ହୋଇଯିବ ଡିଜେଲ ଗାଡି, ସରକାର ଆଣିଲେ ଏପରି ନିୟମ...

Diesel car will be banned in India

ଓଡ଼ିଆ ଗସିପ ବ୍ୟୁରୋ: ଆଗାମୀ ୪ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୨୭ ସୁଦ୍ଧା ଦେଶରେ ଚାଲୁଥିବା ସମସ୍ତ ଡିଜେଲ ଗାଡି ବନ୍ଦ ହୋଇଯିବ । ଏଗୁଡିକୁ ବନ୍ଦ କରିଦେବାର ଆବଶ୍ୟକତା ରହିଛି । ଏହା ବଦଳରେ ଲୋକଙ୍କୁ ବିଦ୍ୟୁତ ଓ ଗ୍ୟାସ ଦ୍ୱାରା ଚାଲୁଥିବା ଗାଡି ଉପରେ ଗୁରୁତ୍ବ ଦେବା ଆବଶ୍ୟକ ।

ଏହାକୁ ନେଇ ପେଟ୍ରୋଲିୟମ ମନ୍ତ୍ରଣାଳୟ ଦ୍ୱାରା ଗଠିତ ହୋଇଥିବା ଏକ କମିଟି କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛି । ଏହି କମିଟି ସହରର ଜନସଂଖ୍ୟା ଆଧାରରେ ଡିଜେଲ ଗାଡି ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା ପ୍ରସ୍ତୁତ କରିଛି ।

ଆହୁରି ପଢ଼ନ୍ତୁ : ସୌମ୍ୟଙ୍କ ବିସ୍ଫୋରକ ବୟାନ, ନବୀନଙ୍କ ଯୋଗାଯୋଗରେ କଂଗ୍ରେସର ୯ ବିଧାୟକ

ଏହି ଅନୁକ୍ରମରେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ଗୁଡିକରେ ଲୋକମାନେ ଡିଜେଲ ଗାଡି ବଦଳରେ ଗ୍ୟାସ ଓ ବିଦ୍ୟୁତ ଦ୍ୱାରା ଚାଳିତ ଗାଡି ବ୍ୟବହାର କରନ୍ତୁ ବୋଲି କୁହାଯାଇଛି । କାରଣ ଏତେ ଜନସଂଖ୍ୟା ଥିବା ସହରରେ ପ୍ରଦୂଷଣର ମାତ୍ରା ଡିଜେଲ ଗାଡି ପାଇଁ ବୃଦ୍ଧି ହେଉଥିବା କଥା କମିଟି କହିଛି ।

ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଏହି କମିଟି ଗ୍ୟାସ ଓ ବିଦ୍ୟୁତ ଦ୍ୱାରା ଚାଳିତ ଗାଡି ବ୍ୟବହାର କରିବାକୁ ପରାମର୍ଶ ଦେଇଛି ।

ଏହାସହ କିଭଳି ଗ୍ରୀନ ଭାବେ ସବୁଜ ଗୃହ ପ୍ରଭାବକୁ ରୋକାଯାଇପାରିବ ତା ଉପରେ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛି । ଏହି ରିପୋର୍ଟରେ କୁହାଯାଇଛି କି, ଭାରତକୁ ସମ୍ପୂର୍ଣ୍ଣ ଭାବେ ପ୍ରାକୃତିକ ତୈଳ ଭଣ୍ଡାର ଉପରେ ନିର୍ଭର କରିବା ଉଚିତ ନୁହେଁ ।

Share this story

World Odia Language Conferene