କମ୍‌ ବୟସରେ ଚୁଟି ପାଚୁଛି କି? ହୋଇପାରେ ଏସବୁ ରୋଗର ଲକ୍ଷଣ, ଜାଣନ୍ତୁ ଏହାର କାରଣ 

5 reasons for grey hair at an early age
କମ୍‌ ବୟସରେ ଚୁଟି ପାଚୁଛି କି? ଜାଣନ୍ତୁ ଏହାର କାରଣ 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜିକାଲି କମ ବୟସରେ ଚୁଟି ପାଚିଯିବା ଏକ ସାଧାରଣ କଥା ହୋଇଗଲାଣି। କେବଳ ବୟସ୍କ ଲୋକ ନୁହେଁ, ଏବେ ଛୋଟ ପିଲାଙ୍କର ଚୁଟି ମଧ୍ୟ ପାଚୁଥିବା ଦେଖିବାକୁ ମିଳୁଛି। କମ୍‌ ବୟସରେ ପାଚିଲା ଚୁଟି ଦେଖିବାକୁ ଅଜବ ଲାଗେ। କମ୍‌ ବୟସରେ ଚୁଟି ପାଚିବା ପଛରେ ଅନେକ କାରଣ ରହିଛି। ଯଥା: ଅସନ୍ତୁଳିତ ହରମୋନ୍‌, ଖାଦ୍ୟପେୟରେ ଅନିୟମିତତା, ଜୀବନଶୈଳୀରେ ପରିବର୍ତ୍ତନ ଇତ୍ୟାଦି। ଏହା ବ୍ୟତୀତ କେତେକ ଅନ୍ୟ କାରଣ ମଧ୍ୟ ରହିଛି, ଯାହା ଚୁଟି ପାଚିବା ପାଇଁ ଦାୟୀ। ଆସନ୍ତୁ ଜାଣିବା ଆଉ କେଉଁ କେଉଁ କାରଣ ଯୋଗୁ ଚୁଟି ପାଚେ…

ମେଡିକାଲ୍ ନ୍ୟୁଜ୍ ଟୁଡେ ଅନୁଯାୟୀ, ଅଳ୍ପ ବୟସରେ ଚୁଟି ପାଚିବାର ଗୋଟିଏ ନୁହେଁ ଅନେକ କାରଣ ଅଛି। ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା। ଏସବୁ ଦିଗ ପ୍ରତି ଧ୍ୟାନ ଦେଲେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ।

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଖାଆନ୍ତୁ ଏହିସବୁ ମହତ୍ଵପୂର୍ଣ୍ଣ ଖାଦ୍ୟ; ପିଲା ହେବ ବୁଦ୍ଧିମାନ ଏବଂ ସୁସ୍ଥସବଳ...

ଧୂମପାନ: କମ୍ ବୟସରେ ଚୁଟି ପାଚିବାର ପ୍ରମୁଖ କାରଣ ହେଉଛି ଧୂମପାନ। ଇଟାଲୀୟ ଡର୍ମାଟୋଲୋଜି ଅନ୍‌ଲାଇନ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଧୂମପାନ କରୁ ନଥିବା ବ୍ୟକ୍ତିଙ୍କ ଅପେକ୍ଷା ଧୂମପାନକାରୀ ବ୍ୟକ୍ତିଙ୍କର ୩୦ ବର୍ଷ ବୟସ ପୂର୍ବରୁ ଚୁଟି ପାଚିବାର ସମ୍ଭାବନା ଅଧିକ।

