ଆମେରିକାର ସ୍ବାଧୀନତା ଦିବସ ପରେଡରେ ଗୁଳିମାଡ : ୬ ମୃତ, ୨୪ ଗୁରୁତର

12

ଓଡ଼ିଆ ଗସିପ୍ ବ୍ୟୁରୋ: ଚିକାଗୋ ଉପକଣ୍ଠରେ ସୋମବାର ଆମେରିକାର ସ୍ବାଧୀନତା ଦିବସ ପାଳନ ଅବସରରେ ଜୁଲାଇ ୪ ପରେଡରେ ଗୁଳିମାଡ ହୋଇଛି। ଗୁଳିମାଡରେ ୬ଜଣଙ୍କ ଜୀବନ ଯାଇଥିବାବେଳେ ୨୪ଜଣ ଗୁରୁତର ହୋଇଥିବା ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି। ପରେଡରେ ଅନେକ ଲୋକ ଅଂଶଗ୍ରହଣ କରିଥିଲେ। ରାସ୍ତା ଉପରେ ଅନେକ ଲୋକ ବସି ପରେଡ ଦେଖୁଥିଲେ।

 

 

1

ଲୋକମାନେ ଚିକାଗୋ ଉପକଣ୍ଠ ହାଇଲାଣ୍ଡ ପାର୍କ ରାସ୍ତାରେ ଆସୁଥିବାବେଳେ ଜଣେ ଅଜ୍ଞାତ ବନ୍ଧୁକଧାରୀ ଏକ ଦୋକାନର ଛାତ ଉପରେ ଥାଇ ଏହି ଗୁଳି ମାଡ କରିଛନ୍ତି। ଗୁଳିମାଡ ପରେ ସେ ଚିତ୍କାର କରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡିଛି। ତେବେ ଗୁଳି ଶବ୍ଦ ଶୁଣି ପରେଡରେ ଭାଗ ନେଇଥିବା ଲୋକେ ଓ ରାସ୍ତାରେ ବସି ପରେଡ ଦେଖୁଥିବା ଲୋକେ ଚିତ୍କାର କରି ଏଣେ ତେଣେ ଦୌଡିବାରେ ଲାଗିଥିଲେ।

2

ଉକ୍ତ ଅଞ୍ଚଳରେ ଏଭ ଭୟରବାତାବରଣ ଖେଳିଯାଇଥିଲା। ଗୁଳିମାଡ ପରେ ହାଇଲାଣ୍ଡ ପାର୍କ ପୁଲିସ ପରେଡକୁ ବନ୍ଦ କରିଛି।  ଗୁରୁତରମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଘଟଣାସ୍ଥଳରୁ ଏକ ପିସ୍ତଲକୁ ପୁଲିସ ଜବତ କରି ଘଟଣାର ଛାନଭିନ୍‌ ଆରମ୍ଭ କରିଛି।

ପୂର୍ବରୁ ମେ ୨୪ ତାରିଖରେ ଟେକ୍ସାର ଏକ ସ୍କୁଲରେ ଗୁଳିକାଣ୍ଡ ହେବାରୁ ୧୯ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ନ୍ୟୁୟର୍କର ବୁଫାଲୋର ଏକ ଗ୍ରସୋରୀ ଷ୍ଟୋର ଉପରେ ଗୁଳିମାଡ ହେବାରୁ ସେଠାରେ ଅନ୍ୟୁନ ୧୦ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିରୁ ଆମେରିକାରେ ହିଂସା ବଢ଼ିଥିବା ସ୍ପଷ୍ଟ ହୋଇଛି। ତେବେ ଘଟଣାର ପୁଲିସ ତଦନ୍ତ କରୁଛି।

Share this story