ଶିବଙ୍କ ରହସ୍ୟ ଅଭେଦ୍ୟ; ଆସନ୍ତୁ ଜାଣିବା ମହାଦେବଙ୍କ ଅମରନାଥ ଗୁମ୍ଫା ସହିତ ଅନ୍ୟ ରହସ୍ୟମୟ ଗୁମ୍ଫା ବିଷୟରେ…

unknow facts about Lord Shiva caves

ଓଡ଼ିଆ ଗସିପ ବ୍ୟୁରୋ : ଅନାଦି ଅନନ୍ତ ନିରାକାର ଭଗବାନ ଶିବଙ୍କର ଆଦିଅନ୍ତ ସନ୍ଧାନ କରିବା ଶ୍ରୀବିଷ୍ଣୁ ଏବଂ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ପାଇଁ ମଧ୍ୟ ସମ୍ଭବ ନୁହେଁ । ସଂହାରକର୍ତ୍ତା ଶିବଙ୍କ ରହସ୍ୟ ଅଭେଦ୍ୟ । ଶିବଙ୍କ ମହିମା ମଣ୍ଡିତ ପବିତ୍ର ଅମରନାଥ ଗୁମ୍ଫା ହେଉଛି ଶ୍ରଦ୍ଧାଳୁଙ୍କ ପାଇଁ ତୀର୍ଥସ୍ଥଳ । ଏହି ଗୁମ୍ଫା ସମ୍ପର୍କିତ ଅନେକ ପୌରାଣିକ କାହାଣୀ ରହିଛି ।

ଅମରନାଥ ଗୁମ୍ଫା ସହିତ ଆଉ ୪ଟି ଗୁମ୍ଫା ମଧ୍ୟ ଶିବଙ୍କ ମହିମା ମଣ୍ଡିତ ଏବଂ ଏହିସବୁ ଗୁମ୍ଫାଗୁଡ଼ିକରେ ଥିବା ରହସ୍ୟ ମଧ୍ୟ ଅଭେଦ୍ୟ । ଏହି ଗୁମ୍ଫାଗୁଡ଼ିକରେ ମହାଦେବଙ୍କ ମହିମା ମଣ୍ଡିତ ଅନେକ ଅଲୌକିକ ସତ୍ତା ରହିଛି, ଯାହାକି ଅଭେଦ୍ୟ । ତେବେ ଏହି ରହସ୍ୟ ଭେଦ କରିବାକୁ ଗୁମ୍ଫା ଭିତରକୁ ଯାଇଥିବା ଅନେକ ବ୍ୟକ୍ତି ଆଉ ଫେରିନାହାନ୍ତି ବୋଲି କିମ୍ବଦନ୍ତୀ ଅଛି ।

ଅମରନାଥ: ରହସ୍ୟମୟ ଶିବ ଗୁମ୍ଫା ଆଧାରରେ ଅମରନାଥ ସର୍ବାଗ୍ରେ ରହିଛି । ଶ୍ରୀନଗରଠାରୁ ୧୩୫ କିଲୋମିଟର ଦୂରତାରେ ଥିବା ଏହି ଗୁମ୍ଫା ସମୁଦ୍ରପତ୍ତନଠାରୁ ୧୩,୬୦୦ ଫୁଟ ଉଚ୍ଚତାରେ ଅବସ୍ଥିତ । ଏଠାରେ ବରଫର ସ୍ବୟଂଭୂ ଶିବଲିଙ୍ଗ ପୂଜା ପାଇଥାନ୍ତି । ଏହି ସ୍ଥାନରେ ଆଉ ଦୁଇଟି ବରଫର ଶିବଲିଙ୍ଗ ବରଫ ଦ୍ବାରା ପ୍ରାକୃତିକ ଭାବେ ନିର୍ମିତ ହୋଇଥାଏ, ଯାହାକୁ ଭକ୍ତମାନେ ମା’ ପାର୍ବତୀ ଓ ଶ୍ରୀଗଣେଶ ଭାବେ ପୂଜା କରିଥାନ୍ତି ।

ଅଧିକ ପଢ଼ନ୍ତୁ : ଚର୍ଚ୍ଚାରେ ଦରିଆପାରି ପ୍ରେମ: ଦେହର ସୁଖ ପାଇଁ ପଡ଼ୋଶୀକୁ ଧାଉଁଛନ୍ତି ପ୍ରେମୀଯୁଗଳ

