ମଝି ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ମୋ ବସ୍

major fire engulfed mo bus

ଓଡ଼ିଆ ଗସିପ୍ ବ୍ୟୁରୋ: ରାଉରକେଲା ସହରର ଟିସିଆଇ ଛକ ନିକଟରେ ଜଳିଗଲା ମୋ ବସ୍ । ହଠାତ ଆଖି ଆଗରେ ହୁତୁହୁତୁ ହୋଇ ଜଳିଗଲା ମୋ ବସ୍ । ରାଉରକେଲାରୁ ବେଦବ୍ୟାସ ଅଭିମୁଖେ ଯାଉଥିବା ବେଳେ ଟିସିଆଇ ଛକ ନିକଟରେ ମୋ ବସରେ ନିଆଁ ଲାଗିଥିଲା ।

ଗାଡିରେ ନିଆଁ ଲାଗିବା କ୍ଷଣି ଡ୍ରାଇଭର ଜଣକ ଉପସ୍ଥିତି ବୁଦ୍ଧି ଖଟାଇ ତୁରନ୍ତ ବସଟିକୁ ରାସ୍ତା କଡକୁ ନେଇଯାଇଥିଲେ।ବସ୍‌ରେ କେହି ଯାତ୍ରୀ ନଥିଲେ । ହଠାତ୍ ବସରୁ ଧୂଆଁ ବାହାରିବାରୁ ରାସ୍ତାକଡ଼ରେ ବସଟିକୁ ଠିଆ କରି ଓହ୍ଲାଇପଡ଼ିଥିଲେ ଡ୍ରାଇଭର ଓ ହେଲପର ।

ଅଧିକ ପଢ଼ନ୍ତୁ : ବିକଳ ହୋଇ ଖୋଜି ବୁଲୁଥିଲେ ବାପା ମା', ଦୁଇଦିନ ପରେ ମିଳିଲେ କିନ୍ନରଙ୍କ ଘରୁ ଉଦ୍ଧାର ହେଲେ ପୁଅ ‘ସାଇପ୍ରସାଦ’

ନିଆଁ ଏତେ ଜୋରରେ ବ୍ୟାପିଥିଲା ଯେ, ଏହାକୁ ଆୟତ୍ତ କରିବା କଷ୍ଟକର ହୋଇପଡିଥିଲା । ଫଳରେ କିଛି ସମୟ ମଧ୍ୟରେ ହିଁ ବସଟି ଜଳି ପୋଡି ଛାରଖାର ହୋଇ ଯାଇଥିଲା । ଅଗ୍ନିକାଣ୍ଡରେ ବସ୍ ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ କେହି ଆହତ ହୋଇନାହାନ୍ତି ।

ଦମକଳ ଗାଡ଼ି ପହଞ୍ଚିବା ପୂର୍ବରୁ ବସଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାପଡ଼ିଛି । ନିଆଁ ଲାଗିବାର ସଠିକ୍ କାରଣ ଜଣା ପଡିନଥିଷଳ ମଧ୍ୟ ବ୍ୟାଟେରୀରେ ତ୍ରୁଟି କାରଣରୁ ବସରେ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି । ବ୍ରାହ୍ମଣୀ ତରଙ୍ଗ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Share this story

World Odia Language Conferene