୬୦ ବର୍ଷ ବୟସରେ ଦ୍ବିତୀୟ ବିବାହ ଏହି ଜଣାଶୁଣା ବଲିଉଡ ଅଭିନେତା, ଧରିଲେ ଆସାମର ରୁପାଲିଙ୍କ ହାତ

This bollywood actor marry this assamese girl

ଓଡ଼ିଆ ଗସିପ ବ୍ୟୁରୋ : ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତା ଆଶିଷ ବିଦ୍ୟାର୍ଥୀ ପୁଣିଥର ବିବାହ କରିଛନ୍ତି । ଭେଟରାନ ଅଭିନେତା ତଥା ବଲିଉଡର ଜଣାଶୁଣା ଖଳନାୟକ ଆଶିଷ ବିଦ୍ୟାର୍ଥୀ ଆସାମର ରୁପାଲି ବରୁଆଙ୍କୁ ଆଜି ବିବାହ କରିଛନ୍ତି । ସେ ୬୦ ବର୍ଷ ବୟସରେ ରୂପାଲିଙ୍କ ପ୍ରେମରେ ପଡ଼ି ତାଙ୍କୁ ବିବାହ କରିଛନ୍ତି ।

ଅନେକ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଓ ଅନେକ ଆଞ୍ଚଳିକ ଫିଲ୍ମରେ ଅଭିନୟ କରି ଆଶିଷ ବିଦ୍ୟାର୍ଥୀ ଘରେଘରେ ପରିଚିତ ହୋଇ ପାରିଛନ୍ତି। ଜାତୀୟ ଫିଲ୍ମ ପୁରସ୍କାର ଜିତିଥିବା ଆଶିଷ ପୂର୍ବରୁ ଅଭିନେତ୍ରୀ ଶକୁନ୍ତଳା ବରୁଆଙ୍କ ଝିଅ ରାଜୋଶୀ ବରୁଆଙ୍କୁ ବିବାହ କରିଥିଲେ । ତାଙ୍କର ଆର୍ଥ ବିଦ୍ୟାର୍ଥୀ ନାମକ ଜଣେ ପୁଅ ମଧ୍ୟ ରହିଛନ୍ତି ।

ଏହା ସତ୍ତ୍ୱେ ଆଶିଷ ଏବେ ୩୩ ବର୍ଷୀୟ ରୂପାଲିଙ୍କୁ ପୁଣି ବିବାହ କରିଛନ୍ତି । ଆଜି ଆଶିଷ ଓ ରୁପାଲି ପରିବାର ଏବଂ କିଛି ହାତ ଗଣତି ବନ୍ଧୁମାନଙ୍କ ଉପସ୍ଥିତିରେ ରେଜିଷ୍ଟ୍ରୀ ମ୍ୟାରେଜ କରିଛନ୍ତି ।

ଅଧିକ ପଢ଼ନ୍ତୁ : କର୍କଟ ରାଶିରେ ପ୍ରବେଶ କରିବେ ଶୁକ୍ର; ୩ ରାଶିଙ୍କ ପାଇଁ ଆସୁଛି ଅତି ଖରାପ ସମୟ !

୬୦ ବର୍ଷରେ ବିବାହ କରିଥିବା ଆଶିଷ କହିଛନ୍ତି, “ଜୀବନର ଏ ବୟସରେ ରୂପାଲିଙ୍କୁ ବିବାହ କରିବା ମୋତେ ବେଶ ଆନନ୍ଦ ଦେଉଛି । ଆଜି ସକାଳେ ଆମେ କୋର୍ଟ ମ୍ୟାରେଜ କରିଛୁ । ସନ୍ଧ୍ୟାରେ ଗୋଟିଏ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଚାଲିଛି ।”

ଗୌହାଟିରେ ରହୁଥିବା ବିଦ୍ୟାର୍ଥୀଙ୍କ ପତ୍ନୀ ରୁପାଲି କୋଲକାତାର ଏକ ବଡ଼ ଫ୍ୟାସନ୍‌ ଷ୍ଟୋର ସହ ଜଡ଼ିତ ଅଛନ୍ତି । ଆଶିଷ ଓ ରୁପାଲିଙ୍କ ପରିବାର ଓ ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ବିବାହ ଦୁଇଟି ସଂସ୍କୃତି- କେରଳ ଓ ଆସାମର- ଏକ ମିଶ୍ରଣ ଥିଲା ।

ଅଧିକ ପଢ଼ନ୍ତୁ : ରାସ୍ତା ମଝିରେ ଫସିଗଲେ ଅମିତାଭ ବଚ୍ଚନ, ଦେବଦୂତ ହୋଇ ସାହାଯ୍ୟ କଲେ ଅଜ୍ଞାତ ଯୁବକ; ପୁରା ଘଟଣା କିଛି ଏପରି ଥିଲା...

ଅନ୍ୟପଟେ ଆଶିଷ ବିଦ୍ୟାର୍ଥୀଙ୍କୁ ବିବାହ ପରେ ରୁପାଲି ବରୁଆ ମଧ୍ୟ ବେଶ ଖୁସି ଅଛନ୍ତି । ସେ କହିଛନ୍ତି, “ଆମେ ପରସ୍ପରକୁ କିଛି ଦିନ ତଳେ ଭେଟିଥିଲୁ । ଏହାପରେ ଆମ ସମ୍ପର୍କକୁ ଆଗକୁ ନେବାକୁ ନିଷ୍ପତ୍ତି ନେଇଥିଲୁ । ଆମେ ଉଭୟ ବାହାଘର ପରିବାର ଲୋକଙ୍କ ଉପସ୍ଥିତିରେ ଗୋଟିଏ କାର୍ଯ୍ୟକ୍ରମ ଜରିଆରେ ହେଉ ବୋଲି ଚାହୁଁଥିଲୁ । ତେଣୁ ଆଜି ସକାଳୁ ଆମେ ବିବାହ କରିଛୁ ।”

ସୂଚନାଯୋଗ୍ୟ ବଲିଉଡରେ ଖଳନାୟକ ଭୂମିକା ପାଇଁ ଜଣାଶୁଣା ଆଶିଷ ବିଦ୍ୟାର୍ଥୀ ଭାରତୀୟ ସିନେମାରେ ଅନେକ ଫିଲ୍ମରେ କାମ କରିଛନ୍ତି । ୧୯୬୨ ମସିହା ଜୁନ୍‌ ୧୯ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଏହି ଅଭିନେତା । ପରେ ୧୯୮୬ ମସିହାରୁ ଆରମ୍ଭ ହୋଇଥିବା ଅଭିନୟ କ୍ୟାରିୟରରେ ଆଶିଷ ବିଦ୍ୟାର୍ଥୀ ଅନେକ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟଲମ, ଇଂରାଜୀ, ଓଡ଼ିଆ, ମରାଠୀ ଏବଂ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

Share this story

World Odia Language Conferene