ଚୁଟି ରଙ୍ଗ ଏବଂ ସାମ୍ପୁ: ଚୁଟି ରଙ୍ଗ କରିବା ପାଇଁ ବ୍ୟବହୃତ ହେୟାର କଲର୍, ସାମ୍ପୁ ଏବଂ ସମସ୍ତ ପ୍ରକାରର ହେୟାର ପ୍ରଡକ୍ଟ ମଧ୍ୟ ଚୁଟି ପାଚିବାର କାରଣ ହୋଇଥାଏ। ଏହି ଉତ୍ପାଦଗୁଡ଼ିକ ମଧ୍ୟରୁ ଅନେକରେ କ୍ଷତିକାରକ ଉପାଦାନ ଥାଏ, ଯାହା ମେଲାନିନକୁ ହ୍ରାସ କରିଥାଏ। ଏହା ସହିତ ଅଧିକାଂଶ ଚୁଟି ରଙ୍ଗରେ ଥିବା ହାଇଡ୍ରୋଜେନ୍ ପେରକ୍ସାଇଡ୍ ମଧ୍ୟ ଏହାର କାରଣ ହୋଇପାରେ।

ଅଧିକ ପଢ଼ନ୍ତୁ: ୨୪ ଘଣ୍ଟାରେ ପୂରଣ ହେଲା 5T ସଚିବ ଭିକେ ପାଣ୍ଡିଆନଙ୍କ ପ୍ରତିଶୃତି 

ଚାପ: ଚୁଟି ଶୀଘ୍ର ପାଚିବାର ଅନ୍ୟ ଏକ ପ୍ରମୁଖ କାରଣ ହେଲା ଚାପ। ନ୍ୟୁୟର୍କ ୟୁନିଭର୍ସିଟି ଅଧ୍ୟୟନରୁ ଜଣାପଡିଛି ଯେ ଯେତେବେଳେ ଶରୀର ଚାପରେ ଥାଏ, ଚୁଟିକୁ କଳା ରଖିବାର କୋଷଗୁଡ଼ିକ ମରିଯାଇପାରନ୍ତି। ତେଣୁ ଚାପମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ।

ମେଡିକାଲ୍ କଣ୍ଡିସନ୍: ଅଟୋଇମ୍ୟୁନ ରୋଗ ସମେତ କେତେକ ଚିକିତ୍ସା ମଧ୍ୟ ଚୁଟି ପାଚିବାର କାରଣ ହୋଇଥାଏ। ୨୦୦୮ ମସିହାରେ ପ୍ରକାଶିତ ଏକ ଅନୁସନ୍ଧାନରେ ଚୁଟିର ଅସାମାନ୍ୟତା ଏବଂ ଥାଇରଏଡ୍ ଡିସ୍‌ଫଙ୍କ୍‌ସନ୍‌ ମଧ୍ୟରେ ଏକ ସଂଯୋଗ ଦେଖାଯାଇଥିଲା। ଏହା ସହିତ, ଆଲୋପେସିଆ ଆରେଟା ମଧ୍ୟ ଚୁଟି ପାଚିବାର କାରଣ ହୋଇପାରେ।

ଭିଟାମିନ୍ ଅଭାବ: ଶରୀରରେ ଭିଟାମିନ୍ ବି -୬, ବି -୧୨, ବାୟୋଟିନ୍, ଭିଟାମିନ୍ ଡି କିମ୍ବା ଭିଟାମିନ୍ ଇ ର ଅଭାବ ଚୁଟି ପାଚିବାର ଅନ୍ୟତମ କାରଣ। ଇଣ୍ଟରନ୍ୟାସନାଲ୍ ଜର୍ଣ୍ଣାଲ୍ ଅଫ୍ ଟ୍ରାଇକୋଲୋଜିର ୨୦୧୬ ଅଧ୍ୟୟନ ଅନୁଯାୟୀ, ୨୫ ବର୍ଷରୁ କମ୍ ଯୁବ ଭାରତୀୟଙ୍କ ମଧ୍ୟରେ ନିମ୍ନ ସ୍ତରର ସେରମ୍ ଫେରିଟିନ୍, ଯାହା ଶରୀରରେ ଆଇରନକୁ ଷ୍ଟୋର୍ କରିଦିଏ, ଶୀଘ୍ର ଚୁଟି ପାଚିବାର କାରଣ ହୁଏ।

Share this story