ଶୋଇଥିବା ଗୋରୁପଲ ଉପରେ ଚଢିଗଲା ଟ୍ରକ୍: ୧୦ରୁ ଉର୍ଦ୍ଧ୍ବ ଗୋରୁ ମୃତ, ୫ ଗୁରୁତର

More than 10 cows died following a truck rammed over them

ଓଡ଼ିଆ ଗସିପ୍ ବ୍ୟୁରୋ: ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ଓଭର ବ୍ରିଜ ଉପରେ ଭୟାବହ ଦୁର୍ଘଟଣା ଘଟିଛି । ଶୋଇଥିବା ଗୋରୁପଲ ଉପରେ ଏକ ଟ୍ରକ ଚଢିଯାଇଛି ।

ଫଳରେ ୧୦ରୁ ଅଧିକ ଗୋରୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ୫ରୁ ଅଧିକ ଗୋରୁ ଗୁରୁତର ହୋଇଥିବା ଜଣା ପଡିଛି । ଖବର ପାଇ ଘଟଣା ସ୍ଥଳରେ ଟାଙ୍ଗୀ ଅଗ୍ନିଶମ ବାହିନୀ ଓ ଟାଙ୍ଗୀ ପୁଲିସ୍ ପହଞ୍ଚି ଗୁରୁତର ଗୋରୁମାନଙ୍କୁ ଉଦ୍ଧାର କରିଛି ।

ଅଧିକ ପଢ଼ନ୍ତୁ : ଫେସୁବକରୁ ପ୍ରେମ: ସ୍ୱାମୀକୁ ଛାଡି ପ୍ରେମିକ ପାଇଁ ସୀମା ପାର ହୋଇ ପାକିସ୍ତାନରେ ଭାରତର ଅଞ୍ଜୁ , ଶ୍ୱଶୂର ଘର ଲୋକଙ୍କ ମୁଣ୍ଡ ଟିଣ...

ଦୁର୍ଘଟଣା ଫଳରେ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି । ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରାଯାଇଥିବା ବେଳେ ଚାଳକକୁ ପୁଲିକ ଗିରଫ କରିଛି ।  ଏହି ଦୁର୍ଘଟଣାଟି ଗତକାଲି ବିଳମ୍ବିତ ରାତିରେ ଘଟିଛି ।

Share this story