ଅମରନାଥରେ ଥିବା ବରଫ ଶିବଲିଙ୍ଗ ହେଉଛି ବିଶ୍ବର ଏକମାତ୍ର ଶିବଲିଙ୍ଗ, ଯାହାକି ଗୁମ୍ଫା ଭିତରେ ଥାଇ ମଧ୍ୟ ଚନ୍ଦ୍ରଦେବଙ୍କ ଆଲୋକ ସହିତ ସମାନ୍ତର ଭାବେ ବୃଦ୍ଧି ଓ କ୍ଷୟ ହୋଇଥାନ୍ତି । ପୂର୍ଣ୍ଣିମାରେ ଏହି ଶିବଲିଙ୍ଗ ସମ୍ପୂର୍ଣ୍ଣ ସ୍ବରୂପରେ ଥିବାବେଳେ ଅମାବାସ୍ୟାରେ ଶିବଲିଙ୍ଗର ଆକାର ହ୍ରାସ ହୋଇଥାଏ । ଏହି ଗୁମ୍ଫାରେ ଭଗବାନ ଶିବ, ମାତା ପାର୍ବତୀଙ୍କୁ ଅମର ରହିବାର କଥା ଶୁଣାଇଥିଲେ । ସେତେବେଳେ ଏହି ଗୁମ୍ଫାରେ ଥିବା ଦୁଇଟି କପୋତ ଏହି କଥା ଶୁଣି ଦେଇଥିବାରୁ ସେମାନେ ମଧ୍ୟ ଅମର ହୋଇ ଏହି ଗୁମ୍ଫା ଭିତରେ ଅଛନ୍ତି ବୋଲି କୁହାଯାଉଛି । ଏହି ଗୁମ୍ଫାର ଆଉ ଏକ ରହସ୍ୟ ହେଉଛି, ଗୁମ୍ଫାରେ ଥିବା ବରଫ ବହୁତ ନରମ ହୋଇଥିବାବେଳେ ଶିବଲିଙ୍ଗ ସ୍ବରୂପ ବରଫ ଖଣ୍ଡ ବହୁତ ଶକ୍ତ ହୋଇଥାଏ ।

ପାତାଳ ଭୁବନେଶ୍ବର: ଉତ୍ତରାଖଣ୍ଡର ପିଥୋରଗଡ଼ରେ ରହିଛି ପାତାଳ ଭୁବନେଶ୍ବର ଗୁମ୍ଫା, ଯାହାକି ୯୦ ଫୁଟ ଗଭୀର ଏବଂ ୧୬୦ ମିଟର ଲମ୍ବା । ଆଦି ଶଙ୍କରାଚାର୍ଯ୍ୟଙ୍କୁ ପାତାଳ ଭୁବନେଶ୍ବର ଗୁମ୍ଫାର ସନ୍ଧାନ ମିଳିଥିଲା । ଅଷ୍ଟମ ଶତାବ୍ଦୀରେ ଏହି ଗୁମ୍ଫାରୁ ନାଗରାଜାଙ୍କର ଅବଶେଷ ମିଳିଥିଲା । ଏହି ଗୁମ୍ଫାରେ ମହାଦେବଙ୍କ ସହିତ ତେତିଶକୋଟି ଦେବଦେବୀଙ୍କ ଦର୍ଶନ ସହିତ ଚାରିଧାମର ଦର୍ଶନ ମଧ୍ୟ ମିଳିଥାଏ ବୋଲି ଜନଶ୍ରୁତି ରହିଛି ।

ଅଧିକ ପଢ଼ନ୍ତୁ : ଶୋଇଥିବା ଗୋରୁପଲ ଉପରେ ଚଢିଗଲା ଟ୍ରକ୍: ୧୦ରୁ ଉର୍ଦ୍ଧ୍ବ ଗୋରୁ ମୃତ, ୫ ଗୁରୁତର

ଶିବଖୋରି: ଜମ୍ମୁର ରୟାସି ଜିଲ୍ଲାସ୍ଥିତ ସଙ୍ଗର ଗାଁରେ ଶିବଖୋରି ଗୁମ୍ଫା ୧୫୦ ମିଟର ଲମ୍ବା । ଏହା ଶିବାଲିକ ପର୍ବତମାଳାରେ ରହିଛି। ସ୍ଥାନୀୟ ଲୋକଙ୍କର ବିଶ୍ବାସ ରହିଛି ଯେ, ଏହି ଗୁମ୍ଫାରେ ସ୍ବୟଂ ଶିବ, ମା’ ପାର୍ବତୀ, ଶ୍ରୀଗଣେଶ ଓ କାର୍ତ୍ତିକେୟଙ୍କ ସହିତ ବିରାଜମାନ ଅଛନ୍ତି । ମାନ୍ୟତା ରହିଛି ଯେ, ଏହି ଗୁମ୍ଫାର ଶେଷ ଦ୍ବାର ଅମରନାଥ ଗୁମ୍ଫା ସହିତ ସଂଲଗ୍ନ ହୋଇଛି ।

