ପ୍ରଳୟ ରଚିବ ବାତ୍ୟା 'ପିଟର', ୩୫୦ ମାଇଲ ଦୂରରେ ରହିଛି ଘୁ ଘୁ ହୋଇ ମାଡ଼ି ଆସୁଛି

Cyclone

ଓଡ଼ିଆ ଗସିପ ବ୍ୟୁରୋ: ପ୍ରଳୟ ରଚିପାରେ ବାତ୍ୟା 'ପିଟର' । ରବିବାର କାରବିଆନ ସାଗରର ପୂର୍ବରେ ଆଟଲାଣ୍ଡିକ୍ ମହାସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପିଟର୍ ବାତ୍ୟାର ରୂପ ନେଇଛି । ଏହା ହେଉଛି ୨୦୨୧ରେ ଆଟଲାଣ୍ଟିକରେ ସୃଷ୍ଟି ହୋଇଥିବା ୧୬ତମ ବାତ୍ୟା । ପିଟର ଏବେ ଲିଓ୍ୱାର୍ଡ ଦ୍ୱୀପରୁ ୩୫୦ ମାଇଲ ଦୂରରେ ରହିଛି ।

ପାଣିପାଗ ବିଭାଗର କହିବାନୁସାରେ, କେନ୍ଦ୍ରୀଭୂତ ସ୍ଥଳରେ  ପବନର ବେଗ  ଘଣ୍ଟା ପ୍ରତି ୪୫ ମାଇଲ ରହିଛି । ଯାହା ଘଣ୍ଟା ପ୍ରତି ୧୭ ମାଇଲ ବେଗରେ ଉତ୍ତର ପଶ୍ଚିମ ଆଡେ ମୁହାଁଉଛି । ଧିରେଧିରେ ଏହା ସମୁଦ୍ରରେ ବଳ ଗୋଟାଉଛି ।

ଏହା ପୂର୍ବ ଆମେରିକାରେ ମାଡ ହୋଇପାରେ ବୋଲି ଅନୁମାନ କରାଯାଉଛି । ଆମେରିକାରେ ଅତ୍ୟଧିକ ଥଣ୍ଡା ଯୋଗୁଁ ବାତ୍ୟା ଫ୍ଲୋରିଡା ଆଡେ ମୁହାଁଇବ ନାହିଁ ବୋଲି ପାଣିପାଗବିତ ମାନେ ମତ ଦେଇଛନ୍ତି ।  ତେବେ ଏହା କେଉଁଠି ଓ କେବେ ଲ୍ୟାଣ୍ଡଫଲ୍ କରିବ ତାର ଚିତ୍ର ଅସ୍ପଷ୍ଟ ରହିଛି ।

ପାଣିପାଗ ବିଭାଗ ଆହୁରି ମଧ୍ୟ କହିଛି ଯେ,  ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବ । ଯାହା ଫଳରେ ମଧ୍ୟମ ଧରଣର ବନ୍ୟା ଆସିପାରେ । ମଙ୍ଗଳବାର ମଧ୍ୟରେ ପୁଏରଟୋ ରିକୋ, ଭର୍ଜିନ ଆଇଲ୍ୟାଣ୍ଡରେ ବାତ୍ୟା ତାଣ୍ଡର ରଚିବ ।

କାନାଡା ହରିକେନ୍ ସେଣ୍ଟରର କହିବାନୁସାରେ, ପିଟର୍ ପୂର୍ବରୁ ଆଉ ଏକ ବାତ୍ୟା ଓଡିଟ୍ କାରଣରୁ ଶନିବାର ନ୍ୟୁ ଫାଉଣ୍ଡଲାଣ୍ଡ୍ ଓ ଲାବ୍ରାଡୋରରେ ପ୍ରବଳ ବର୍ଷା ହୋଇଥିଲା । ସୋମବାର ମଧ୍ୟ ଓଡିଟ୍ ପ୍ରଭାବରେ ବାତ୍ୟା ଜାରି ରହିଛି ।

ସୂଚନାଯୋଗ୍ୟ, ଅଗଷ୍ଟରୁ ନଭେମ୍ବର ମାସରେ ଆଟଲାଣ୍ଟିକ ମହାସାଗରରେ ଲଗାତର ବାତ୍ୟା ଆସିଥାଏ । ଯାହାର ପ୍ରଭାବରେ ଆମେରିକାର ବିଭିନ୍ନ ସହର ପ୍ରଭାବିତ ହୋଇଥାଏ ।

Share this story