ପାର୍କ ରେଷ୍ଟୁରାଣ୍ଟ, ହୋଟେଲ ପାଇଁ ପାର୍ଟନର ଖୋଜି ଦେଉଛି ଡେଟିଂ ଆପ୍

how to arrange girls in dating app

ଓଡ଼ିଆ ଗସିପ୍ ବ୍ୟୁରୋ: ଆପଣ ଏକାନ୍ତ ଅନୁଭବ କରୁଛନ୍ତି କି? ଆପଣ ସମୟ ବିତାଇବା ପାଇଁ ସାଙ୍ଗ ଖୋଜୁଛନ୍ତି କି? ଚାଟିଂ, ଡେଟିଂ ଏବଂ ଭର୍ଚୁଆଲରୁ ରିଅଲ ଲାଇଫ୍ ପାର୍ଟନର ଖୋଜୁଛନ୍ତି କି ? ଆଉ ଏସବୁର ଉତ୍ତର ଖୋଜି ଆପଣ ସୋସିଆଲ ମିଡିଆରେ ଆସୁଥିବା ବିଭିନ୍ନ ପ୍ରକାର ଡେଟିଂ ଆପ୍ ର ବିଜ୍ଞାପନ ଦେଖି ଫୋନ୍ ରେ ଇନଷ୍ଟଲ କରି ସାଥୀ ଖୋଜୁଛନ୍ତି କି? ଯଦି ହଁ, ତେବେ ସାବଧାନ ! ଆପଣ ହୋଇପାରନ୍ତି ଠକେଇର ଶିକାର ।

ହଁ, ଫାଇଭ୍ ଜି ନେଟୱର୍କ ଜମାନାରେ ଏବେ ଏହି ଡେଟିଂ ଆପର ବ୍ୟବହାର ବହୁଳ ମାତ୍ରାରେ ବଢ଼ିଛି । ବିଶେଷ କରି ଶିକ୍ଷିତ ଯୁବପୀଢ଼ିଙ୍କୁ ଏହା ଏକ ପ୍ରକାର ନିଶାରେ ପକାଇ ଦେଉଛି । ଆଣ୍ଡ୍ରୋଏଡ୍ ୟୁଜର୍ସ ଏହାକୁ ଗୁଗଲ୍ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରି ସାଥୀ ଖୋଜିବାରେ ବେଶ୍ ସମୟ ଅପଚୟ କରୁଛନ୍ତି ।

ୟୁଜର୍ସଙ୍କ ମନସ୍ତତ୍ୱ ଉପରେ ସତେ ଯେମିତି ଏହି ଆପ୍ଲିକେସନର ଡେଭଲପରମାନେ ଏକ ପ୍ରକାର ହାବି ହୋଇପଡ଼ିଥାନ୍ତି । ସେମାନେ ୟୁଜର୍ସଙ୍କ ପାଇଁ ଏମିତି କିଛି ଫେସଲିଟି ଦେଇଥାନ୍ତି ଯାହାର ବଶବର୍ତ୍ତୀ ହୋଇ ଜଣେ ଟିଣ୍ଡର କିମ୍ବା ଅନ୍ୟ ସମାନ୍ତରାଳ ଡେଟିଂ ଆପ୍ ୟୁଜର୍ସ ସାଥୀ ଖୋଜିଥାନ୍ତି ।

ଅଧିକ ପଢ଼ନ୍ତୁ : ବେଆଇନ ନିଶାଦ୍ରବ୍ୟ କାରବାର ଉପରେ ଲାଗିବ ଅଙ୍କୁଶ, ନିଶା ଖାଇ ଧରାପଡ଼ିଲେ ବହିଷ୍କାର ହେବେ ଛାତ୍ରଛାତ୍ରୀ