ଏଠାରେ ଶିବ ଭସ୍ମାସୁରକୁ ଭସ୍ମରେ ପରିଣତ କରିଥିଲେ ବୋଲି କିମ୍ବଦନ୍ତୀ ମଧ୍ୟ ଅଛି । କୁହାଯାଏ ଯେ, ଯେଉଁ ବ୍ୟକ୍ତିମାନେ ଏହି ଗୁମ୍ଫା ଭିତରକୁ ଶିବଙ୍କ ସାକ୍ଷାତ ଦର୍ଶନ ପାଇଁ ଯାଇଛନ୍ତି, ସେମାନେ ଫେରି ନାହାନ୍ତି । କାରଣ ଏହି ଗୁମ୍ଫାର ରାସ୍ତା ସ୍ବର୍ଗକୁ ଯାଇଛି ବୋଲି କୁହାଯାଏ । ଏହି ଗୁମ୍ଫା ଭିତରେ ପ୍ରାକୃତିକ ଭାବେ ୪ ଫୁଟର ଶିବଲିଙ୍ଗ ନିର୍ମାଣ ହୋଇଛି ।

ଦୁର୍ବାସା ଗୁମ୍ଫା: ପୁରାଣ କଥା ଅନୁସାରେ, ମଧ୍ୟପ୍ରଦେଶ ଅମରକଣ୍ଟକର ଅନୁପପୁର ଜିଲ୍ଲାରେ ଭୋଳାନାଥ ତ୍ରିପୁର ନାମକ ରାକ୍ଷସର ବଧ କରିଥିଲେ । ଏହି ସ୍ଥାନରେ ଥିବା ଏକ ଗୁମ୍ଫାରେ ଋଷି ଦୁର୍ବାସା ଶିବଲିଙ୍ଗ ସ୍ଥାପନା କରି ଶିବଙ୍କ ଆରାଧନା କରୁଥିଲେ । ତେଣୁ ଉକ୍ତ ଗୁମ୍ଫାକୁ ଦୁର୍ବାସା ଗୁମ୍ଫା କୁହାଯାଏ । ଏହି ଗୁମ୍ଫାର ରହସ୍ୟ ହେଉଛି, ଏଠାରେ ଥିବା ଶିବଲିଙ୍ଗରେ ପ୍ରତିଦିନ ବୁନ୍ଦା ବୁନ୍ଦା ଜଳ ଦ୍ବାରା ଶିବାଭିଷେକ ହୋଇଥାଏ । ସ୍ବୟଂ ନର୍ମଦା ନଦୀ ଆସି ଶିବଙ୍କ ଅଭିଷେକ କରିଥାନ୍ତି ବୋଲି ବଶ୍ବାସ ରହିଛି । କିନ୍ତୁ ଏହି ଜଳ କେଉଁଠାରୁ ଆସୁଛି, ତାହା ରହସ୍ୟମୟ ।

ଅଧିକ ପଢ଼ନ୍ତୁ : ଫେସୁବକରୁ ପ୍ରେମ: ସ୍ୱାମୀକୁ ଛାଡି ପ୍ରେମିକ ପାଇଁ ସୀମା ପାର ହୋଇ ପାକିସ୍ତାନରେ ଭାରତର ଅଞ୍ଜୁ , ଶ୍ୱଶୂର ଘର ଲୋକଙ୍କ ମୁଣ୍ଡ ଟିଣ...

ତୁଲାର ଗୁମ୍ଫା: ଛତିଶଗଡ଼ର ବସ୍ତର ଜିଲ୍ଲାରେ ଭଗବାନ ଶିବଙ୍କୁ ସମର୍ପିତ ବହୁ ପୁରାତନ ଗୁମ୍ଫା ରହିଛି, ଯାହା ତୁଲାର୍‌ ନାମରେ ନାମିତ । ଏହି ଗୁମ୍ଫା ତିନୋଟି ଜିଲ୍ଲାର ସୀମାନ୍ତ ଅଞ୍ଚଳ ଅବୁଝମାଡ଼ରେ ସ୍ଥିତ । ଏଠାରେ ପ୍ରତିଷ୍ଠିତ ଶିବଲିଙ୍ଗ ଉପରେ ଗୁମ୍ଫାର ଚଟାଣରୁ ସବୁବେଳେ ଜଳ ପତିତ ହୋଇଥାଏ । କିନ୍ତୁ ଏହି ଗୁମ୍ଫାକୁ କେଉଁଆଡ଼ୁ ଜଲଧାର ଆସୁଛି, ତାହା ବେଶ୍‌ ରହସ୍ୟମୟ । ଆଉ ଏକ ରହସ୍ୟ ହେଉଛି ଯେ, ଏହି ଜଳଧାର କେବଳ ଶିବଲିଙ୍ଗ ଉପରେ ପତିତ ହୋଇଥାଏ । ଆଉ ଏକ ପୌରାଣିକ କଥା ଅନୁସାରେ, ତପସ୍ୟା ପାଇଁ ବାଣାସୁର ଏହି ଗୁମ୍ଫାକୁ ତିଆରି କରିଥିଲେ ।

Share this story