ବିବାହ ବିଚ୍ଛେଦ ପଛର କାହାଣୀ; ହ୍ୱାଇଟ ହାଉସରେ ଏକାଠି ରହୁନଥିଲେ ଟ୍ରମ୍ପ ଦମ୍ପତ୍ତି!

ବିବାହ ବିଚ୍ଛେଦ ପଛର କାହାଣୀ; ହ୍ୱାଇଟ ହାଉସରେ ଏକାଠି ରହୁନଥିଲେ ଟ୍ରମ୍ପ ଦମ୍ପତ୍ତି!

ଓଡ଼ିଆ ଗସିପ୍ ବ୍ୟୁରୋ: ଏବେ ସାରା ବିଶ୍ୱରେ ଗୋଟିଏ ଚର୍ଚ୍ଚା ଅଲଗା ହେବେ ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବିଦାୟୀ ଫାଷ୍ଟ ଲେଡି ମାଲେନିଆ ଟ୍ରମ୍ପ । ଆମେରିକାରୁ ନେଇ ଅନୁଗୁଳ ଓ ଆଠଗଡ଼ ଯାଏ ଏହି ଚର୍ଚ୍ଚା ଯେ ଟ୍ରମ୍ପ ନିର୍ବାଚନ ହାରିଗଲେ ବୋଲି ତାଙ୍କ ଠାରୁ ଡିଭୋର୍ସ ଚାହାନ୍ତି ଡୋନାଲ୍ଡ ଟ୍ରମ୍ପ ।

ସତ କିନ୍ତୁ ଏହା ଯେ, ଉଭୟେ ପୂର୍ବରୁ ଅନେକ ଥର ପ୍ରମାଣିତ କରିସାରିଛନ୍ତି ଯେ, ସେମାନେ ଦୁହେଁ ଦୁହିଁଙ୍କୁ ଆଉ ଚାହୁଁନାହାନ୍ତି । ଏଥିପାଇଁ ସେମାନେ ଏବେ ଅଲଗା ହେବାକୁ ଯାଉଛନ୍ତି ।

ୟୁକେର ଡେଲି ମେଲ୍ କୁ ଏକ ସାକ୍ଷାତକାରରେ ଟ୍ରମ୍ପଙ୍କ ଜଣେ ପୂର୍ବତନ ସହଯୋଗୀ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବାକୁ ଯାଉଥିବା କଥା ସ୍ପଷ୍ଟ କରିଥିବା ବେଳେ ଏକଥା ବି ମାନିଛନ୍ତି ଯେ, ହ୍ୱାଇଟ ହାଉସରେ ଏକଠି ରହୁନଥିଲେ ଟ୍ରମ୍ପ ଦମ୍ପତ୍ତି । ହ୍ୱାଇଟ ହାଉସରେ ଉଭୟଙ୍କ ପାଇଁ ପୃଥକ ପୃଥକ ବେଡ୍ ରୁମ୍ ଥିଲା । ଦୁହେଁ ଏକାଠି ରାତ୍ରୀଯାପନ କରିନାହାନ୍ତି ।

ଅନେକ ଥର ଦେଖାଯାଇଛି  ଟ୍ରମ୍ପ ନିଜ ଆଡୁ ମାଲେନିଆଙ୍କ ହାତ ଧରିବାକୁ ଚେଷ୍ଟା କରୁଥିଲେ ମଧ୍ୟ କ୍ୟାମେରା ସାମ୍ନାରେ ମାଲେନିଆ ନିଜେ ହାତ ଛଡ଼ାଇ ନେଉଥିଲେ । ଏସମ୍ପର୍କିତ ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।


 

null


 


 


 

Share this story