ରାସ୍ତା ମଝିରେ ଫସିଗଲେ ଅମିତାଭ ବଚ୍ଚନ, ଦେବଦୂତ ହୋଇ ସାହାଯ୍ୟ କଲେ ଅଜ୍ଞାତ ଯୁବକ; ପୁରା ଘଟଣା କିଛି ଏପରି ଥିଲା...

This man proves as good Samaritan for Amitabh Bacchan

ଓଡ଼ିଆ ଗସିପ୍ ବ୍ୟୁରୋ: ବଲିଉଡ୍‌ ସୁପରଷ୍ଟାର ତଥା ବିଗ ବି ଅମିତାଭ ବଚ୍ଚନ । ନିଜର ଚମତ୍କାର ଅଭିନୟ ପାଇଁ ବିଗ୍‌-ବି ଯେତିକି ଜଣାଶୁଣା ତାଙ୍କର ବ୍ୟବହାର ଓ ସମାୟାନୁବର୍ତ୍ତୀତା ପାଇଁ ସେ ସେତିକି ପରିଚିତ ।

ମାତ୍ର ନିକଟରେ ଅମିତାଭ ତାଙ୍କ ସୁଟିଂ ପାଇଁ ଯିବା ସମୟରେ ଟ୍ରାଫିକ୍‌ ଜାମ୍‌ ହୋଇଥିଲା । ଆଉ ସେଥିପାଇଁ ଅମିତାଭଙ୍କୁ ଅଟକିବାକୁ ପଡ଼ିଥିଲା । ପ୍ରବଳ ଟ୍ରାଫିକ୍‌ ଜାମ୍‌ ହେତୁ ତାଙ୍କ କାର୍‌ ଆଗକୁ ବଢ଼ିବାରେ ସକ୍ଷମ ହୋଇପାରିନଥିଲା । ଫଳରେ ସେ ଜଣେ ଅଜ୍ଞାତ ଯୁବକଙ୍କୁ ଲିଫ୍ଟ ମାଗିବା ସହ ତାଙ୍କ ବାଇକ୍‌ରେ ଯାଇ ସୁଟିଂ ସେଟ୍‌ରେ ପହଞ୍ଚିଥିଲେ ।

ଅଧିକ ପଢ଼ନ୍ତୁ : ମଝି ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ମୋ ବସ୍

ପରେ ତାଙ୍କୁ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଧନ୍ୟବାଦ ଜଣାଇଥିଲେ । ଏହାକୁ ନେଇ ବିଗ୍‌-ବି ତାଙ୍କର ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିବା ସହ କ୍ୟାପସନ୍‌ରେ ଯୁବକ ଜଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଫଟୋରେ ସେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ସହ ବାଇକରେ ଯାଉଥିବାର ନଜର ଆସିଛନ୍ତି। କ୍ୟାପସନରେ କହିଛନ୍ତି ଯେ କାମ ପାଇଁ ମୋର ବିଳମ୍ଵ ହେଉଥିଲା । ଏଥିପାଇଁ ସେ ଏହି ଅଜ୍ଞାତ ବ୍ୟକ୍ତିଙ୍କଠାରୁ ସାହାଯ୍ୟ ମାଗିବାକୁ ନିଷ୍ପତ୍ତି ନେଇଥିଲେ ।

ଅଧିକ ପଢ଼ନ୍ତୁ : ବିକଳ ହୋଇ ଖୋଜି ବୁଲୁଥିଲେ ବାପା ମା', ଦୁଇଦିନ ପରେ ମିଳିଲେ କିନ୍ନରଙ୍କ ଘରୁ ଉଦ୍ଧାର ହେଲେ ପୁଅ ‘ସାଇପ୍ରସାଦ’

“ଲିଫ୍ଟ ସାଙ୍ଗ ପାଇଁ ଧନ୍ୟବାଦ .. ମୁଁ ତୁମକୁ ଜାଣି ନାହିଁ .. କିନ୍ତୁ ତୁମେ ମୋତେ ମୋର କାର୍ଯ୍ୟ ସ୍ତଳରେ ପହଞ୍ଚାଇଛ…ଥ୍ୟାଙ୍କୟୁ କ୍ୟାପ୍‌, ହଳଦିଆ ଟି-ସାର୍ଟ ମାଲିକ’ ।

Share this story

World Odia Language Conferene