ଏହି ଆପରେ ଆପଣଙ୍କ ନିକଟବର୍ତ୍ତୀ ଅଞ୍ଚଳରେ ସିଙ୍ଗଲ, ମ୍ୟାରେଡ୍, ଡିଭୋର୍ସ ମହିଳା/ ପୁରୁଷଙ୍କ ଫଟୋ ସହ ସେମାନଙ୍କ ପସନ୍ଦ, ନା ପସନ୍ଦ, କେମିତି ସାଥୀ ଚାହାନ୍ତି ସେ ସବୁର ତଥ୍ୟ ଦିଆଯାଇଥାଏ । ଆଉ ଏହି ସବୁ ତଥ୍ୟର ଆଧାରରେ ଆପଣ ତାଙ୍କୁ ଲାଇକ୍ କରିଥାନ୍ତି ବା ସାଥୀ ହେବାପାଇଁ ଚୟନ କରିଥାନ୍ତି । କିନ୍ତୁ ସେ ଆପଣଙ୍କ ରିକ୍ୱେଷ୍ଟ ଆସେପ୍ଟ କରୁଛନ୍ତି କି ନାହିଁ ତାହା ଜାଣିବା ପାଇଁ ଆପଣଙ୍କୁ ପ୍ରିମିୟମ ସର୍ଭିସ ନେବାକୁ ସଂପୃକ୍ତ ଆପ୍ଲିକେସନ ପକ୍ଷରୁ ଉସୁକା ଯାଇଥାଏ ।

ଯାହାର ଫଳ ସ୍ୱରୂପ ୟୁଜର୍ସମାନେ ଯୁବତୀ ଓ ମହିଳାଙ୍କ ଆକର୍ଷଣୀୟ ଓ ମନଲୋଭା ଚିତ୍ର ସବୁ ଦେଖି ଉତ୍ସାହିତ ହେବା ସହ ମାସିକିଆ, ୬ ମାସିଆ ଏବଂ ବର୍ଷିକିଆ ପ୍ଲାନ ନେଇ ଥାନ୍ତି । ଏହି ପ୍ଲାନ୍ ନେଲେ ସେମାନଙ୍କୁ କିଏ କିଏ ସବୁ ଲାଇକ କରୁଛନ୍ତି ସାଙ୍ଗ ହେବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ସେ ସବୁ ଦେଖିପାରନ୍ତି । କିଛି କିଛି ସେଟିଂ ହୁଏ ଆଉ କିଛି ସେଟିଂ ହେବା ଚକ୍କରରେ ସବୁ କିଛି ହରେଇ ଦେଇଥାନ୍ତି । ଏପରିକି ମୋଟା ଅଙ୍କର ଅର୍ଥ ମଧ୍ୟ ଶ୍ରାଦ୍ଧ କରିଥାନ୍ତି ।

ଅଧିକ ପଢ଼ନ୍ତୁ : ୬୦ ବର୍ଷ ବୟସରେ ଦ୍ବିତୀୟ ବିବାହ ଏହି ଜଣାଶୁଣା ବଲିଉଡ ଅଭିନେତା, ଧରିଲେ ଆସାମର ରୁପାଲିଙ୍କ ହାତ

ଏହି ସବୁ ଡେଟିଂ ଆପ୍ କଫେ ଡେ, ଚାଏ ଡେ, ନାଇଟ ଆଉଟ, ପାର୍ଟି ପାର୍ଟନର ଏପରିକି ରାତି ପାଇଁ ସାଥୀଟିଏର ସୁଯେୋଗ ଦେଇଥାଏ । ଆଉ ଏଥିରେ ମାତିଥାନ୍ତି ଯୁବପୀଡ଼ି । କେବଳ ଟିଣ୍ଡର କାହିଁକି ଆପଣଙ୍କୁ ଇଣ୍ଟରନେଟ୍ ର ମାୟା ଜାଲରେ ଏମିତି ଅନେକ ଡେଟିଂ ପ୍ଲାଟଫର୍ମ ମିଳିଯିବ ଯେଉଁଠି ପାର୍ଟନରର ଲୋଭ ଦେଖାଇ ଠକାମୀର ଶିକାର ହୋଇଥାନ୍ତି ୟୁଜର୍ସ । ଏଣୁ ସାବଧାନ ରୁହନ୍ତୁ ଏବଂ ସତର୍କ ରହି ପାଦେ ପାଦେ ବିପଦକୁ ଏଡ଼ାଇ ଚାଲନ୍ତୁ...

Share this story